ରଥ ନିର୍ମାଣ କାର୍ଯ୍ୟ ୪୭ ତମ ଦିବସ, ତିନିରଥର ଦ୍ୱିତୀୟ ଭୂଇଁ ରେ ‘ଅନ୍ଧାରି ତାଗ’ ଏବଂ ଶେଷ ଭୂଇଁ ର ଉଭୟ ପାର୍ଶ୍ୱରେ ‘କଇଁଚି’ ଫିଟିଙ୍ଗ ହୋଇ ‘ଅନ୍ଧାରି ତାଗ’ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି

0
330
ତିନିରଥର ସମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ୱରେ ପଟା ବାଡିଆ କାର୍ଯ୍ୟ ଜାରିରହିଛି।ଏଥିସହ ତିନିତଥର ଚାରୋଟି ଲେଖାଁଏ 'ଦୁଆର ବେଢ଼ା' ନିର୍ମାଣ ଶେଷ ହେବାସହ ତିନିରଥର ୧୨ ଟି ଲେଖାଁଏ 'କଣି ଫାଉଡା'(ଏଲ ଆକାର) ନିର୍ମାଣ ଶେଷ ହୋଇଅଛି।

By Our Correspondent

PURI/BHUBANESWAR:   ତିନିରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥଖଳା ଠାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

   ରଥ ନିର୍ମାଣ ଅଗ୍ରଗତି

ଗତକାଲି ତିନିରଥର ପ୍ରଥମ ଭୂଇଁ ଉଭୟ ପାର୍ଶ୍ୱରେ କଇଁଚି ପଡିବା ସହ ତିନିରଥର ତାଗ ବାଡ଼ିଆ କାର୍ଯ୍ୟ, ତିନିରଥ କଳଶ ରେ ଆଲମିନିୟମ ଚଦର ଫିଟିଙ୍ଗ ଏବଂ ତିନିରଥର ବ୍ରେକ ଚକରେ ଲୁହା ପ୍ଲେଟ ଫିଟିଙ୍ଗ ଶେଷ ହୋଇଥିଲା

ଆଜି ତିନିରଥର ଦ୍ୱିତୀୟ ଭୂଇଁ ରେ ‘ଅନ୍ଧାରି ତାଗ’ ଏବଂ ଶେଷ ଭୂଇଁ ର ଉଭୟ ପାର୍ଶ୍ୱରେ ‘କଇଁଚି’ ଫିଟିଙ୍ଗ ହୋଇ ‘ଅନ୍ଧାରି ତାଗ’ ବାଡ଼ିଆ କାର୍ଯ୍ୟ ଶେଷ ହୋଇଅଛି।

ଆସନ୍ତାକାଲି ତିନିରଥର ପାରାଭାଡ଼ି ସମେତ ‘ପୋଟଳ’ ଉଠିବା କାର୍ଯ୍ୟ ସମ୍ପନ୍ନ ହେବ.ଏଥିସହ  ଆଜି ତିନିରଥର ଗୋଟିଏ ଗୋଟିଏ ପଛଆଣି ‘ଢମକ’ ଚାରିନାହାକାକୁ ଲାଗି ପଡ଼ିଅଛି

ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି ଏବଂ ପଛଆଣି  ଦୁଇଟି ଲେଖାଁଏ ‘ଢମକ’ ପଡିଥାଏ ଏବଂ ଦର୍ପଦଳନ ରଥ ର ଆଗଆଣି ଗୋଟିଏ ଢମକ ଏବଂ ପଛଆଣି ଦୁଇଟି ଢମକ ପଡ଼ି ଏହି ଢମକ ଉପରୁ ପଟା ପଡି ବେଦୀ ନିର୍ମାଣ ହୋଇଥାଏ.

ଆଜି ତିନିରଥର ସମୁଖ ଭାଗକୁ ଛାଡି  ରଥ ତିନି ପାର୍ଶ୍ୱରେ ପଟା ବାଡିଆ କାର୍ଯ୍ୟ ଜାରିରହିଛି।ଏଥିସହ ତିନିତଥର ଚାରୋଟି ଲେଖାଁଏ ‘ଦୁଆର ବେଢ଼ା’ ନିର୍ମାଣ ଶେଷ ହେବାସହ ତିନିରଥର ୧୨ ଟି ଲେଖାଁଏ ‘କଣି ଫାଉଡା'(ଏଲ ଆକାର) ନିର୍ମାଣ ଶେଷ ହୋଇଅଛି।

ଏହି କଣି ଫାଉଡା ତିନିରଥର ଛକାଠି କୋଣ ମାନଙ୍କରେ ପ୍ରତି କୋଣରେ ତିନୋଟି ଲେଖାଁଏ ସେଟିଙ୍ଗ ହୋଇ ଏହାର ଚାରି ପାର୍ଶ୍ୱରେ ବତା ବା ପତଳା କାଠ ବଟନ ପକାଯିବ ରଥର କନା ପଡିବା ବେଳେ ରଥର ଗୋଲାକାର ସେଫ ଦୃଶ୍ୟମାନ ହେବା ସହ ରଥ କନା ନ ଚିରି ସୁରକ୍ଷିତ ରହିଥାଏ.

 ଆଜି ତିନିରଥର ଶ୍ରୀବିଗ୍ରହ ମାନଙ୍କ   ‘ପ୍ରଭା’ ଫ୍ରେମ ନିର୍ମାଣ ଚାଲିଛି , ଫ୍ରେମରେ ପଟା ବାଡ଼ିଆ ହୋଇ ପ୍ରଭା ଉପର ଭାଗ କାରୁକାର୍ଯ୍ୟ ପାଇଁ ମହି କାଠ ପଟାରେ ଖିଲଣ ନିର୍ମାଣ ଜାରି ରହିଛି।

ରୂପକାର ସେବକ ମାନେ  ତିନିରଥର ୮ଟି ଲେଖାଁଏ  ନାଟ ଗୋଡ଼ରେ କନ୍ଦର୍ପ ରୂପ ଖିଦେଇ ଶେଷ ପର୍ଯ୍ୟାୟରେ ପହଁଚିଛି , ରୂପ ଖୋଦେଇ ଶେଷ ହୋଇଥିବା  ନାଟ ଗୋଡ଼ ଗୁଡିକରେ ଚିତ୍ରକାର ମାନେ ସେଥିରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।

ତିନିରଥର ପାର୍ଶ୍ୱ ଦେବ ଦେବୀ, ସଖୀ,ଋଷିପଟା, ଓଲଟ ଶୁଆ, ହଂସ ପଟା, କଳଶ, କନ୍ୟାପଟା ଇତ୍ୟାଦି ରେ ଚିତ୍ରକାର ମାନେ ର ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶ  ଚକ, କୋଣ ଗୁଜ, ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରିରଖିଛନ୍ତି।

ଦରଜି ସେବକ ମାନେ ତିନିରଥ ର ବତା କନା କଟିଙ୍ଗ ପରେ  ବିଳାଶ ପଟି ରେ ଲେସ ସିଲାଇ କାର୍ଯ୍ୟ ସହ  ତିନିରଥର  ଦୁଆର ବେଢ଼ା ପାଇଁ କନା କଟାଯାଇ ଲେସ କାମ ଚାଲିଛି। ଏହି କାର୍ଯ୍ୟରେ ତିନି ରଥର ମୁଖ୍ୟ ଦରଜି ସମେତ ୧୭ ଜଣ ଦରଜି ସେବକ ସାମିଲ ଅଛନ୍ତି।

ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥ ଚକ ଅର ରେ କ୍ଲାମ୍ପ, ଫିଟିଙ୍ଗ ସକ କୋଣ ଗୁଜ  ମୁହାଁଟି ରେ ଏଲ କ୍ଳାମ ଫିଟିଙ୍ଗ କରିବା ସହ  ରଥରେ ପୋଟଳ ସେଟିଙ୍ଗ ପାଇଁ ପୋଟଳ ନଦା କଣ୍ଟା ଏବଂ ଓଲଟ ସୁଆ ସେଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ ଜାରି ରଖିଛନ୍ତି

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମହାରଣା ସେବକ-୭୬

ତିନିରଥର ଭୋଇ ସେବକ    -୭୭

ତିନିରଥର ରୂପକାର ସେବକ-୧୯

 ତିନିରଥର କମାର ସେବକ  – ୧୭

ତିନିରଥର କରତି ସେବକ  –   ୪

ପାହି ମହାରଣା                –   ୨

 ତୁମ୍ବ ବିନ୍ଧ କାରିଗର           –   ୧

ରଥଖଳା ସହାୟକ(ପାଣିବାଲା)୧

                        ମୋଟ-୧୯୭

ଏଥିସହ  ୧୭ ଜଣ ଦରଜି ସେବକ ଏବଂ ୩୪ଜଣ ଚିତ୍ରକାର ସେବାକାରୀ ନିଜ ନିଜର ସେବାରେ ନିୟୋଜିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here