ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୩ ତମ ଦିବସ-ମହାପ୍ରଭୁଙ୍କ ଅନବସର ଗୃହ ପ୍ରସ୍ତୁତ ପାଇଁ ତାଳଧ୍ଵଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ତିନି ଗୋଟି ୨୦ ଫୁଟିଆ ଅଣସର ଗୟଳ ଚଉପଟ କାର୍ଯ୍ୟ ପରେ ତାର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି

0
483

By Our Correspondent

PURI/BHUBANESWAR: ଆଜି ରଥ ନିର୍ମାଣ ର ୩୩ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ଆଗ,ପଛ ନିରାଡି ଉଠି ପାର୍ଶ୍ଵ ଦଣ୍ଡାରେ କୁଡୁକା ଲାଗିହୋଇ ପାର୍ଶ୍ଵ ନିରାଡ଼ି ପଡ଼ି, ଆଗ,ପଛ ମୁହାଁଟ ରେ ଗୁଜ, ଜଳ ଯନ୍ତ୍ର ଲାଗି ଦଣ୍ଡା ପ୍ରେମ ପ୍ରସ୍ତୁତି ଶେଷ ହୋଇଥିଲା.

 ଆଜି ତିନି ରଥର ମୁଖ୍ୟ ମହାରଣା ମାନଙ୍କ ତତ୍ତ୍ଵାବଧାନରେ ଦଣ୍ଡା ପ୍ରେମ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ୱରିଂ ହୋଇ କଳସା ପାଇଁ ମାପ ଚିହ୍ନ ଗାରିଆ ଶେଷ ହୋଇଛି, ଆସନ୍ତାକାଲି ଦଣ୍ଡା ପ୍ରେମ ଖୋଲାଯାଇ, ପାଞ୍ଚଦଣ୍ଡା ରେ ଲାଗିଥିବା ଅଂଶ ଗୁଡ଼ିକର କାପ, କଳଶା ଏବଂ ବିନ୍ଧକାର୍ଯ୍ୟ ସମ୍ପନ୍ନ ହେବ।
ଏଥିସହ ଆସନ୍ତାକାଲି ପୂର୍ବାହ୍ନରେ ତିନିରଥ ଚକ – ଅଖ ସଂଯୋଗ ସହ ଚକ ଥାକ ହୋଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହେବ.
ଆଜି ତିନି ରଥର ଚାରି ଗୋଟି ଲେଖାଏଁ ଧ୍ଵଜବତା ନିର୍ମାଣ ଶେଷ ହୋଇଛି । ତିନିରଥ ର ବେଦୀ ସିଂହାସନ ର  ଜଗତ ପୃଷ୍ଠଶେଣୀ ନିର୍ମାଣ ପାଇଁ ରଥ ଅମୀନ ତିନି ରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ୩ ଗୋଟି ଲେଖାଏଁ ୨୦ ଫୁଟିଆ ଅସନ କାଠ ଯୋଗାଇ ଥିଲେ  ଉକ୍ତ ତିନି ଗୋଟି ଜଗତ ପୃଷ୍ଠଶେଣୀ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ଏଥିସହ ତାଳଧ୍ଵଜ ରଥ ଏବଂ ନନ୍ଦି ଘୋଷ ରଥର ଦୁଇଟି ଦୁଇଟି ପୋଲ ଗୟଳ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ଏଥିସହ ଆଜି ଦର୍ପଦଳନ ରଥର ମହାରଣା ସେବକ ମାନେ ଦୁଇଟି ୨୦ ଫୁଟିଆ ଧୂଳିଦଣ୍ଡା ର ଚଉପଟ ପରେ ଗୋଳେଇ କାର୍ଯ୍ୟ ଶେଷ କରିଛନ୍ତି( ଏହି ଦୁଇ ଧୂଳିଦଣ୍ଡା ଠାକୁରଙ୍କ ପ୍ରଭା ର ପଛପାର୍ଶ୍ୱରେ ପ୍ରଭା କୁ ବାନ୍ଧି ରଖିବାରେ ସହାୟକ ହେଇଥାଏ).
ଏଥିସହ ଆଜି ମହାପ୍ରଭୁଙ୍କ ଅନବସର ଗୃହ ପ୍ରସ୍ତୁତ ପାଇଁ ତାଳଧ୍ଵଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ତିନି ଗୋଟି ୨୦ ଫୁଟିଆ ଅଣସର ଗୟଳ ଚଉପଟ କାର୍ଯ୍ୟ ପରେ ତାର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ରୂପକାର ସେବକ ମାନେ ବେଦୀ ସିଂହାସନ ମୁହାଁଟି ରେ କୁମ୍ଭ , ମତ୍ସ୍ୟ ଏବଂ ଡାଳିଲତା ଖୋଦେଇ କାର୍ଯ୍ୟ ସହ ତିନିରଥ ନାଟ ଗୋଡ଼ରେ ଖୋଦେଇ ପୂର୍ବରୁ ଗନ୍ଧର୍ବ ରୂପ ଚିତ୍ରାଙ୍କନ କାର୍ଯ୍ୟ ଜାରୀ ରଖିଛନ୍ତି।
କରତୀ ସେବକ ମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରତ ଶେଷ ପରେ ଦର୍ପଦଳନ ରଥର ୪୦ ଫୁଟିଆ ଧଉରା ପୋଲ ଗୟଳ କାଠର ଉଭୟ ପାର୍ଶ୍ଵ ର ଚିତାକାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା , ଗରଗରା କଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି।
ଦୋଳ ବେଦୀ ଠାରେ ପାହି ମହାରଣା ମାନ ଅଣସର ତଥା ରଥ ଯାତ୍ରା ରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –  ୭୮
ତିନିରଥ ର ଭୋଇ ସେବକ     –  ୭୭
ତିନିରଥ ର କରତୀ ସେବକ    –    ୪
ତିନିରଥ ଓଝା କମାର ସେବକ –  ୨୦
ତିନିରଥ ର ରୂପକାର ସେବକ  –  ୨୦
ତୁମ୍ବ ବିନ୍ଧ କାରୀଗର              –    ୨
ପାହି ମହାରଣା                     –   ୩
ରଥଖଳା ସହାୟକ (ପାଣି ବାଲା)  ୧
      ମୋଟ – ୨୦୫ ଜଣ

LEAVE A REPLY

Please enter your comment!
Please enter your name here