ରଥ ନିର୍ମାଣ କାର୍ଯ୍ୟ ୨୮ ତମ ଦିବସ, ପାଞ୍ଚ ଦଣ୍ଡାର ନିର୍ମାଣ କାର୍ଯ୍ୟ  ଶେଷ ପର୍ଯ୍ୟାୟରେ

0
326

By Our Correspondent

PURI/BHUBANESWAR: ତିନିରଥର ନିର୍ମାଣକାରୀ ସେବକ ମାନେ ସବୁଦିନପରି ଆଜି ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

  ରଥ ନିର୍ମାଣ ଅଗ୍ରଗତି

ତିନିରଥର ୧୪ ନାହାକା ଏବଂ ଚାରି ନାହାକା ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରଥ ଆମୀନ ବାକିଥିବା ତିନିରଥ ପାଇଁ ୧୪ ନାହାକା ପାଇଁ ୬ ଖଣ୍ଡ ଲେଖାଁଏ ୨୦ଫୁଟିଆ ଧଉରା କାଠ ଏବଂ ଚାରି ନାହାକା ନିର୍ମାଣ ପାଇଁ ଆଉ ଦୁଇଟି ଲେଖାଁଏ ୨୦ଫୁଟିଆ ଧଉରା କାଠ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ, ତିନିରଥର ମହାରଣା ମାନେ ବାକି ଚଉଦ ନାହାକା ଏବଂ ବାକି ରହିଥିବା ଚାରି ନାହାକା ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି.

 ଆଜି ତିନିରଥର ଚାଳିରେ ‘ଗରଗରା’ , ତିନିରଥର ପାଞ୍ଚ ଦଣ୍ଡା, ଚାରିନାହାକା,  ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ , ରୂପକାର ସେବକ ଙ୍କ ଦ୍ଵାରା କୋଣ ଗୁଜ ଏବଂ ତିଖ ଗୁଜରେ ରୂପ ଖୋଦେଇ , ଓଝା ସେବକଙ୍କ ଦ୍ୱାରା ରଥ କଣ୍ଟା ଏବଂ ପାହୀ ମହାରଣାଙ୍କ ଦ୍ୱାରା  ମହାପ୍ରଭୁ ଙ୍କ ସ୍ନାନଯାତ୍ରା, ଅନ୍ନବସର ଏବଂ ରଥ ଯାତ୍ରା ରେ ମହାପ୍ରଭୁ ଙ୍କ ନୀତି କାନ୍ତି ପାଇଁ ଆବଶ୍ୟକୀୟ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କରୁଛନ୍ତି ।

ଯଥା: ବେଶ ପାଇଁ ବେଶ ଘୋଡ଼ିଆ,

ଫୁଲ ପାଟ ଅସ୍ତ୍ର ରଖିବା ପାଇଁ ଚାଙ୍ଗଡ଼ା ଷ୍ଟାଣ୍ଡ, ପୂଜା ପାଇଁ କୁରୁମ ପିଢ଼ା, ବନକ ପାଇଁ ବନକ ବନକ ପେଡି, ସ୍ନାନ ଯାତ୍ରା ରେ ଠାକୁରଙ୍କ ରୁନ୍ଧା ପାଇଁ ଅଞ୍ଜନା ଖୁଣ୍ଟି ଇତ୍ୟାଦି କାର୍ଯ୍ୟ  ଦୋଳବେଦୀ ଠାରେ କରୁଛନ୍ତି।

ଆଜି ତାଳଧ୍ୱଜ ରଥର ତିନୋଟି ଚାରି ନାହାକର ଚଉପଟ କାର୍ଯ୍ୟ ଶେଷ ପରେ ସେଗୁଡିକର ଆଠ କୋଣି କାର୍ଯ୍ୟ ହେବ ଏଥିସହ ବାକି ଥିବା ଛଅ ଗୋଟି ଚଉଦ ନାହାକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି , ଏତତ୍ ବ୍ୟତିତ ନିର୍ମାଣ ଚାଲିଥିବା ପାଞ୍ଚ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଶେଷ ହୋଇଛି, ଏବଂ ଗୋଟିଏ ଗରଗରା ର ଚଉପଟ କାର୍ଯ୍ୟ ଶେଷ ହୋଇଛି ।

ଦର୍ପଦଳନ ରଥର ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି ବିନ୍ଧ କାର୍ଯ୍ୟ ବାକି ଅଛି । ଦୁଇଟି ଚାରି ନାହାକା ର ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଗୋଟି କର ଚଉପଟ ଶେଷ ହୋଇଛି ଆଠ କୋଣି କାମ ବାକି ଅଛି ଏଥିସହ  ଦେବୀ ରଥ ର ତିନୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଛି ।

ନନ୍ଦିଘୋଷ ରଥର ଦୁଇଟି ଚାରି ନାହାକର ନିର୍ମାଣ ଶେଷ ହୋଇ ଅନ୍ୟ ଗୋଟିକର ଚଉପଟ ଶେଷ ହିଛି ତାର ଆଠ କୋଣି କାର୍ଯ୍ୟ ବାକି ଅଛି । ୧୪ ନାହାକାର ୮ଟି ଶେଷ ହୋଇଥିଲା, ଆଜି ବାକି ୬ ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

ଏଥିସହ ପାଞ୍ଚ ଦଣ୍ଡାର ନିର୍ମାଣ କାର୍ଯ୍ୟ  ଶେଷ ପର୍ଯ୍ୟାୟରେ । ତିନିରଥର ରୂପକାର ସେବକ ମାନେ ତିନିରଥର ତିଖ ଗୁଜ ଏବଂ କୋଣ ଗୁଜ ଗୁଡିକରେ ରୂପ ଖୋଦେଇ ସହ ଅଳଙ୍କାର ଏବଂ ରୂପ ପଲିସ କାର୍ଯ୍ୟ  ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।କରତି ସେବକ ମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ପଡିବା ପାଇଁ ଆବଶ୍ୟକ ଅଗ ପାତେଳି ଚଉରସ କଣ୍ଟା ନିର୍ମାଣ ସାରି ସେଗୁଡିକର ମଠା କାର୍ଯ୍ୟ କରୁଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୬

ତିନିରଥର ଭୋଇ ସେବକ  -୭୫

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ -୧୭

ପାହି ମହାରଣା                –  ୨

ତୁମ୍ବ ବିନ୍ଧ କାରୀଗର          –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                           ମୋଟ-୧୯୫

LEAVE A REPLY

Please enter your comment!
Please enter your name here