
By Our Correspondent
PURI/BHUBANESWAR: ତିନିରଥର ନିର୍ମାଣକାରୀ ସେବକ ମାନେ ନିର୍ମାଣ କାର୍ଯ୍ୟରେ ସକାଳ ଘ.୮.୦୦ ଟିକା ରେ ଯୋଗ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ରଥ ନିର୍ମାଣ ଅଗ୍ରଗତି
ଗତକାଲି ବେଦୀ ନିର୍ମାଣ ନିମନ୍ତେ ତିନିରଥ ରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’ ଫିଟିଙ୍ଗ ହୋଇଥିଲା
ଆଜି ତିନିରଥ ରେ ‘କନକମୁଣ୍ଡି’ ସେଟିଙ୍ଗ ହୋଇଅଛି।ଏହି ‘କନକମୁଣ୍ଡି’ ତିନିରଥରେ ସଂସ୍ଥାପନ ପୂର୍ବରୁ ରଥର ପ୍ରଥମ ଭୂଇଁ ଚାରିନାହାକା ଚାରି ପାର୍ଶ୍ୱରେ ୭/୧୨ ସାଇଜର ଚାରିଗୋଟି ‘ଚୁନାଟ ପଟା’ ବାଡ଼ିଆ ଯାଇ ପ୍ରତି ଚୁନାଟ ପଟାରେ ପାଞ୍ଚ ଟି ଲେଖାଁଏ ବିନ୍ଧ ହୋଇ ସେହି ବିନ୍ଧରୁ ୨୦ ଟି କାଣ୍ଡ ଲାଗି ହୋଇ କନକ ମୁଣ୍ଡିରେ ସଂଯୋଗ ହୋଇ ଅଛି, ଏଥିସହ ଚୁନାଟ ପଟା ସନିକଟ ଚାରି ନାହାକା ରୁ ମଧ୍ୟ ଗୋଟିଏ ଗୋଟିଏ କାଣ୍ଡ ଉଠି ମୋଟ ୨୪ ଗୋଟି କାଣ୍ଡ କନକ ମୁଣ୍ଡିରେ ସଂଯଗ ହୋଇ କନକ ମୁଣ୍ଡି ତିନିରଥ ରେ ସଂସ୍ଥାପନ ହୋଇଅଛି..
ତିନିରଥର ବେଦିରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏଥିସହ ତିନିରଥର ପାର୍ଶ୍ୱ କୋଣ ମାନଙ୍କୁ ଛାଡ଼ି ରଥ ଉପରେ ପଟା ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଆସନ୍ତା କାଲି ତିନିରଥ ର ‘ଦୁଆର ବେଢ଼ା’ ରଥକୁ ଉଠିଲା ପରେ ରଥ ଚାରି ପାର୍ଶ୍ୱ କୋଣ ରେ ପଟା ବାଡ଼ିଆ ଯିବ। ଏହି ପାର୍ଶ୍ୱ କୋଣ ଦେଇ ଭୋଇ ସେବକ ମାନେ ବାଉଁଶ ଦ୍ୱାରା ଠେସ ଦେଇ ଦୁଆର ବେଢ଼ାକୁ ରଥ ଉପରକୁ ଉଠାଇବାରେ ବ୍ୟବହାର କରନ୍ତୁ.
ଏଥିସହ ତିନିରଥର ଘୋଡା ବନ୍ଧାଯିବା ପାଇଁ ୨୦ ଫୁଟିଆ ‘ଇଶ’ ରେ ବିନ୍ଧ ହୋଇ ଦୁଇଟି ଲେଖାଁଏ ‘ଗୁଣ୍ଠି’ ସଂଯୋଗ ହୋଅଛି। ଏହି ଗୁଣ୍ଠିରେ ଘୋଡା ଜୁଆଳି ଫିଟିଙ୍ଗ କରାଯିବ।
ରୂପକାର ସେବକ ମାନେ ତିନିରଥର ପ୍ରଭାରେ ରାହୁରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବ ବେବୀ, ସିଂହାସନ, ହଂସ ପଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀରଖିଛନ୍ତି। ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଧୂଳି ଦଣ୍ଡା, ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ମହାରଣା ସେବକ-୭୭
ତିନିରଥର ଭୋଇ ସେବକ -୭୭
ତିନିରଥ ରୂପକାର ସେବକ-୧୯
ତିନିରଥର କମାର ସେବକ -୧୭
ତିନିରଥର କରତି ସେବକ – ୪
ପାହି ମହାରଣା – ୨
ତୁମ୍ବ ବିନ୍ଧ କାରିଗର – ୧
ରଥଖଳା ସହାୟକ(ପାଣିବାଲା)୧
ମୋଟ-୧୯୮
ଏଥିସହ ୩୪ ଜଣ ଚିତ୍ରକାର ସେବକ ଏବଂ ୧୭ ଜଣ ଦରଜି ସେବକ ନିର୍ମାଣ କାର୍ଯ୍ୟରେ ସାମିଲ ଅଛନ୍ତି।



























