By Our Correspondent
PURI/BHUBANESWAR:ଆଜି ରଥ ନିର୍ମାଣର ୩୦ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକାଲି ସୁଦ୍ଧା ତିନିରଥ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ତିନିରଥ ବିଭିନ୍ନ ଅଂଶ ର ନିର୍ମାଣ କାର୍ଯ୍ୟ ସହ, ପାଞ୍ଚ ଦଣ୍ଡା ଚଉପଟ ନିମନ୍ତେ କାଠ ସାଇତା କାର୍ଯ୍ୟ ମୁଖ୍ୟ ମହାରଣା ମାନଙ୍କ ତଦାରଖରେ ସମ୍ପନ୍ନ ହୋଇଥିଲା
ପରମ୍ପରା ପ୍ରକାରେ ପବିତ୍ର ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ.ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ…ଏଣୁ ଏହି ପରମ୍ପରାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାରୀ ସେବକ ମାନେ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରିଛନ୍ତି.
ତିନିରଥ ର ୨୧ ଗୋଟି ଅଖ ର ନିର୍ମାଣ କାର୍ଯ୍ୟ ଶେଷ ପରେ ଅନୁକୂଳ ପୁଜା ହୋଇ ଆରମ୍ଭ ହୋଇଛି ଆଞ୍ଚ ଦଣ୍ଡା ର ଚଉପଟ କାର୍ଯ୍ୟ)
ଆଜି ଅପରାହ୍ନ ରେ ତିନି ରଥର ମୁଖ୍ୟ ମହାରଣା ସେବକ ମାନେ ଅନୁକୂଳ ପୂଜା ସହ ସାଥୀ ମହାରଣା ସେବକ ମାନେ ଆରମ୍ଭ କରିଛନ୍ତି ୪୦ ଫୁଟିଆ ଦଣ୍ଡା କାଠର ଚଉପଟ କାର୍ଯ୍ୟ ।
ଏଥି ସହ ଆଜି ବାକିଥିବା ତିନି ରଥର ୪ ଗୋଟି ଲେଖାଏଁ ୧୪ ନାହାକା ର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି ମହାରଣା ସେବକ ମାନେ। ଏଥି ସହ ଶେଷ ହୋଇଛି ଚାରି ନାହାକା ର ଉଭୟ ପାର୍ଶ୍ବ ର ସାଲ କାର୍ଯ୍ୟ । ତିନିରଥ ଦୁଇଟି ଲେଖାଏଁ ଗରଗରା ର ଉଭୟ ପାର୍ଶ୍ବ ବିନ୍ଦ ପରେ, ଶେଷ ହୋଇଛି ବାକିଥିବା ଅଖ ଗୁଡ଼ିକର ଦୁଇପାର୍ଶ୍ୱର ଗୋଲେଇ କାର୍ଯ୍ୟ।
ତିନି ରଥର ମୁଖ୍ୟ ରୂପକାର ସେବକ ମାନେ ଆରମ୍ଭ କରିଛନ୍ତି ତିନିରଥ ର ସିଂହାସନ ମୁହାଁଟି ର ଖୋଦେଇ କାର୍ଯ୍ୟ, ଆଜି ପୂର୍ବାହ୍ନରେ ତିନିରଥ ମୁଖ୍ୟ ରୂପକାର ସେବକ ମାନେ ସିଂହାସନ ମୁହାଁଟିରେ ଚିତ୍ର ଅଙ୍କନ ଶେଷ କରି ରୁପ ଖୋଦେଇ ଆରମ୍ଭ କରିଛନ୍ତି, ଅନ୍ୟ ରୂପକାର ସେବକ ମାନେ ଶେଷ ସ୍ପର୍ଶ ଦେଉଛନ୍ତି ତିନିରଥ ର ସାଲ ଗୁଜ ଗୁଡ଼ିକରେ। ଏହାପରେ ଆରମ୍ଭ କରିବେ ତିନିରଥ ର ୮ ଟି ଲେଖାଇଁ ନାଟ ଗୋଡରେ ଗନ୍ଧର୍ବ ରୂପ ଖୋଦେଇ କାର୍ଯ୍ୟ।
କରତୀ ସେବକ ମାନେ ଜାରୀ ରଖିଥିବା ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ କରି ଚିରଟ ପାଇଁ ଆରମ୍ଭ କରିଛନ୍ତି ନନ୍ଦିଘୋଷ ରଥର ୪୦ ଫୁଟିଆ ଧଉରା କାଠର ଚିତା କାର୍ଯ୍ୟ ।
ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ଜାଣେ ଜାରୀ ରଖିଛନ୍ତି ତିନିରଥ ର ଦଣ୍ଡା ପାଇଁ ଦଣ୍ଡା ବିଡିଆ କଣ୍ଟା ଏବଂ ଗୟଳ କଣ୍ଟା ସହ ଗରଗରା କଣ୍ଟା।
ପାହି ମହାରଣା ମାନେ ଦୋଳ ବେଦୀ ଠାରେ ଅଣସର ତଥା ରଥ ଯାତ୍ରାରେ ସେବା ନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ (ପାଣି ବାଲା) – ୧
ମୋଟ – ୨୦୬ ଜଣ


























