ରଥ ନିର୍ମାଣ କାର୍ଯ୍ୟ ୫୦ ତମ ଦିବସ, ତିନିରଥର ‘ବେଦି’ ନିର୍ମାଣ ଆରମ୍ଭ ହୋଇଛି

0
401
ତିନିରଥର ୨୦ ଫୁଟ ର ଆଠ କୋଣି ବିଶିଷ୍ଠ ଦୁଇଟି ଲେଖାଁଏ 'ଘୋଡା ଇଶ' ନିର୍ମାଣ ଶେଷ ହୋଇଛି। ଏଥିସହ ତିନିରଥ ପାଇଁ ୪ ଟି ଲେଖାଁଏ 'ଧ୍ଵଜବତା' ନିର୍ମାଣ ଶେଷ ପର୍ଯ୍ୟାୟରେ।( ଏହି 'ଧ୍ୱଜ ବତା' ଦୁଆର ବେଢ଼ା କୁ ଟାଣି ଧରିବା ପାଇଁ ପ୍ରଥମ ଭୂଇଁ ଅଗ୍ରଭାଗ ଦ୍ୱିତୀୟ ଭୂଇଁ ଶେଣୀରେ ସେଟିଙ୍ଗ ହେବ)

By Our Correspondent

PURI/BHUBANESWAR:  ଗତକାଲି ତିନିରଥର’ପ୍ରଭା’ ନିର୍ମାଣ ଶେଷ ହେବା ସହ ତିନିରଥର ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଁଏ ‘କତରା’ ଫିଟିଙ୍ଗ ହୋଇଥିଲା ଆଜି ତିନିରଥର ‘ବେଦି’ ନିର୍ମାଣ ଆରମ୍ଭ ହୋଇଛି।

ରଥ ଚାରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ସହ ଆଜି ତିନିରଥର ଆଗଆଣି,ପଛଆଣି ଢମକ ମଝିରେ ପାଞ୍ଚୋଟି ଲେଖାଁଏ ‘ଜଗତପୃଷ୍ଠ ଶେଣୀ’ ପକାଯାଉଅଛି, ଏହି ବେଦି ର ପରିସରକୁ ବୃଦ୍ଧି କରିବା ପାଇଁ ଜଗତପୃଷ୍ଠ ଶେଣୀ ଉଭୟ ପାର୍ଶ୍ଵର ଚାରି ନାହାକା ଏବଂ ଚଉଦ ନାହାକା ରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’ ସାତ,ଦେଢ଼ ସାଇଜର ଚଉପଟ ଫାଳି ପଟା ବାଡ଼ିଆ ଯାଇଛି.  ଏହାପରେ ସମୁଖ ଭାଗକୁ ଛାଡି ତିନି ପାର୍ଶ୍ୱରେ ‘ଗାଇଆଳ ମାଳ’ ପଟା ବାଡ଼ିଆ ପରେ ବେଦି ନିର୍ମାଣ ପୂର୍ଣାଙ୍ଗ ହେବ.

 ତିନିରଥର  ୨୦ ଫୁଟ ର ଆଠ କୋଣି ବିଶିଷ୍ଠ ଦୁଇଟି ଲେଖାଁଏ ‘ଘୋଡା ଇଶ’ ନିର୍ମାଣ ଶେଷ ହୋଇଛି। ଏଥିସହ ତିନିରଥ ପାଇଁ ୪ ଟି ଲେଖାଁଏ ‘ଧ୍ଵଜବତା’ ନିର୍ମାଣ ଶେଷ ପର୍ଯ୍ୟାୟରେ।( ଏହି ‘ଧ୍ୱଜ ବତା’ ଦୁଆର ବେଢ଼ା କୁ ଟାଣି ଧରିବା ପାଇଁ ପ୍ରଥମ ଭୂଇଁ ଅଗ୍ରଭାଗ ଦ୍ୱିତୀୟ ଭୂଇଁ ଶେଣୀରେ ସେଟିଙ୍ଗ ହେବ)

 ଆଜି  ତାଳଧ୍ୱଜ ରଥର ମୁଖ୍ୟ ରୂପକାର ସେବକ ପ୍ରଭା ରେ ରୂପ ଖୋଦେଇ ପୂର୍ବରୁ ମାହାର୍ଦ୍ ରଖି ଅନୁକୂଳ ପୂଜା  ଆରମ୍ଭ କରିବାପରେ  ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ‘ ପ୍ରଭା’ ର ଅନୁକୂଳ ପୂଜା ବଢି  ରୂପକାର ସେବକ ମାନେ ତିନିରଥର ପ୍ରଭା ଉପର ଭାଗରେ ରାହୁ ରୂପ ଚିତ୍ର ସହ ପ୍ରଭା ନିମ୍ନ ଭାଗ ଦୁଇ ପାର୍ଶ୍ଵରେ ମଗର ମୁଖ ଚିତ୍ର ଆଙ୍କି ରୂପ ଖୋଦେଇ ଆରମ୍ଭ କରିଛନ୍ତି।

ଏଥିସହ ତିନି ରଥର ଆସୁଆରୀ ରେ ରୂପକାର ସେବକ ମାନେ ସିଂହ ବିରାଳ, ଗଜ ବିରାଳ, ନର ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି।

 ଚିତ୍ରକାର ସେବକ ମାନେ ରଥ ପାର୍ଶ୍ୱ ଦେବ ଦେବୀଙ୍କ ରୂପ ରଙ୍ଗ ଚିତ୍ର  ସହ ହଂସ ପଟା, କନ୍ୟା ପଟା, ଓଲଟ ଶୁଆ, ସଖୀ, ଇତ୍ୟାଦିର ରଙ୍କ କାର୍ଯ୍ୟ ସହ ଦୁଆର ବେଢ଼ା ରୂପ ଚିତ୍ର ଏବଂ ରଥ ବାହ୍ୟ ପାର୍ଶ୍ୱ ଗୁଜ , ଚକ ଇତ୍ୟାଦିରେ ରଙ୍ଗ ଚିତ୍ର ଜାରି ରଖିଛନ୍ତି।

 ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ କଣ୍ଟା ନିର୍ମାଣ ସହ, ଚାର ବନ୍ଧା ପାଇଁ ଭୋଇ ସେବକ ମାନଙ୍କ ପାଇଁ କଟୁରି ନିର୍ମାଣ କରୁଛନ୍ତି। ଦରଜି ସେବକ ମାନେ ତିନିରଥର ବତା କନାରେ ଲେସ ଫିଟିଙ୍ଗ ସହ ଦୁଆର ବେଢ଼ା କନାରେ ସିଲଭର ଫୁଲ, ଲେସ ସିଲାଇ କାର୍ଯ୍ୟ ଜାରି ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ-୭୭

 ତିନିରଥର ଭୋଇ ସେବକ -୭୭

 ତିନିରଥ ରୂପକାର ସେବକ-୧୯

ତିନିରଥର କମାର ସେବକ-୧୭

 ତିନିରଥର କରତି ସେବକ –  ୪

 ପାହି ମହାରଣା               –  ୨

 ତୁମ୍ବ ବିନ୍ଧ କାରିଗର          –  ୧

 ରଥଖଳା ସହାୟକ(ପାଣିବାଲା)୧

                           ମୋଟ-୧୯୮

   ଏଥିସହ ୩୪ ଜଣ ଚିତ୍ରକାର ସେବକ ଏବଂ ୧୭ ଜଣ ଦରଜି ସେବକ ରଥ କନା  କାର୍ଯ୍ୟରେ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here