ରାଜ୍ୟପାଳ ଦମ୍ପତି ପରିଦର୍ଶନ କଲେ କଳାଗ୍ରାମ ରଘୁରାଜପୁର

0
262

By Our Correspondent

PURI/BHUBANESWAR:  ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଓ ଓଡ଼ିଶାର ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଆଜି ଅପରାହ୍ନ ରେ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ।ରାଜ୍ୟପାଳ ଦମ୍ପତି ରଘୁରାଜପୁର ରେ ପହଞ୍ଚିବା ପରେ ଗୋଟିପୁଅ କଳାକାର ମାନେ  ତାଙ୍କୁ ସ୍ବାଗତ କରିଥିଲେ।

ପରେ ରାଜ୍ୟପାଳ ଦମ୍ପତି ରଘୁରାଜପୁର ର ପଟ୍ଟଚିତ୍ର ଓ ଅନ୍ୟାନ୍ୟ ହସ୍ତକଳା ସାମଗ୍ରୀ ଦେଖି ଅଭିଭୂତ ହୋଇଥିଲେ।କଳା ଗୁରୁ ଓ ଶିଳ୍ପୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ସଦର ବିଡ଼ିଓ ସମ୍ବିତ ଶତପଥୀ,ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ଉମାପତି ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଗ୍ରାମ ସମ୍ପାଦକ ଅଭିରାମ ଦାସ,ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ, ଦଶଭୂଜା ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦର ସମ୍ପାଦକ ସେବେନ୍ଦ୍ର ଦାସ,ଶିଳ୍ପୀ ଗୁରୁ ବନମାଳୀ ମହାପାତ୍ର ଓ ଅନ୍ୟ ଶିଳ୍ପୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here