ରଥ ନିର୍ମାଣ କାର୍ଯ୍ୟ ୩୦ ତମ ଦିବସ, ଓଝା ସେବକ ମାନେ ତିନି ରଥର ୧୨ ଗୋଟି ଗରଗରା କଣ୍ଟା ନିର୍ମାଣ ଶେଷ କରି ଯୋଖା ଏବଂ ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି

0
398
ରଥ ନିର୍ମାଣ କାର୍ଯ୍ୟ ୩୦ ତମ ଦିବସ, ଓଝା ସେବକ ମାନେ ତିନି ରଥର ୧୨ ଗୋଟି ଗରଗରା କଣ୍ଟା ନିର୍ମାଣ ଶେଷ କରି ଯୋଖା ଏବଂ ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି

Our Correspondent

PURI/BHUBANESWAR:   ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ. ୮.୦୦ ଟାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

 ରଥ ନିର୍ମାଣ ଅଗ୍ରଗତି

ଆଜି ତିନିରଥର ପାଞ୍ଚ ଦଣ୍ଡାରେ ଆଗଆଣି ଏବଂ ପଛଆଣି ମୁହଁଟ ସଂଯୋଗ ହୋଇଛି, ଆଗଆଣି ପଛଆଣି ମୁହଁଟ ରେ ପାଞ୍ଚ ପାଞ୍ଚୋଟି ସାଲଗୁଜ ଉଠି ସେଥିରେ ଆଗ ,ପଛ ନିରାଡ଼ି ସଂଯୋଗ ହୋଇଛି .

ଏଥିସହ ଆଜି ତିନିରଥର ପ୍ରଥମ ଭୂଇଁ ଏବଂ ଦ୍ୱିତୀୟ ଭୁଇଁ ନିର୍ମାଣ ପାଇଁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ତିନି ରଥ ଚାଳିକୁ ଦୁଇଟି ଲେଖାଁଏ ୪ ଗୋଟି ୧୨ ଫୁଟିଆ ଚଉପଟ ଧଉରା କାଠ ଏବଂ ୪ଟି ଲେଖାଁଏ ୮ ଗୋଟି ଚଉପଟ ଭୂଇଁ ଖମ୍ବୀ ଯୋଗାଇଛନ୍ତି ଏଥିରେ ତିନିରଥ ମହାରଣା ମାନେ ମାପ ଚିହ୍ନ ଦେଇଛନ୍ତି, ସେଥିରେ ବିନ୍ଧ କାର୍ଯ୍ୟ ଜାରି ରହିଛି ।

ଦେବୀ ରଥର  ଆଜି ସୁଦ୍ଧା ଚରି ଗୋଟି ଚରିନାହାକା ନିର୍ମାଣ ଶେଷ ହୋଇଥିବା ବେଳେ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଜି ସୁଦ୍ଧା ତିନୋଟି ଲେଖାଁଏ ନିର୍ମାଣ ଶେଷ ହୋଇ ଶେଷ ଦୁଇଗୋଟି ଚାରି ନାହାକାର ନିର୍ମାଣ ଜାରି ରହିଛି।

 ତିନିରଥର ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ଏବଂ ତିଖ ଗୁଜ ଗୁଡିକର ରୂପ ଖୋଦେଇ ଶେଷ କରି ତିନିରଥର ଶେଷ ଦୁଇଟି ଲେଖାଁଏ ତିଖ ଗୁଜରେ ନୃସିଂହ ରୂପ ଖାଦେଇ ଜାରି ରଖିଛନ୍ତି।

 ଦୋଳବେଦୀ ଠାରେ ବସନ୍ତ ମହାରଣାଙ୍କ ନେତୃତ୍ୱରେ ପାହି ମହାରଣା ମାନେ ଦେବ ସ୍ନାନ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ରୁନ୍ଧା କାର୍ଯ୍ୟ ପାଇଁ ୬ଗୋଟି ଅଞ୍ଜନା ଖୁଣ୍ଟି (ସାଢ଼େ ୪ ରେ ସାଢ଼େ ୩ ସାଇଜ) ନିର୍ମାଣ ସାରି ଆଜି ୪ଗୋଟି ବେଶ ଘୋଡ଼ିଆ  ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।ଏହି କାର୍ଯ୍ୟରେ ତାଙ୍କୁ ତୁମ୍ବ ବିନ୍ଧ କାରିଗର ସହାୟତା କରୁଛନ୍ତି।

 ତିନିରଥର କରତି ସେବକ ମାନେ ଦେବୀରଥର ପୋଲ ଗୟଳର ଉଭୟ ପଟ ଚିତା କାର୍ଯ୍ୟ ଶେଷ କରି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଦୋଳବେଦୀ କମାର ଶାଳରେ ତିନି  ରଥର ଓଝା ସେବକ ମାନେ ତିନି ରଥର ୧୨ ଗୋଟି ଗରଗରା କଣ୍ଟା ନିର୍ମାଣ ଶେଷ କରି ଯୋଖା ଏବଂ ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

   ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମୋଟ ମହାରଣା-୭୭

ତିନିରଥର ଭୋଇ ସେବକ  -୭୫

ତିନିରଥର କରତି ସେବକ  –  ୪

 ତିନିରଥର କମାର ସେବକ -୧୭

ପାହି ମହାରଣା                –  ୧

 ତୁମ୍ବ ବିନ୍ଧ କାରୀଗର          –  ୧

 ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                          ମୋଟ-୧୯୫

LEAVE A REPLY

Please enter your comment!
Please enter your name here