ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଏକାଦଶ ଦିବସ: ତିନିରଥ ର ୪୨ ଗୋଟି ତୁମ୍ବ ର ଉଭୟ ପାର୍ଶ୍ୱର ମଧ୍ୟ ଭାଗରେ ପନ୍ଦାରି ବଳା ଆସିବା ପାଇଁ ତିନି ରଥର ମହାରଣା ସେବକ ମାନେ ନିହାଣ ରେ ଗୋଲାକାର ଗାଡ଼ ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି

0
156

By Our Correspondent

PURI/BHUBANESWAR: ଆଜି ରଥ ନିର୍ମାଣର ଏକାଦଶ ଦିବସ ରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଗଗା.୮.୦୦ ଟିକା ରେ ରଥ ଖଳା ଠାରେ ଉପସ୍ଥିତ ହୋଇ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

(ଗତକାଲି ସୁଦ୍ଧା ମହାରଣା ସେବକ ମାନେ ତିନି ରଥର ୪୨ ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ କରି ତୁମ୍ବ ଉଭୟ ପାର୍ଶ୍ଵରେ ପନ୍ଦାରି ବଳା ବସିବା ପାଇଁ ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ)

ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ଼ ଖୋଦେଇ ଜାରୀ.  ଆଜି ସୁଦ୍ଧା ତିନିରଥ ର ୪୨ ଗୋଟି ତୁମ୍ବ ର ଉଭୟ ପାର୍ଶ୍ୱର ମଧ୍ୟ ଭାଗରେ ପନ୍ଦାରି ବଳା ଆସିବା ପାଇଁ ତିନି ରଥର ମହାରଣା ସେବକ ମାନେ ନିହାଣ ରେ ଗୋଲାକାର ଗାଡ଼ ଖୋଦେଇ କାର୍ଯ୍ୟ  ଜାରୀ ରଖିଛନ୍ତି ।

ଆସନ୍ତା କାଲି ତା ୨୨.୫.୨୦୨୪, ବୁଧବାର ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ  ‘ଗୁଜ ଅନୁକୂଳ’  ପୂଜା  ଅନୁଷ୍ଠିତ ହେବ।  ଏଥିସହ ଅର କଟା ଅନୁକୂଳ, ଅର ଭୁଞ୍ଜା ଅନୁକୂଳ ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ପୂଜା ତିନି ରଥ ର ମୁଖ୍ୟ ମହାରଣା ସେବକମାନଙ୍କ ଦ୍ଵାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହେବ ।

ସେଥିପାଇଁ ଆଜି ରଥ ସମୀନ ଶ୍ରୀ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତା ରେ ତିନି ରଥ ଚାଳି କୁ ଗୁଜ,କୁଡୁକା ଏବଂ ଜଳ ଯନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୧୦ ଗୋଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ ଗୋଟା କାଠ ଯୋଗାଇଛନ୍ତି  ଏଥିସହ ତିନି ରଥର  ଦୁଇଟି ନାହାକା ଚକା ର ଅର ନିର୍ମାଣ ପାଇଁ ତିନି ରଥ ଚାଳି କୁ ୧୧ ଗୋଟି ଲେଖାଏଁ ୧୨ ଫୁଟିଆ ଅର ପଟା ଯୋଗାଇ ଛନ୍ତି, ଏଥିସହ ପ୍ରତେକ ଚାଳି କୁ ୭ ଟି ଲେଖାଏଁ ଚକ ନିର୍ମାଣ ପାଇଁ ପ୍ରଥମ ଦଫା  ପଇ ଯୋଗାଇଦେଇଛନ୍ତି।

କମାର ଶାଳ ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ଅର କଣ୍ଟା ନିର୍ମାଣ ସହ ପନ୍ଦାରି ବଳା ପୋଡ଼ା କାର୍ଯ୍ୟ ମଠାକାର୍ଯ୍ୟ ଜାରିରଖିଛନ୍ତି।

ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ – ୬୦

ତିନି ରଥର ଭୋଇ ସେବକ     – ୬୦

ତିନି ରଥର କରତୀ ସେବକ    –   ୪

ତିନି ରଥର କମାର ସେବକ     – ୧୫

ପାହୀ ମହାରଣା ସେବକ        –    ୧

ତୁମ୍ବ ବିନ୍ଧ କାରୀଗର              –    ୧

ରଥଖଳା ସହାୟକ(ପାଣିବାଲା) –   ୧

ମୋଟ – ୧୪୨ ଜଣ

 

LEAVE A REPLY

Please enter your comment!
Please enter your name here