ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୫୦ ତମ ଦିବସ-ରୂପକାର ସେବକ ମାନେ ତିନି ରଥର ମୋଟ ୨୪ ଗୋଟି ନାଟଗୋଡରୁ ୧୮ ଗୋଟି ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ କରିଥିଲେ, ବାକି ୬ ଗୋଟି ନାଟଗୋଡ଼ର ରୂପ ଖୋଦେଇ ଆଜି ସମ୍ପୂର୍ଣ୍ଣ କରି, ତିନି ରଥର ପଟା ଗୁଜ ଗୁଡ଼ିକରେ ନର ବିରାଳ, ଗଜ ବିରଳ ଏବଂ ସିଂହ ବିରଳ ଚିତ୍ର ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି

0
280

By Our Correspondent

PURI:ଆଜି ରଥ ନିର୍ମାଣର ୫୦ ତମ ଦିବସ ରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ହୋଇ ଉପସ୍ଥାନ ଦେବାପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ଆଜି ତିନିରଥ ବାହ୍ୟ ରଙ୍ଗ କାର୍ଯ୍ୟ ସହ ତିନିରଥ ପାର୍ଶ୍ଵ ଦେବ ବେବୀଙ୍କ ରଙ୍ଗ କାର୍ଯ୍ୟ ପାଇଁ ୩୮ ଜଣ ଚିତ୍ରକାର ନିୟୋଜିତ ହୋଇ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

 ଗତକାଲି ସୁଦ୍ଧା ତିନିରଥ ର ବେଦୀ ସିଂହାସନ ନିର୍ମାଣ ପାଇଁ ଚାରି ନାହାକା ଉଭୟ ପାର୍ଶ୍ଵରେ ପଡ଼ିଥିବା ଆଗ ପଛ ଢ଼ମକ ଉପରେ ପାଞ୍ଚୋଟି ଲେଖାଏଁ ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପକାଯାଇ, ବେଦୀ ପରିସରକୁ ବଢ଼ାଇବା ପାଇଁ ଜଗତ ପୃଷ୍ଠ ଶେଣୀର ଉଭୟ ପାର୍ଶ୍ଵରେ ତିନୋଟି ଲେଖାଏଁ ବାହୁଟ ଫାଳିଆ ପଡ଼ି ଥିଲା.
 ଆଜି ତିନିରଥ ରେ ପଟା ପଡ଼ି ବେଦୀ ନିର୍ମାଣ ଶେଷ ହୋଇଛି ।  ବେଦୀ ସିଂହାସନ ମୁହାଁଟି ର ରଙ୍ଗକାର୍ଯ୍ୟ ଚିତ୍ରକାର ସେବକ ଆରମ୍ଭ କରିଛନ୍ତି ରଙ୍ଗ କାର୍ଯ୍ୟ ଶେଷ କରିବା  ପରେ ବେଦୀରେ ସିଂହାସନ ମୁହାଁଟି ଫିଟିଙ୍ଗ କରାଯିବ।
ଗତକାଲି ସୁଦ୍ଧା ତିନିରଥ ର ପ୍ରଭା ପ୍ରେଂମ ରେ ପଟା ପଡ଼ିବା ଶେଷ ହୋଇ ଥିଲା ,ଆଜି ଉକ୍ତ ପ୍ରଭା ଫ୍ରେମ ରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଂ ଶେଷ ହୋଇଛି। ଆସନ୍ତାକାଲି ରୂପକାର ସେବକ ମାନେ ପ୍ରଭା ଗୁଡ଼ିକରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ କରିବେ ।
   ତିନିରଥ ର ୧୨ ଗୋଟି ଦୁଆର ବେଢ଼ା ରୁ  ଗତକାଲି ସୁଦ୍ଧା ତିନିରଥ ର  ଗୋଟିଏ ଗୋଟିଏ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଥିଲା ,ଆଜି ଆଉ ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହୋବା ସହ ବାକି ତିନିଗୋଟି ଦୁଆର ବେଢ଼ା ନିର୍ମାଣ ପାଇଁ। ପ୍ରେଂମ ପ୍ରସ୍ତୁତି ପାଇଁ ପଟା ବଟନ୍ ସାଇତା ଆରମ୍ଭ ହୋଇଛି।
     ତିନିରଥ ର ୧୨ ଟି ଲେଖାଏଁ କଣି ଫାଉଡ଼ା ନିର୍ମାଣ ଶେଷ ହୋଇଛି। (ଏହି କଣି ଫାଉଡା ତିନିରଥ ଭୂଇଁ ର ଛ କାଠି କୋଣ ମାନଙ୍କରେ ସେଟିଂ ହୋଇ ଏହାର ଚାରି ପାର୍ଶ୍ବରେ ବତା ବା ପତଳା କାଠ ବଟନ୍ ପକାଜିବ, ରଥରେ କନା ପଡ଼ିଲା ବେଳେ ରଥର ଗୋଲା କାର ସେଫ୍ ଆସିବା ସହ ରଥ କନା ଚିରିନଥାଏ).
  ରୂପକାର ସେବକ ମାନେ ତିନି ରଥର ମୋଟ ୨୪ ଗୋଟି ନାଟଗୋଡରୁ ୧୮ ଗୋଟି ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ କରିଥିଲେ, ବାକି ୬ ଗୋଟି ନାଟଗୋଡ଼ର ରୂପ ଖୋଦେଇ ଆଜି ସମ୍ପୂର୍ଣ୍ଣ କରି, ତିନି ରଥର ପଟା ଗୁଜ ଗୁଡ଼ିକରେ ନର ବିରାଳ, ଗଜ ବିରଳ ଏବଂ ସିଂହ ବିରଳ ଚିତ୍ର ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି।
    ଚିତ୍ରକାର ସେବକ ମାନେ ତିନିରଥ ଗୋଟିଏ ଗୋଟିଏ ସିଂହାସନ ମୁହାଁଟି ର ରଙ୍ଗ କାର୍ଯ୍ୟ ପାଇଁ ସେଥିରେ ପ୍ରାଈମର ଦେବାସହ ନାଟ ଗୋଡ଼ ଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି , ଏଥିସହ ରଥ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ଗୁଡ଼ିକର ରଙ୍ଗ କାର୍ଯ୍ୟ ସହ ତିନିରଥ ଗୁଜ, ଚକ  ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
 ଦରଜୀ ସେବକ ମାନେ ତିନିରଥ ର ୨୪ ଟି ବତା କନାରେ ୭୨ ଟି ବିଳାସ ପଟି ଲାଗି ଶେଷ କରି ତିନିରଥ ୧୨ ଗୋଟି ଦୁଆର ବେଢ଼ା ପାଇଁ କନା କଟିଙ୍ଗ ପରେ ସେଥିରେ ଲେସ, ଚିକ୍କଣ ସିଲଭର ଜରି ରେ ଫୁଲ ଡାଳୀ ପକା କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ସାଲ ରେ ଓଝା ସେବକ ମାନେ ତିନି ରଥର ଧୂଳି ଦଣ୍ଡା ଏବଂ ଶୁଆ ସେଟିଂ ପାଇଁ ନରାଜ କଣ୍ଟା ନିର୍ମାଣ ଶେଷ କରି ତିନିରଥ ର ସାରଥି ବାଗୀଆ କଣ୍ଟା (ହାତ ଏବଂ ଜଏଣ୍ଟ ସ୍ଥାନ ପାଇଁ) ନିର୍ମାଣ ସହ ପ୍ରଭା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –   ୭୮
ତିନିରଥ ର ଭୋଇ ସେବକ     –   ୭୭
ତିନି ରଥ ର କରତୀ ସେବକ   –     ୪
ତିନିରଥ ଓଝା କମାର ସେବକ –   ୨୦
ତିନିରଥ ର ରୂପକାର ସେବକ  –   ୨୧
ତିନିରଥ ତୁମ୍ବ ବିନ୍ଧ କାରୀଗର   –     ୨
ପାହି ମହାରଣା                     –     ୨
ରଥଖଳା ସହାୟକ(ପାଣି ବାଲା) –   ୧
    ମୋଟ – ୨୦୫ ଜଣ

LEAVE A REPLY

Please enter your comment!
Please enter your name here