ରଥ ଖଳା:ରଥ ନିର୍ମାଣ କାର୍ଯ୍ୟ ୫୩ ତମ ଦିବସ: ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବାସହ, ରଥର କୋଣ ମାନଙ୍କରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି, ରୂପକାର ସେବକ ମାନେ ତିନି ଏଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି

0
43
Bisweswar Ray Behera, Revenue Inspector (RI), Siko, under Begunia Tahasil, in Khordha, has been apprehended by Odisha Vigilance while demanding and accepting bribe of Rs.20,000

By Our Correspondent

PURI/BHUBANESWAR:   ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ସମୟରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ଅନୁକୂଳ ପୂଜା ପୂର୍ବକ  ରୂପକାର ସେବକ ମାନେ ତିନି ରଥ ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ସହ ତିନିରଥ ୪ ଗୋଟି ଲେଖାଏଁ ଦୁଆର ବେଢ଼ା ରଥ ଉପରକୁ ଉଠିଥିଲା.

ଆଜି ତିନି ରଥ ଦୁଆର ବେଢ଼ା କୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ା ଗୁଡ଼ିକର ଉପରଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀ ରେ କଣ୍ଟା ବସି ସେଟିଂ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ା କୁ ବାନ୍ଧି ରଖିବାପାଇଁ ପ୍ରତି ଦୁଆର ବେଢ଼ା ର ନାଟ ଗୋଡ ସହ ଚଉଦ ନାହାକା ରେ ଦୁଇଟି ଲେଖାଏଁ  ସପୋର୍ଟ ବଟନ୍ ବା ଦୁଆର ବାଣିଆ ପ୍ରତି ରଥ ରେ ୧୬ ଟି ଲେଖାଏଁ ଫିଟିଂ କରାଯାଇଛି।

ଆଜି ମହାରଣା ସେବକ ମାନେ ତିନି ରଥ ଭୋଇ ସେବକ ମାନଙ୍କ ସହିଯୋଗ ରେ ତିନି ରଥର ପ୍ରତି କୋଣ ଗୁଡିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବା ପରେ, ତିନି ରଥରେ ‘ହାତିଆଳ ମାଳ’ ବା କାଠ ବଟନ୍ ଆଠ ଟି ଲେଖାଏଁ ବଡଧରା ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଙ୍ଗ କରାଯିବା ସହ ତିନି ରଥର ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ମଣ୍ଡଣୀ ବତା ପଡ଼ି ବଡଧରା ପୋଟଳ ଠାରୁ ଚନ୍ଦ୍ର ଶାଳୀ ପର୍ଯ୍ୟନ୍ତ ଲାଗିଛି, ଫଳରେ ରଥରେ କନା ପଡ଼ିବା ସୁବିଧା ଜନକ ହେବାସକ, ରଥ ର କନା ଆବରଣ ଏକ ଗୋଲାକାର ଆକୃତି ବହନ କରୁ ରଥର ଗଠନ ଶୈଳୀ ସୁନ୍ଦର ଦେଖାଯିବା ସହ, କନା ସୁରକ୍ଷିତ ରୁହେ।

ଏଥିସହ ଆଜି ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବାସହ, ରଥର କୋଣ ମାନଙ୍କରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି।

ରୂପକାର ସେବକ ମାନେ ତିନି ଏଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି।ଦରଜୀ ସେବକ ମାନେ ତିନି ରଥର ପୋଟଳ ର କନା କାର୍ଯ୍ୟ ଶେଷ କରି ଚନ୍ଦ୍ର ଶାଳୀ, ଅଁଳା ଶ୍ରୀ ରେ ସିଲଭର ଜରୀ ଲେସ କାର୍ଯ୍ୟ ସହ,  ଚନ୍ଦ୍ର ଶାଳୀ ଏବଂ  ଦୁଆର ବେଢ଼ାରେ ଲାଗିବା ପାଇଁ ଛୋଟ ପତାକା ତିଆରି କାର୍ଯ୍ୟ ଜାରିଆଖିଛନ୍ତି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଧ୍ଵଜ ବତା କଣ୍ଟା ଯୋଗାଇବା ସହ ତିନି ରଥ ପାଇଁ ପ୍ରଭା ବିଡିଆ କଣ୍ଟା, କପୁରି ପାଇଁ ବାଗିଆ କଣ୍ଟା, ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ଚିତ୍ରକାର ସେବକ ମାନେ ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ, ସାରଥି, ଘୋଡ଼ା, କଳସ, ସାକ୍ଷୀ, ପାର୍ଶ୍ଵ ଦେବଦେବୀ ମୂର୍ତ୍ତି ଗୁଡିକରେ ଚିତ୍ର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୭

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ    – ୧୭

ତିନି ରଥ ରୂପକାର ସେବକ – ୨୧

ତିନି ରଥ ଚିତ୍ରକାର ସେବକ – ୪୦

ତୁମ୍ବ ବିନ୍ଧ କାରୀଗର          –   ୨

ପାହି ମହାରଣା                –   ୨

ରଥଖଳା ସହାୟକ           –    ୧

ମୋଟ – ୨୪୧ ଜଣ

 

 

 

LEAVE A REPLY

Please enter your comment!
Please enter your name here