ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୬ ତମ ଦିବସ-ରୂପକାର ସେବକ ମାନେ ତିନିରଥ ର ୩୨ ଗୋଟି ନାଟ ଗୋଡ଼ରେ ୧୬ ଗୋଟି ନାଟ ଗୋଡ଼ରେ ରାହୁ ରୂପ ବା କନ୍ଦର୍ପ ରୂପ ଖୋଦେଇ ଶେଷ କରି ସେଥିରେ ରଙ୍ଗ କାର୍ଯ୍ୟ ପାଇଁ ଚିତ୍ରକାର ସେବକଙ୍କୁ ଯୋଗାଇ ଦେଇ ବାକି ତିନିରଥ ୧୬ ଗୋଟି ନାଟ ଗୋଡରେ ରୂପ ଖୋଦେଇ ଜାରୀ ରଖିଛନ୍ତି

0
363

By Our Correspondent

PURI:ଆଜି ରଥ ନିର୍ମାଣର ୪୬ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ଏଥିସହ ଆଜି ୩୪ ଜଣ ଚିତ୍ରକାର ସେବକ ଯୋଗଦେଇ ତିନିରଥ ର ରଙ୍ଗ କାର୍ଯ୍ୟ ସହ ପାର୍ଶ୍ଵ ଦେବ ଦେବୀ ଙ୍କ ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଗତକାଲି ସୁଦ୍ଧା ତିନିରଥ ର ତୃତୀୟ ଭୂଇଁ ପ୍ରେଂମ ଉଠି ମଝି ଭୂଇଁ ଉପରେ ସଂଯୋଗ ସହ ତୃତୀୟ ଭୂଇଁ ପ୍ରେଂମ ଉପରେ ବଡ ଥଳ ପୋଟଳ ବା ଏକ ନମ୍ୱର ପୋଟଳ ସେଟିଂ ଶେଷ ହୋଇଥିଲା.

   ଆଜି ତିନିରଥ ର ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନେ ମିଶି ତିନି ରଥର ମୂଳ କଇଞ୍ଚି ବା ଚାରି ନାହାକା   କଇଞ୍ଚି ତିନିରଥ ରେ ଦୁଇଟି ଲେଖାଏଁ ଉଭୟ ପାର୍ଶ୍ଵରେ ପଡ଼ିଅଛି( ଏହି କଇଞ୍ଚି ଚାରି ନାହାକା ଭିତର ଦୁଇପାର୍ଶ୍ଵରେ ଚାରି ନାହାକା ମୂଳରୁ ଗରଗରା ସହ କ୍ରସ୍ କରି ଫିଟିଙ୍ଗ ହୋଇଛି).
ଏଥିସହ ତିନିରଥ ର ପାରା ଭାଡ଼ି ସହ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।ଏଥିସହ ତିନି ରଥ କଳସ ରେ ପାଖୁଡ଼ା ସଂଯୋଗ ଶେଷ ହୋଇଛି, କଳସରେ ସିଲଭର ପାତ ଫିଟିଙ୍ଗ ପରେ କଳସ ର ରଙ୍ଗ କାର୍ଯ୍ୟ ଆରମ୍ଭ ହେବ।
ଏଥିସହ ତିନିରଥ ର ଦୁଆର ବେଢ଼ା ପାଇଁ ଚାରିଟି ଲେଖାଏଁ ଅଁଳା ନିର୍ମାଣ ଶେଷ  ହୋଇଛି। ଏଥିସହ ତିନିରଥ ର ବେଦୀ ସମ୍ମୁଖ ଭାଗକୁ ଛାଡି ତିନି ପାର୍ଶ୍ଵରେ ତାଗ ବା ବଟନ୍ ବାଡ଼ିଆ ଜାରୀ ରହିଛି ।
ରୂପକାର ସେବକ ମାନେ ତିନିରଥ ର ୩୨ ଗୋଟି ନାଟ ଗୋଡ଼ରେ ୧୬ ଗୋଟି ନାଟ ଗୋଡ଼ରେ ରାହୁ ରୂପ ବା କନ୍ଦର୍ପ ରୂପ ଖୋଦେଇ ଶେଷ କରି ସେଥିରେ ରଙ୍ଗ କାର୍ଯ୍ୟ ପାଇଁ ଚିତ୍ରକାର ସେବକଙ୍କୁ ଯୋଗାଇ ଦେଇ ବାକି ତିନିରଥ ୧୬ ଗୋଟି ନାଟ ଗୋଡରେ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଚିତ୍ରକାର ସେବକ ମାନେ ରଥ ପାର୍ଶ୍ଵ ଦେବ ଦେବୀ ମାନଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ କୋଣ ଗୁଜ, ପଟା ଗୁଜ, ରେ ଧଳା ପ୍ରାଇମର ଦେବାସହ  ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥ ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଏବଂ ପୋଟଳ ପାଇଁ ଜଙ୍ଘା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ଦରଜୀ ସେବକ ମାନେ ତିନିରଥ କନା କଟିଙ୍ଗ ପରେ ସେଥିରେ ଲେସ ଫିଟି ଫିଟିଙ୍ଗ କାର୍ଯ୍ୟ ଜାରୀରଖିଛନ୍ତି।

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –   ୭୮
ତିନିରଥ ର ଭୋଇ ସେବକ     –   ୭୬
ତିନିରଥ ର କରତୀ ସେବକ    –     ୪
ତିନିରଥ ଓଝା କମାର ସେବକ –   ୨୦
ତିନିରଥ ର ରୂପକାର ସେବକ  –   ୨୧
ତିନିରଥ ର ବିନ୍ଧ କାରୀଗର     –     ୨
ପାହି ମହାରଣା                     –     ୨
ରଥଖଳା ସହାୟକ(ପାଣି ବାଲା) –  ୧
                  ମୋଟ – ୨୦୪ ଜଣ

 

LEAVE A REPLY

Please enter your comment!
Please enter your name here