By Our Correspondent
PURI:ଆଜି ରଥ ନିର୍ମାଣର ୩୯ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ଦେବା ସହ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକାଲି ସୁଦ୍ଧା ତିନିରଥ ର ଉଭୟ ପାର୍ଶ୍ଵରେ ତିନୋଟି ଲେଖାଏଁ ପୋଲ ଗୟଳ ମୋଡାଯାଇ, ଅନୁକୂଳ ପୂଜା ସହ ତିନି ରଥର ଚାରି ନାହାକା ଉଠିବା ସହ,ତିନି ରଥରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଯାଇଥିଲା. ତିନିରଥ ର ଛନ୍ଦା ଗୟଳ ମୋଡା ଶେଷ.
ତିନି ରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ୧୬ ଗୋଟି ପୋଲ ଗୟଳ ତିନିରଥ ରେ ମୋଡା ଶେଷ ହୋଇଥିଲା, ବାକି ୧୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ତିନି ରଥ ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣୀ ପଡ଼ିଥିଲା।
ଆଜି ବାକି ୧୦ ଗୋଟି ଛନ୍ଦା ଗୟଳ ରୁ ତାଳାଧ୍ଵଜ ରଥର ୪ ଗୋଟି, ବନ୍ଦିଘୋଷ ରଥର ୪ ଗୋଟି ଏବଂ ଦର୍ପଦଳନ ରଥର ୨ ଗୋଟି ଛନ୍ଦା ଗୟଳ ରଥ ଉଭୟ ପାର୍ଶ୍ବରେ ମୋଡା ଶେଷ ହୋଇ ବାନ୍ଧେଣୀ ପଡ଼ିଅଛି।ଏହା ଦୁଇ ପାର୍ଶ୍ଵ ନିରାଡ଼ିରେ ସଂଯୋଗ ହୋଇ ଗୟଳ ଏବଂ ନିରାଡିରେ ଖୋଦେଇ କାପ ଶେଷ ହୋଇ କଣ୍ଟା ବାଡ଼ିଆ ଶେଷ ହୋଇଛି।
ଆଜି ଦର୍ପଦଳନ ରଥର ଦୁଇଗୋଟି ପାର୍ଶ୍ଵ ଚାନ୍ଦା ଗୟଳ ମଧ୍ୟରୁ ଗୋଟିଏ ଛନ୍ଦା ଗୟଳ କାପ ପରେ କଣ୍ଟା ବସିବା ପାଇଁ ଦଉଡିରେ ଭିଡ଼ି ବାନ୍ଧେଣୀ ସମୟରେ ଛନ୍ଦା ଗୟଳ ଟି ମଝିରୁ ଫାଟି ଭାଙ୍ଗିଯିବା କାରଣରୁ ଦର୍ପଦଳନ ରଥର ମୁଖ୍ୟ ମହାରଣା ସେବକ ଶ୍ରୀ ନାରାୟଣ ମହାରଣା ଙ୍କ ତତ୍ତ୍ଵାବଧାନରେ ଯୁଦ୍ଧକାଳୀନ ଭିତ୍ତିରେ ଏକ ନୂତନ ୪୦ ଫୁଟିଆ ଧଉରା କାଠକୁ ଦେଵୀ ରଥ ର ସହଯୋଗୀ ମହାରଣା ସେବକ ମାନେ ଚଉପଟ ଶେଷ କରି ଉଦ୍ଦିଷ୍ଟ ଛନ୍ଦା ଗୟଳ କୁ ମାପ ପ୍ରକାରେ କାପ ଖୋଦେଇ ସହ ଛନ୍ଦା ଗୟଳ ପଡ଼ି ଦଉଡିରେ ବାନ୍ଧେଣୀ ସହ କଣ୍ଟା ବାଡ଼ିଆ ଶେଷ କରିଛନ୍ତି।
ଆସନ୍ତା କାଲି ତିନି ରଥର ୪୪ ଗୋଟି ଯୋକା ଫିଟିଙ୍ଗ ପାଇଁ ପୂର୍ବ ପ୍ରସ୍ତୁତି ଶେଷ. ଆଜିର ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ଭୋଇ ସେବକ ମାନେ ନିର୍ମାଣ ଶେଷ ହୋଇଥିବା ଯୋକା ଗୁଡ଼ିକୁ ନେଇ ତିନି ରଥ ରେ ଡେରିଛନ୍ତି , ଆସନ୍ତା କାଲି ତିନି ରଥରେ ଯୋକା ଗୁଡ଼ିକ ଫିଟିଙ୍ଗ କରାଯିବ ବୋଲି ସୂଚନା ମିଳିଛି।
ଏଥି ସହ ଆଜି ମହାରଣା ସେବକ ମାନେ ତିନି ରଥର ଚାରି ଗୋଟି ଲେଖାଏଁ ଧ୍ଵଜବତା ନିର୍ମାଣ ଶେଷ କରିଛନ୍ତି।ରୂପକାର ସେବକ ମାନେ ତିନିରଥ ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଗୟଳ କଣ୍ଟା ଶେଷ କରି ତିନି ରଥର ତେର ପରାସ୍ତ ପୋଟଳ ନିର୍ମାଣ ପାଇଁ ଜଂଘା କଣ୍ଟା, ବାଗିଆ କଣ୍ଟା, ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ (ପାଣି ବାଲା) – ୧
ମୋଟ – ୨୦୬ ଜଣ
























