By Our Correspondent
PURI: ଆଜି ରଥ ନିର୍ମାଣର ୩୭ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକାଲି ତିନିରଥ ର ଅଖ ଉପରକୁ ଦଣ୍ଡା ଫ୍ରେମ ଉଠି ଅନୁକୂଳ ପୂଜା ପରେ ଦଣ୍ଡାରେ କଣ୍ଟା ଗାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା. ତିନିରଥ ପାଞ୍ଚ ଦଣ୍ଡାରେ ଆଗଆଣି,ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ଵ ରେ ପୋଲ ଗୟଳ ମୋଡା ଶେଷ.
ଆଜି ପୂର୍ବାହ୍ନରେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ମାନେ ତିନିରଥ ର ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠାଇବା ପରେ ତିନିରଥ ମହାରଣା ସେବକ ମାନେ ମାପ ପ୍ରକାରେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ର।କାର କାପ ଖୋଦେଇ ସହ ବିନ୍ଧ କାଲାପରେ ତିନିରଥ ର ଓଝା ସେବକ ମାନେ ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ।
ଆସନ୍ତାକାଲି ପୂର୍ବାହ୍ନରେ ତିନିରଥ ର ଚାରିନାହାକା ଉଠିବା କାର୍ଯ୍ୟକ୍ରମ ଥିବାରୁ ତାର ପୂର୍ବ ପ୍ରସ୍ତୁତି ଶେଷ ହୋଇଛି।ସେଥିପାଇଁ ଆଜି ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇଛି ବା ମୋଡ଼ାଯାଇଛି।
ପୋଲ ଗୟଳ କୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଟାଣ ବା ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି।ତିନିରଥ ଚାରି ନାହାକା ଉଠିବା ସହଜ ହେବାପାଇଁ ଆଜି ଭୋଇ ସେବକ ମାନେ ପୋଲା ଗୟଳ ଉପରେ ଭାରା ବାନ୍ଧି ଫାଳୀ ବଟନ କାଠ ପକାଇଛନ୍ତି।
ତିନିରଥ ର ଗାରେଡ଼ି ଏବଂ ଅଁଳା ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳି କୁ ୪ ଗୋଟି ଲେଖାଏଁ ୬ ଫୁଟ ଲମ୍ବ କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇଥିଲେ,ଯାହାକି ତିନିରଥ ମହାରଣା ସେବକ ମାନେ ତାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ତିନିରଥ ର ଶେଷ ଦୁଇଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ତିନିରଥ ର ମହାରଣା ସେବକ ମାନେ ଶେଷ କରିଛନ୍ତି।
ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ ରହୁରୁପ ବା ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ଏବଂ ଗୟଳ ପାଇଁ ତାଗ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ (ପାଣି ବାଲା) ୧
ମୋଟ – ୨୦୬ ଜଣ




























