ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୮ ତମ ଦିବସ-ତିନିରଥ ର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢ଼ମକ ରେ ପାଞ୍ଚ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତ ପୃଷ୍ଠ ସେଣୀ ପଡ଼ି କଣ୍ଟା ବାଡ଼ିଆ ଶେଷ,ଦୋଳ ଦେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପୋଟଳ କଣ୍ଟା ଯୋଗାଇବା ପରେ ତିନିରଥ କଳସ କଣ୍ଟା, ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ତିନିରଥ  ଗଣ୍ଠି କଣ୍ଟା ନିର୍ମାଣ ସହ ଏଲ  କ୍ଲାମ୍ପ୍  ଇଉ କ୍ଳାମ୍ପ୍ ନିର୍ମାଣ ଜାରୀ ରଖିଛନ୍ତି

0
324

By Our Correspondent

PURI: ଆଜି ରଥ ନିର୍ମାଣର ୪୮ ତମ ଦିବସରେ ରଥ ନିର୍ମାଣକାରୀ ସେବକମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ୩୪ ଜଣ ଚିତ୍ରକାର ସଦସ୍ୟ ଶ୍ରୀ ଦେବରାଜ ମହାପାତ୍ର ମୁଖ୍ୟ ଚିତ୍ରକାର ସେବକ ଙ୍କ ତତ୍ତ୍ଵାବଧାନରେ ତିନିରଥ  ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଗତକାଲି ସୁଦ୍ଧା ତିନିରଥ ର ପ୍ରଥମ ଭୂଇଁ ଉଭୟ ପଟରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡ଼ିଆ ଯାଇ ତୃତୀୟ ଭୂଇଁ ରେ କଇଞ୍ଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଥିଲା..  ତିନିରଥ ର ଖପୁରୀ ସମେତ ପାରା ଭାଡ଼ି କୁ ମିଶାଇ ପୋଟଳ ସେଟିଙ୍ଗ ଶେଷ.
  ଆଜି ତିନିରଥ ର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ସହଯୋଗୀ ମହାରଣା ସେବକ ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥରେ ଖପୁରୀ ସମେତ ପାରାଭାଡ଼ି କୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଅଛି।
ଏଥିସହ ତିନିରଥ ର ଚାରି କୋଣ ମାନଙ୍କୁ ଛାଡି ବେଦୀ ଚାରିପଟେ ପାରୁସ ପଟା ପଡ଼ିବା ଶେଷ ହୋଇଛି। ତିନିରଥ କୁ ଦୁଆର ବେଢ଼ା ଉଠିବା ପରେ, ଖାଲି ଥିବା ଏହି କୋଣ ଗୁଡ଼ିକରେ ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ।
ଆଜି ତିନିରଥ ର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢ଼ମକ ରେ ପାଞ୍ଚ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତ ପୃଷ୍ଠ ସେଣୀ ପଡ଼ି କଣ୍ଟା ବାଡ଼ିଆ ଶେଷ ହୋଇଛି।
(ବେଦୀ ଚାରି ପାର୍ଶ୍ବରେ ପଟା ବାଡିଆ ଶେଷ ହେବା ପରେ, ବେଦୀ ପରିସରକୁ ବଢ଼ାଇବା ପାଇଁ ସେଣିି ପତନ ରେ ବେଦୀ ଉଭୟ ପାର୍ଶ୍ଵରେ ତିନୋଟି ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ପଡ଼ି ପଟା ପକାଯାଇ ବେଦୀ ପ୍ରସ୍ତୁତ କରାଯିବ)
ଏଥିସହ ଆଜି ତିନିରଥ ଦୁଆର ବେଢ଼ା ପ୍ରେଂମ ନିର୍ମାଣ ଶେଷ ହୋଇଛି, ପ୍ରେଂମ ରେ ପଟା ପଡ଼ିବା ବାକି ରହିଛି।
ରୂପକାର ସେବକ ମାନେ ତିନିରଥ ର ୩୨ ଗୋଟି ନାଟ ଗୋଡ଼ରୁ ୧୬ ଗୋଟି ନାଟ ଗୋଡ଼ ରେ ରୂପ ଖୋଦେଇ ଶେଷ କରି ଚିତ୍ରକାର ମାନଙ୍କୁ ରଙ୍ଗ କାର୍ଯ୍ୟ ପାଇଁ ଯୋଗାଇ ଦେଇଥିଲେ, ବାକି ୧୬ ଗୋଟି ନାଟ ଗୋଡ଼ରୁ ୧୩ ଗୋଟି ନାଟ  ଗୋଡର
ରୂପ ଖୋଦେଇ ଶେଷ ହୋଇ ରୂପଗୁଡ଼ିକର ପୋଲିସ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି, ବାକି ତିନି ଗୋଟି ନାଟ ଗୋଡ଼ରେ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଁଚିଛି।ଏଥିସହ ତିନିରଥ ରେ ପଟାଗୁଜ ଗୁଡ଼ିକରେ ସିଂହ ବିରାଳ, ଗଜ ବିରଳ ଏବଂ ନର ବିରଳ ଚିତ୍ର ଖୋଦେଇ ଜାରୀ ରଖିଛନ୍ତି।
ଚିତ୍ରକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ ପ୍ରାଇମର ଦେବାପରେ ପରେ ନାଟ ଗୋଡ଼ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି,ଏଥିସହ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ଗୁଡ଼ିକର ରଙ୍ଗ କାର୍ଯ୍ୟ ସହ, ହଂସ ପଟା, କନ୍ୟା ପଟା, ଶିଖର ଡମ୍ବରୁ,  କଳସ, ଓଲଟ ଶୁଆ ସହ ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳ ଦେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପୋଟଳ କଣ୍ଟା ଯୋଗାଇବା ପରେ ତିନିରଥ କଳସ କଣ୍ଟା, ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ତିନିରଥ  ଗଣ୍ଠି କଣ୍ଟା ନିର୍ମାଣ ସହ ଏଲ  କ୍ଲାମ୍ପ୍  ଇଉ କ୍ଳାମ୍ପ୍ ନିର୍ମାଣ ଜାରୀ ରଖିଛନ୍ତି।
ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଂଙ୍ଗ ସହ ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ପାଇଁ କନା କଟିଙ୍ଗ ଶେଷ ସେଥିରେ ସିଲଭର ଲେସ ଷ୍ଟିଚିଙ୍ଗ କାର୍ଯ୍ୟ ଜାରୀ ରହିଛି.

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –   ୭୮
ତିନିରଥ ର ଭୋଇ ସେବକ     –   ୭୬
ତିନିରଥ ର କରତୀ ସେବକ    –     ୪
ତିନିରଥ ଓଝା କମାର ସେବକ –   ୨୦
ତିନିରଥ ର ରୂପକାର ସେବକ  –   ୨୧
ତିନିରଥ ତୁମ୍ବ ବିନ୍ଧ କାରୀଗର   –     ୨
ପାହି ମହାରଣା                      –    ୨
ରଥଖଳା ସହାୟକ(ପାଣି ବାଲା) –   ୧
       ମୋଟ – ୨୦୪ ଜଣ

LEAVE A REPLY

Please enter your comment!
Please enter your name here