ରଥ ନିର୍ମାଣ କାର୍ଯ୍ୟ ତ୍ରୟୋବିଂଶ ତମ ଦିବସ, ତିନିରଥର ମୋଟ ୪୨ ଚକରୁ ୩୮  ଗୋଟି ଚକର ନିର୍ମାଣ ଶେଷ ହୋଇଛି

0
365
ଗତକାଲି ସୁଦ୍ଧା ତିନିରଥର ୩୬ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା ଆଜିର କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ ଚକରୁ ୩୮ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ତିନିରଥର ୫ ଟି ନାହାକା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ତାଳଧ୍ୱଜ ରଥର ୨ ଟି , ଦର୍ପଦଳନ ଏବଂ ନନ୍ଦିଘୋଷ ରଥର ଗୋଟିଏ ଲେଖାଁଏ ପଡିନାହାକା ଅଖ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି।

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ  ମାନେ ଆଜି ସକାଳ ଘ.୮.୦୦ ଟାରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

  ରଥ ନିର୍ମାଣ ଅଗ୍ରଗତି

ଗତକାଲି ସୁଦ୍ଧା ତିନିରଥର ୩୬ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା ଆଜିର କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ ଚକରୁ ୩୮  ଗୋଟି ଚକର ନିର୍ମାଣ ଶେଷ ହୋଇଛି । ତିନିରଥର ୫ ଟି ନାହାକା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ତାଳଧ୍ୱଜ ରଥର ୨ ଟି , ଦର୍ପଦଳନ ଏବଂ ନନ୍ଦିଘୋଷ ରଥର ଗୋଟିଏ ଲେଖାଁଏ  ପଡିନାହାକା ଅଖ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି।

 ତାଳଧ୍ୱଜ ରଥ

 ତାଳଧ୍ୱଜ ରଥର ମୋଟ ୧୪ ଗୋଟି ଚକରୁ ଆଜି ସୁଦ୍ଧା ୧୨ ଟି ଚକର ନିର୍ମାଣ ଶେଷ ହୋଇ ବାକି ଦୁଇଗୋଟି ଚକର ତୂମ୍ବରେ ଅର ସଂଯୋଗ ସହ ଅରରେ କଣ୍ଟା ବାଡ଼ିଆ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ଗୋଟିଏ ନାହାକା ଅଖ ନିର୍ମାଣ ପୂର୍ବରୁ ଶେଷ ହୋଇଥିଲା ,ଆଜି ତାଳଧ୍ୱଜ ରଥର ଦୁଇଟି ପଡି ନାହାକା ଗୋଟିଏ ଗୋଟିଏ ବଡ ଉଛଳା ଏବଂ ସାନ ଉଛଳା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ତାଳଧ୍ଵଜ ରଥର ୮ ଗୋଟି ଚଉତା କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇଥିଲା, ଆଜି  ବାକି ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

 ଦର୍ପଦଳନ ରଥ

ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକରୁ ଆଜି ସୁଦ୍ଧା ୧୧ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଶେଷ ଚକଟିର ତୂମ୍ବରେ ଅର ସଂଯୋଗ ହୋଇ ଯନ୍ତାଗାଡ଼ ଠାରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଭୋଇ ସେବକ ମାନେ ଶେଷ କରିଛନ୍ତି ।ଦର୍ପଦଳନ ରଥର ଦୁଇଟି ନାହାକା ଅଖ ନିର୍ମାଣ ଶେଷ ହେବା ସହ ଗୋଟିଏ ପଡି ନାହାକା ଅଖ ନିର୍ମାଣ ଶେଷ ହୋଇଛି। ଏଥିସହ ଦର୍ପଦଳନ ରଥର ୪ଗୋଟି ନିରାଡିରୁ ୨ ଗୋଟି ୨୦ଫୁଟିଆ ନିରାଡିର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଏଥିସହ ୧୨ ଗୋଟି ଚଉତା କାଠରୁ ୮ଟିର ଚଉପଟ ସାରି ବାକି ୪ ଗୋଟି ଚଉତର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ନନ୍ଦିଘୋଷ ରଥ

 ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ଆଜି ସୁଦ୍ଧା ୧୫ ଗୋଟି ଚକର ନିର୍ମାଣ ଶେଷ ହୋଇଛି। ଶେଷ ଚକ ତୂମ୍ବରେ ଅର ସଂଯୋଗ ପରେ ଯନ୍ତାଗାଡ଼ ଠାରେ ଆଜି ସିଙ୍ଗଡ଼ା ବାଡ଼ିଆ ବା ତୁମ୍ବ ଅରରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ଦୁଇଟି ନାହାକା ଅଖ ଏବଂ ଗୋଟିଏ ପଡି ନାହାକା ଅଖ ନିର୍ମାଣ ଶେଷ ହୋଇଛି । ଏଥିସହ ୪ଗୋଟି ନିରାଡ଼ି ରୁ ୨ ଗୋଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୨ଗୋଟି ଚଉତା କାଠ ରୁ ୧୦ ଗୋଟି ଚଉତର ଚଉପଟ ସରି ଶେଷ ଦୁଇଟିର ଚଉପଟ ଜାରୀ ରହିଛି

ରୂପକାର ସେବକ

ତିନିରଥର ରୂପକାର ସେବକ ମାନେ ତିନିରଥ ର ଗୁଜ ଗୁଡିକରେ ରୂପ ଖୋଦେଇ ସହ ରୂପ ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି ।

 କରତି ସେବକ

 କରତି ସେବକ ମାନେ ତାଳଧ୍ୱଜ ରଥର ଗୋଟିଏ ୨୦ ଫୁଟିଆ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି ।

 କମାର ଶାଳ

ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

 ଯନ୍ତାଗାଡ଼

ତିନିରଥର ଭୋଇ ସେବକ ମାନେ ତିନିରଥର ଶେଷ   ଗୋଟିଏ ଗୋଟିଏ ତୂମ୍ବରେ ଅର ସଂଯୋଗ ପୂର୍ବକ କଣ୍ଟା ବାଡ଼ିଆ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ସନ୍ଧ୍ୟାରେ ସାମାନ୍ୟ ବର୍ଷା କାରଣରୁ ଯନ୍ତାଗାଡ଼ ମୁଦ କାର୍ଯ୍ୟ ଆସନ୍ତାକାଲି କରିବେ ବୋଲି ସୂଚନା ମିଳିଛି।

ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୬

ତିନିରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ –   ୪

ତିନିରଥର କମାର ସେବକ-୧୭

ପାହି ମହାରଣା               –  ୨

ତୁମ୍ବ ବିନ୍ଧ କାରୀଗର         –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                           ମୋଟ-୧୯୭

LEAVE A REPLY

Please enter your comment!
Please enter your name here