ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୧ ତମ ଦିବସ-ତିନିରଥର ୩୩ ଗୋଟି ସାଲ ଗୁଜ ବା କୋଣ ଗୁଜ ରୁ ଗୋଟିଏ ଗୋଟିଏ ଗୁଜକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଗୁଜ ଗୁଡ଼ିକ ରେ ସିଂହ ବିରାଳ ରୂପ ଖୋଦେଇ ଶେଷ ହୋଇ ରୂପ ର ପୋଲିସ କାର୍ଯ୍ୟ ଏବଂ ରୂପରେ ଅଳଙ୍କାର ପକା କାର୍ଯ୍ୟ ଶେଷ

0
307

By Our Correspondent

PURI/BHUBANESWAR : ସବୁଦିନ ପରି ଆଜି ରଥ ନିର୍ମାଣର ୩୧ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ଉପସ୍ଥାନ ଦେବା ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ତିନିରଥ ମୁଖ୍ୟ ମହାରଣା ମାନଙ୍କ ଦ୍ଵାରା ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡା ର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଥିଲ.
 ଆଜି ମୁଖ୍ୟ ମହାରଣା ମାନଙ୍କ ତଦାରଖରେ ଶେଷ ହୋଇଛି ତିନିରଥ ର ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ, ଏଥିସହ  ଦଣ୍ଡା ଗୁଡ଼ିକର ଉଭୟ ପାର୍ଶ୍ବ ର ସାଲ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଆସନ୍ତାକାଲି  ଦଣ୍ଡା ପ୍ରେମ ପ୍ରସ୍ତୁତି ପାଇଁ ପାଞ୍ଚ ଦଣ୍ଡାର ଉଭୟ ପାର୍ଶ୍ଵରେ ସଂଯୋଗ ହେବ ମୁହଁ।ଟ ତିନି ରଥର ଏହି ୨୦ ଫୁଟିଆ ମୁହାଁଟ ର ନିର୍ମାଣ କାର୍ଯ୍ୟ ଶେଷ ହୋଇ ରଥ ଖଳାରେ ସାଇତା ଯାଇଛି। ଏଥିସହ ତିନିରଥ ପାର୍ଶ୍ଵ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ପାଞ୍ଚ ଦଣ୍ଡାର ଉଭୟ ପାର୍ଶ୍ବରେ କୁଡୁକା ଦ୍ୱାରା ସଂଯୋଗ ହେବ ପାର୍ଶ୍ଵ ଦଣ୍ଡା ।
ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ଵର ଗୋଟିଏ ଗୋଟିଏ  ଦଣ୍ଡା କୁ ମିଶାଇ ମୋଟ ୭ଗୋଟି ଦଣ୍ଡା  ଲାଗୁଥିବାବେଳେ ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ସହ ଉଭୟ ପଟରେ ଦୁଇଟି ଲେଖାଏଁ ପାର୍ଶ୍ବ ଦଣ୍ଡା କୁ ମିଶାଇ ମୋଟ ୯ ଗୋଟି ଲେଖାଏଁ ଦଣ୍ଡା  ସଂଯୋଗ ହୋଇ ପ୍ରେମ ପ୍ରସ୍ତୁତ ହେବ ।
ତିନିରଥର ୩୩ ଗୋଟି ସାଲ ଗୁଜ ବା କୋଣ ଗୁଜ ରୁ ଗୋଟିଏ ଗୋଟିଏ ଗୁଜକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଗୁଜ ଗୁଡ଼ିକ ରେ ସିଂହ ବିରାଳ ରୂପ ଖୋଦେଇ ଶେଷ ହୋଇ ରୂପ ର ପୋଲିସ କାର୍ଯ୍ୟ ଏବଂ ରୂପରେ ଅଳଙ୍କାର ପକା କାର୍ଯ୍ୟ ଶେଷ ହୋଇଛି। ଏଥିସହ  ରୂପକାର ସେବକ ମାନେ ତିନିରଥ ତିନି ରଥର *ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ଅଙ୍କନ ଶେଷ କରି ସେଥିରେ ପୂର୍ଣ୍ଣ କୁମ୍ଭ, କୁମ୍ଭ ଦୁଇପାର୍ଶ୍ୱରେ ମତ୍ସ୍ୟ, ମୟୂର ଏବଂ ଡାଲି ଲତା ଇତ୍ୟାଦି ଖୋଦେଇ କାର୍ଯ୍ୟ ଜାରୀ ଯାଖିଛନ୍ତି।
ଆଜି କରତୀ ସେବକ ମାନେ ନନ୍ଦି ଘୋଷ ରଥର ୪୦ ଫୁଟିଆ ପୋଲା ଗୟଳ ର ଉଭୟ ପାର୍ଶ୍ୱକୁ ବାରିସୀ ରେ ହାଣି  ସମତଳ କାର୍ଯ୍ୟ ଶେଷ କରି ପୋଲ ଗୟଳ ର ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ବିଡ଼ିଆ କଣ୍ଟା ସହ, ଗୟଳ କଣ୍ଟା ଏବଂ ଗରଗରା କଣ୍ଟା ନିର୍ମାଣ ସହ କଣ୍ଟା ଗୁଡ଼ିକର ମଠ। କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳ ବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥଯାତ୍ରାରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କାର୍ଯ୍ୟ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –   ୭୭
ତିନିରଥ ର ଭୋଇ ସେବକ     –   ୭୭
ତିନିରଥ ର କରତୀ ସେବକ    –     ୪
ତିନିରଥ ଓଝା କମାର ସେବକ –   ୨୦
ତିନିରଥ ର ରୂପକାର ସେବକ  –   ୨୧
ତୁମ୍ବ ବିନ୍ଧ କାରୀଗର               –    ୨
ପାହି ମହାରଣା                      –    ୩
ରଥଖଳା ସହାୟକ (ପାଣି ବାଲା) –  ୧
     ମୋଟ – ୨୦୫ ଜଣ

LEAVE A REPLY

Please enter your comment!
Please enter your name here