ରଥଖଳା ରଥନିର୍ମାଣକାର୍ଯ୍ୟ ପଞ୍ଚଦଶ ଦିବସ: ଅଖ ନିର୍ମାଣ ପାଇଁ ତିନିରଥର ଗୋଟିଏ ଗୋଟିଏ  ୪୦ ଫୁଟିଆ  ଅଖ କାଠ ର ଅନୁକୂଳ ପୂଜା

0
535

By Our Correspondent

PURI/BHUBANESWAR:  ରଥ ନିର୍ମାଣର ପଞ୍ଚଦଶ ତମ ଆଜିର ଦିନରେ ତିନିରଥର ନିର୍ମାଣ କାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟା ମଧ୍ୟରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ.

   ରଥନିର୍ମାଣ ଅଗ୍ରଗତି

ଆସନ୍ତା ତା୧୨.୫.୨୦୨୩, ଶୁକ୍ରବାର ପବିତ୍ର ଭଉଁରୀ ତିଥିରେ ବିଧି ମତେ ଚକଡେରା ନୀତି ପାଳିତ ହେବାକୁ ଯାଉଥିବାରୁ ରଥଖଳା ଚଳ ଚଞ୍ଚଳ ହୋଇଉଠିଛି। ସେଥିପାଇଁ ଆଜି ଅଖ ନିର୍ମାଣ ପାଇଁ ତିନିରଥର ଗୋଟିଏ ଗୋଟିଏ  ୪୦ ଫୁଟିଆ  ଅଖ କାଠ ର ଅନୁକୂଳ ପୂଜା ଅପରାହ୍ନରେ ତିନିରଥ ର ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ହୋଇ ତିନି ଗୋଟି ଅଖର ଦୁଇ ପାର୍ଶ୍ୱ ଗୋଳେଇ କାର୍ଯ୍ୟ ଜାରୀ ରହିଛି ।

   ଚକ ନିର୍ମାଣ

ଗତ କାଲି ତିନିରଥର ଦୁଇଟି ଲେଖାଁଏ ନାହାକା ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ତିନିରଥର ଆଉ ତିନୋଟି ଲେଖାଁଏ ଚକ ନିର୍ମାଣ ଶେଷ ହୋଇ ଆଜି ସୁଦ୍ଧା ତିନିରଥର ମୋଟ ୧୫ ଗୋଟି ଚକ ନିର୍ମାଣ ଶେଷ ହୋଇଛି।

ତାଳଧ୍ଵଜ ରଥ

ତାଳଧ୍ୱଜ ରଥର ଦୁଇଟି ନାହାକା ଚକ ନିର୍ମାଣ ଶେଷ ହେବାପରେ ଆଜି ତାଳଧ୍ୱଜ ରଥର ୪ଗୋଟି ପଡି ନାହାକା ଚକରୁ ୩ ଗୋଟି ପଡି ନାହାକା ଚକ ଶେଷ ହୋଇଛି, ଶେଷ ପଡିନାହାକା ଚକଟିର ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇ ସେଥିରେ ପନ୍ଦାରି ବଳା ବସି ଠେକ ତୁଲିଆ କାର୍ଯ୍ୟ ଜାରୀରହିଛି।  ତାଳଧ୍ୱଜ ରଥର ୧୧ଗୋଟି ସାଲ ଗୁଜ, ୯ଗୋଟି ଜଳ ଯନ୍ତ୍ର ଏବଂ ୮ ଗୋଟି ତିଖ ଗୁଜ ନିର୍ମାଣ ଶେଷ ହୋଇଛି ।

 ଦର୍ପ ଦଳନ ରଥ

  ଦର୍ପଦଳନ ରଥର ମୋଟ ୪ଗୋଟି ନାହାକା ଚକରୁ ଗତ କାଲି ୨ ଟି ନାହାକା ଚକର ନିର୍ମାଣ ଶେଷ ହୋଇଥିଲା ଆଜି ଆଉ ଦୁଇଟି ନାହାକା ଚକ ସହ ଗୋଟିଏ ପଡିନାହାକା ଚକ ର ନିର୍ମାଣ ଶେଷ ହୋଇ ମୋଟ ୧୨ ଗୋଟି ଚକରୁ ୫ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଆଉ ଦୁଇଟି ପଡି ନାହାକା ଚକର ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ସାରି ସେଥିରେ ପନ୍ଦାରି ଏବଂ ବଳା କାର୍ଯ୍ୟ ଶେଷ ହୋଇଛି ।

  ନନ୍ଦିଘୋଷ ରଥ

  ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକ ମଧ୍ୟରୁ ୪ ଗୋଟି, ନାହାକା ଚକ, ୪ ଗୋଟି ପଡି ନାହାକା ଚକ, ୪ ଗୋଟି ବଡ଼ ଉଛୁଳା ଏବଂ ୪ ଗୋଟି ସାନ ଉଛୁଳା ଚକ ରହିଥାଏ, ଗତ କାଲି ଦୁଇଟି ବାହାକା ଚକ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ନାହାକା ଚକ ସହ ଗୋଟିଏ ପଡି ନାହାକା ଚକ ନିର୍ମାଣ ଶେଷ ହୋଇ  ନନ୍ଦିଘୋଷ ରଥର ଆଜି ସୁଦ୍ଧା  ୫ ଗୋଟି ଚକ ନିର୍ମାଣ ଶେଷ ହୋଉଅଛି । ଅନ୍ୟ ଦୁଇ ପଡି ନାହାକା ଚକରୁ ଗୋଟିକର ପଇ କଳଶା ସରି ତୁମ୍ବର ଗୋଟିଏ ପାର୍ଶ୍ଵ ରେ ପନ୍ଦାରି ଫିଟିଙ୍ଗ ଶେଷ ହୋଇଅଛି, ଅନ୍ୟ ପଡି ନାହାକା ଚକର ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ସରି ତୁମ୍ବର ଠେକ ତୁଲିଆ କାମ ଜାରୀ ରହିଛି ।

    ରୂପକାର

    ତିନିରଥର ରୂପକାର ସେବକ ମାନେ ୫ ଗୋଟି ଲେଖାଁଏ  ଗୁଜରେ  ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି ।

  କରତି ସେବକ

  ତିନିରଥର କରତି ସେବକ ମାନେ ୪୨ ଗୋଟି ଟୁମ୍ବରୁ ୩୯ ଗୋଟି ତୁମ୍ବର ଆଜ ସୁଦ୍ଧା ଘେର କଟା କାର୍ଯ୍ୟ ଶେଷ କରିଛନ୍ତି ।

 କମାର ଶାଳ

 ଦୋଳବେଦୀ କମାର ଶାଳ ଠାରେ ତିନିରଥର କମାର ସେବକ ମାନେ ତିନିରଥର ନାହାକା ଚକ ଏବଂ ତିନିରଥ ପଡି ନାହାକା ଚକ ପାଇଁ ଆବଶ୍ୟକ ପନ୍ଦାରି ଏବଂ ବଳା ରଥଖଳା ମହାରଣା ମାନଙ୍କୁ ଯୋଗାଇ, ଉଛୁଳା ଚକ ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ କରୁଛନ୍ତି ।

   ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ  -୬୪

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ – ୧୭

ପାହି ମହାରଣା                –   ୨

ତୁମ୍ବ ବିନ୍ଧ କାରୀଗର          –   ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                         ମୋଟ-୧୮୬




LEAVE A REPLY

Please enter your comment!
Please enter your name here