ରଥ ନିର୍ମାଣ କାର୍ଯ୍ୟ ୪୨ ତମ ଦିବସ, ତିନିରଥର ‘ଚାରିନାହାକା’ ଚାରି ପାର୍ଶ୍ୱରେ ‘ଚଉଦ ନାହାକା’ ବୁଲିଛି

0
587
ତିନିରଥର ପ୍ରଥମ ଭୂଇଁ ଛ'କାଠି(ଓରା ଏବଂ ଖମ୍ବୀ) ଚାରି ପାର୍ଶ୍ୱରେ ୨୪ ଟି ପାଖୁଡା ଏବଂ ୧୬ ଟି ଛିଆଣ ଏହି ପାଖୁଡା ଗୁଡିକୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ବୀ ସଂଯୋଗ ହୋଇଅଛି।

By Our Correspondent

PURI/BHUBANESWAR:  ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 ରଥ ନିର୍ମାଣ ଅଗ୍ରଗତି

 ଗତକାଲି ତିନିରଥର ଛ’ କାଠି ରେ କଣ୍ଟା ବାଡ଼ିଆ ସହ ତିନି ରଥରେ ୧୪ ନାହାକା ଉଠିବା ପାଇଁ ତିନିରଥ ର ଦଣ୍ଡାରେ ‘ଖଡ଼ିଓରା’ କୁ ଆଡ଼କରି ପକାଯାଇ ସେଥିରେ କାପ ଏବଂ ବିନ୍ଧ କାର୍ଯ୍ୟ ଶେଷ ହୋଇଥିଲା

ଆଜି ତିନିରଥର ‘ଚାରିନାହାକା’ ଚାରି ପାର୍ଶ୍ୱରେ ‘ଚଉଦ ନାହାକା’ ବୁଲିଅଛି ( ଏହି୧୪ ଗୋଟି ନାହାକା  ୨୦ଫୁଟର ଅଷ୍ଟକୋଣି ହୋଇ ନିର୍ମାଣ ହିଇଥାଏ ସେଥି ମଧ୍ୟରୁ ଚାରି ଗୋଟି ଚଢେଇ ନାହାକା ସାମାନ୍ୟ  ଧନୁ ପରି ବଙ୍କା ହୋଇ ନିର୍ମାଣ କରାଯାଏ ସଂସ୍ଥାପନ ବେଳେ  ଗୟଳ ସହ ଘସି ନହେବା ପାଇଁ ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିଶେ)

ଆଜି ତିନିରଥର ପ୍ରଥମ ଭୂଇଁ ଛ’କାଠି(ଓରା ଏବଂ ଖମ୍ବୀ) ଚାରି ପାର୍ଶ୍ୱରେ ୨୪ ଟି ପାଖୁଡା ଏବଂ ୧୬ ଟି ଛିଆଣ ଏହି ପାଖୁଡା ଗୁଡିକୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ବୀ ସଂଯୋଗ ହୋଇଅଛି।

 ଏଥିସହ ଆଜି ପୂର୍ବାହ୍ନରେ ତିନିରଥର ଦ୍ୱିତୀୟ ଭୂଇଁ ଫ୍ରେମ ସେଟିଙ୍ଗ ଶେଷପରେ ନମ୍ବରିଂ ହୋଇ ଖୋଲାଯାଇଥିଲା,ଅପରାହ୍ନରେ ତିନିରଥରେ ଦ୍ୱିତୀୟ ଭୂଇଁ ସଂଯୋଗ ହୋଇଅଛି। ଏଥିସହ ରଥ ଚାଳିରେ ତିନିରଥର ଅଗ ଭୂଇଁ ବା ତୃତୀୟ ଭୂଇଁ ଫ୍ରେମ ନିର୍ମାଣ ଜାରୀରହିଛି।

 ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡାରେ ପଦ୍ମ ପାଖୁଡା ଡାଳିକତା ଖୋଦେଇ ଜାରି ରଖିଛନ୍ତି।

 ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଭୂଇଁ କଣ୍ଟା, ତାଗ କଣ୍ଟା, କତରା ଏବଂ ଢମକ ନିର୍ମାଣ ଜାରି ରଖିଛନ୍ତି।ଚିତ୍ର କର ସେବାକାରୀ ମାନେ ତିନି ରଥର ପାର୍ଶ୍ୱ ଦେବ ଦେବୀ , ସଖୀ ଏବଂ ଦେବ ଦେବୀଙ୍କ ଆସ୍ଥାନ ( ଶିଖର ଡମ୍ବରୁ) ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମହାରଣା ସେବକ-୭୮

ତିନିରଥର ଭୋଇ ସେବକ   – ୭୭ 

ତିନିରଥର କମାର ସେବକ  – ୧୭

ତିନିରଥର କରତି ସେବକ    –  ୪

 ତୁମ୍ବ ବିନ୍ଧ କାରିଗର             –  ୧

 ପାହି ମହାରଣା                  –  ୨

 ତିନିରଥର ରୂପକାର ସେବକ -୧୯

 ରଥଖଳା ସହାୟକ(ପାଣିବାଲା)୧

                             ମୋଟ-୧୯୯

LEAVE A REPLY

Please enter your comment!
Please enter your name here