By Our Correspondent
BHUBANESWAR: ସାଇନବୋର୍ଡରେ ଓଡ଼ିଆ ଭାଷା ଲିପିର ବ୍ୟବହାର ନିମନ୍ତେ ନିର୍ଦ୍ଦେଶ. ରାଜ୍ୟର ସମସ୍ତ ସ୍ବାୟତ୍ତ ଶାସନ ସଂସ୍ଥା ଅଧୀନରେ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକର ସାଇନବୋର୍ଡରେ ଓଡ଼ିଆ ଭାଷା ଲିପିର ବାଧ୍ୟତାମୂଳକ ବ୍ୟବହାର ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ଭାଷାଗତ ଐତିହ୍ୟକୁ ପ୍ରୋତ୍ସାହିତ ଓ ସଂରକ୍ଷଣ କରିବା ନେଇ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଅନୁସରଣ କରି ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ନିର୍ଦ୍ଦେଶର ସଫଳ ଅନୁପାଳନ ନିମନ୍ତେ ରିହାତି ପ୍ରଦାନ ସ୍ବରୂପ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଜୋରିମାନା ଆଦାୟ କରିବା ନିମନ୍ତେ ପତ୍ରରେ ଉଲ୍ଲେଖ କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ।


























