ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୪ ତମ ଦିବସ-ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ଏଥର ୧୨ ଗୋଟି ଲେଖାଏଁ ଗୟଳ ରୁ ୫ଗୋଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି, ଦର୍ପଦଳନ ରଥର ୮ଗୋଟି ଗୟଳ ମଧ୍ୟରୁ ଦୁଇଟି ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋବାସହ ଆଉ ତିନି ଗୋଟି ଗୟଳ ର ଚଉପଟ କାର୍ଯ୍ୟ ଜାରୀ ରହିଛି

0
377

By Our Correspondent

PURI: ଆଜି ରଥ ନିର୍ମାଣର ୩୪ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ତିନିରଥ ର ଦଣ୍ଡା ଫ୍ରେମ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ କରାଯାଇ କଳସା ପାଇଁ ମାପ ଚିହ୍ନ ଗାରିଆ ସହ ରଥ ଖଳାରେ ରଥର ବିଭିନ୍ନ ଅଂଶ ନିର୍ମାଣ ଜାରୀ ରହିଥିଲା.
   ଆଜି ତିନିରଥ ର ଚକ – ଅଖ ଥାକ ସହ  ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଅପରାହ୍ନରେ ତିନିରଥ ର ମୁଖ୍ୟ ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ ପୂର୍ବକ ଚକ..ଅଖ ଥାକ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ହେଁ,ନନ୍ଦିଘୋଷ ରଥ ଅଖ ଗୁଡ଼ିକର ସଂଶୋଧନ କାର୍ଯ୍ୟ ହେତୁ ଚକ ର ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇପାରିନାହିଁ।  ତାଳଧ୍ଵଜ ରଥ ଏବଂ ଦର୍ପଦଳନ ରଥର  ଅଖ ଗୁଡ଼ିକର ସଂଶୋଧନ କାର୍ଯ୍ୟ ବିଶେଷ ନଥିବାରୁ ତାଳଧ୍ଵଜ ରଥ ଏବଂ ଦର୍ପଦଳନ ରଥର ଚକର ଦିଗ ନିର୍ଣ୍ଣୟ ପୂର୍ବକ ଚକ.ଅଖ କୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇ, ଚକ ଆଗକୁ ଗଡ଼ି ନଯିବା ପାଇଁ ଚକ ଦୁଇ ପାର୍ଶ୍ଵରେ ବାନ୍ଧ ଲାଗି କରାଯାଇଅଛି।
ଏଥିସହ ତିନି ରଥ ର ୫ଗୋଟି ଲେଖାଏଁ ଜଗତ ପୃଷ୍ଠ ସେଣୀ ରୁ ୪ ଗୋଟି ଲେଖାଏଁ ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି।
ଏଥିସହ ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ଏଥର ୧୨ ଗୋଟି ଲେଖାଏଁ ଗୟଳ ରୁ ୫ଗୋଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥର ୮ଗୋଟି ଗୟଳ ମଧ୍ୟରୁ ଦୁଇଟି ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋବାସହ ଆଉ ତିନି ଗୋଟି ଗୟଳ ର ଚଉପଟ କାର୍ଯ୍ୟ ଜାରୀ ରହିଛି।
ଆଜି କରତୀ ସେବକ ମାନେ ଦର୍ପ ଦଳନ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିରଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ଠାରେ ଓଝା ସେବକ ମାନେ ତିନିରଥ ଗୟଳ କଣ୍ଟା, ଗରଗରା କଣ୍ଟା ଏବଂ ଦଣ୍ଡା କଣ୍ଟା ଶେଷ କରି କଣ୍ଟା ଗୁଡ଼ିକର ମଠା କାର୍ଯ୍ୟ ଜାରୀରଖିଛନ୍ତି ।
ରୂପକାର ସେବକ ମାନେ ତିନି ରଥର ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ , ତିନି ରଥର ୪ ଗୋଟି ଲେଖାଏଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି।
ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥ ଯାତ୍ରା ରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ  ମହାରଣା ସେବକ –  ୭୮
ତିନିରଥ ର ଭୋଇ ସେବକ  –  ୭୭
ତିନିରଥ କରତୀ ସେବକ     –   ୪
ତିନିରଥ ର କମାର ସେବକ  –  ୨୦
ତିନିରଥ ରୂପକାର ସେବକ   –  ୨୧
ତୁମ୍ବ ବିନ୍ଧ କାରୀଗର            –    ୨
ପାହି ମହାରଣା                   –   ୩
ରଥଖଳା ସହାୟକ (ପାଣି ବାଲା) ୧
                         ମୋଟ – ୨୦୬ ଜଣ

 

 

LEAVE A REPLY

Please enter your comment!
Please enter your name here