ରଥ ନିର୍ମାଣ କାର୍ଯ୍ୟ  ୪୮ ତମ ଦିବସ, ତିନିରଥର ଆଗଆଣି ବା ସମୁଖ ଭାଗର ତାଗ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି

0
472
ତିନିରଥର 'ପ୍ରଭା' ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ରୂପକାର ସେବକ ମାନେ ତିନିରଥ ର ଛଅ ଗୋଟି ଲେଖାଁଏ ନାଟ ଗୋଡ଼ରେ ରୂପ ଖୋଦେଇ ଶେଷ କରି ଚିତ୍ରକାର ମାନଙ୍କୁ ସେଥିରେ ରଙ୍ଗ କାର୍ଯ୍ୟ ପାଇଁ ଯୋଗାଇ ଶେଷ ଦୁଇଟି ଲେଖାଁଏ ନଟ ଗୋଡ଼ର କନ୍ଦର୍ପ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଂଛିଛି।

By Our Correspondent

PURI/BHUBANESWAR:  ଗତକାଲି ତିନିରଥର ଭୂଇଁ ଗୁଡିକ ରେ ଅନ୍ଧାରି ତାଗ ଏବଂ କଇଁଚି ଫିଟିଙ୍ଗ ଶେଷ ହୋଇଥିଲା.ତିନିରଥର ତୃତୀୟ ଭୂଇଁ ସେଟିଙ୍ଗ ପରେ ୧ ନମ୍ବର ପୋଟଳ ବା ‘ବଡଥଳ’ ପୋଟଳ ତିନିରଥ କୁ ଉଠିଥିଲା ।

ଆଜି ବାକି ୧୨ ପରସ୍ତ ପୋଟଳ ତିନିରଥ କୁ ଉଠିଅଛି। ଏହାର ପ୍ରତିଟି ପରସ୍ତ ଉପରେ ତିଇନି.ଅଢେଇ ସାଇଜିର ନଦା ବା ବଟନ ଦିଆଯାଇ ତା ଉପରେ ଦ୍ୱିତୀୟ ପୋଟଳ ପଟା ପଡି, ପଞ୍ଚମ ପୋଟଳ ପରେ ଷଷ୍ଠ ଏବଂ ସପ୍ତମ ପୋଟଳ ପାରାଭାଡ଼ି ଉଠି ଅଷ୍ଟମରୁ ଦ୍ୱାଦଶ ପରସ୍ତ ପୋଟଳ ପରେ ୧୩ ତମ ପରସ୍ତ ‘ଖପୁରୀ ପାରେଣି’ ପଡ଼ିଅଛି।ଏହି ଖପୁରୀ ଉପରେ କଳଶ ଉଠିଲା ପରେ ତିଳକ କଳଶ ଲାଗି ହେବ.

  ଆଜି ତିନିରଥର ଆଗଆଣି ବା ସମୁଖ ଭାଗର ତାଗ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ବାକି ତିନି ପାର୍ଶ୍ୱରେ ତାଗ ବାଡ଼ିଆ ପରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି।ତିନିରଥର ଚାରି ପାର୍ଶ୍ଵର କୋଣ ମାନଙ୍କୁ ଛାଡି ପଟା ବାଡ଼ିଆ ପରେ ତିନି ରଥର ‘ବେଦି’ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଏଥିସହ ତିନିରଥର  ଆଜି ୪ ଟି ଲେଖାଁଏ କତରା ନିର୍ମାଣ ଶେଷ ହୋଇଅଛି।ଆଜି ତିନିରଥର ଚାର ପରିଛାରେ ୫ଟି ଲେଖାଁଏ ‘ଚାର ପରିଛା ଗୁଣ୍ଠି’ ବାଡ଼ିଆ ଯାଇଅଛି।(ଏହି ଚାରପରିଛା ତିନିରଥର ଘୋଡା ବନ୍ଧା ରେ ସହାୟକ ହୋଇଥାଏ, ଏଣୁ ଏହି ଚାର ପରିଛା କୁ ସପୋର୍ଟ ଦେବାକୁ ମୁଣ୍ଡାଇ ରଖିବା ପାଇଁ ଏହି ଗୁଣ୍ଠି  ଗୁଡିକୁ ସାଲଗୁଜ ଗୁଡିକରେ ଫିଟିଙ୍ଗ କରାଯାଇଥାଏ।

ତିନିରଥର ‘ପ୍ରଭା’ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ରୂପକାର ସେବକ ମାନେ ତିନିରଥ ର ଛଅ ଗୋଟି ଲେଖାଁଏ ନାଟ ଗୋଡ଼ରେ ରୂପ ଖୋଦେଇ ଶେଷ କରି ଚିତ୍ରକାର ମାନଙ୍କୁ ସେଥିରେ ରଙ୍ଗ କାର୍ଯ୍ୟ ପାଇଁ ଯୋଗାଇ ଶେଷ ଦୁଇଟି ଲେଖାଁଏ ନଟ ଗୋଡ଼ର କନ୍ଦର୍ପ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଂଛିଛି।

 ଚିତ୍ରକାର ମାନେ ତିନିରଥର ପାର୍ଶ୍ୱ ଦେବଦେବୀ, କଳଶ,ଓଲଟ ଶୁଆ, ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ ରେ ରଙ୍ଗ କାର୍ଯ୍ୟ କରୁଛନ୍ତି। ଦରଜି ସେବକ ମାନେ ତିନିରଥର ବତା କନାର ବିଳାଶ ପଟି ରେ ଲେସ ଫିଟିଙ୍ଗ ସହ ଦୁଆର ବେଢ଼ା କନାର ଲେସ ପକା ଏବଂ ଜାରୀ କାମ କରୁଛନ୍ତି।

 ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ରେ ଓଲଟ ଶୁଆ ଫିଟିଙ୍ଗ ପାଇଁ ସାଢେ ଚାରି ଫୁଟର ୪ ଟି ଲେଖାଁଏ ୧୨ ଟି ‘ନାରାଜ’ କଣ୍ଟା ନିର୍ମାଣ ଶେଷ କରି କଳଶ ବାଗିଆ କଣ୍ଟା, କଳଶ ଫାନ୍ଦ କଣ୍ଟା ଏବଂ ୧୨ଏମ ଏମ ର ଶୁଆ କଣ୍ଟା ନିର୍ମାଣ କରୁଛନ୍ତି।

 ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ-୭୬

ତିନିରଥର ଭୋଇ ସେବକ -୭୭

 ତିନିରଥ ରୂପକାର ସେବକ-୧୯

 ତିନିରଥର କମାର ସେବକ -୧୭

 ତିନିରଥର କରତି ସେବକ –   ୪

ପାହି ମହାରଣା               –   ୨

ତିମ୍ବ ବିନ୍ଧ କାରିଗର          –   ୧

 ରଥଖଳା ସହାୟକ(ପାଣିବାଲା)୧

                             ମୋଟ-୧୯୭

   ଏଥିସହ ତିନି ରଥର ୩୪ ଜଣ ଚିତ୍ରକାର  ଏବଂ ୧୭  ଜଣ ରଥ ଦରଜି କାର୍ଯ୍ୟରେ ନିୟୋଜିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here