By Our Correspondent
BHUBANESWAR: ଦୈନଦିନ ପରି ଆଜି ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକାଲି ସୁଦ୍ଧା ତିନିରଥ ର ୩୫ ଗୋଟି ଚକ ନିର୍ମାଣ ଶେଷ ହୋଇ ତିନି ରଥ ର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା ।ଆଜିସୁଦ୍ଧା ତିନିରଥ ର ୩୬ ଗୋଟି ଚକ ନିର୍ମାଣ ଶେଷ ହୋଇ ଆରମ୍ଭ ହୋଇଛି ତିନିରଥ ୧୪ ନାହାକା ଚଉପଟ କାର୍ଯ୍ୟ.
ତିନିରଥ ର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗେଇଚାଲିଛି। ମହାରଣା ସେବକଙ୍କ ପ୍ରତିଟି ନିର୍ମାଣ କାର୍ଯ୍ୟ ର ସହାୟକ ଭାବେ ଜଗି ରହିଛନ୍ତି ଭୋଇ ସେବକ ମାନେ, ତିନିରଥ ଚାଳି ରେ କାର୍ଯ୍ୟ ରତ ବିଶ୍ଵକର୍ମା ମହାରଣାଙ୍କ ଇସାରାରେ ମୁହୂର୍ତ୍ତରେ ପରିଷ୍କାର କରିନେଇଛନ୍ତି କାଠ ଚଉପଟ ବେଳେ ବାରିସୀରୁ ଛିଟିକି ବାହାରି ଆସୁଥିବା କାଠ ଛେଲା ସବୁକୁ, ଚଉପଟ ସରିଥିବା ଭୂଇଁ ଚଉତା ର ବିନ୍ଧ ଅନୁକୂଳ ପାଇଁ ମାପ ଚିହ୍ନ ର ସୂତା ଭିଡ଼ି ଧରିବା ଠାରୁ ଆରମ୍ଭ କରି ରଥ ଅମୀନ ଚିହ୍ନଟ କରି ନିର୍ମାଣ ଉପଯୋଗୀ କାଠକୁ ରଥ ଖଳାକୁ ବୋହିଆଣି ଯୋଗଇବା କାର୍ଯ୍ୟ ସହ ଯନ୍ତା ଗାଡ଼ଠାରେ ତୁମ୍ବରେ ସିଙ୍ଗଡ଼ା ବାଡେଇ ତିନି ରଥ ଚାଳି ମହାରଣା ସେବକ ମାନଙ୍କୁ ଯୋଗାଇଦେଉଛନ୍ତି,ଭୋଇ ସେବକ ମାନେ ଗୋଟିଏ କାର୍ଯ୍ୟ ସରୁ ସରୁ ତାପଛକୁ ଆଉ ଗୋଟିଏ କାର୍ଯ୍ୟ ସାରି ଦେବା ମାନସିକତାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ଗୋଷ୍ଠିଗତ ସେବା ।
ତିନି ରଥର ଶେଷ ଦୁଇ ଦୁଇ ଗୋଟି ଚକ ନିର୍ମାଣ କାର୍ଯ୍ୟ ଆଗେଇଚାଳିଛି ଚକ ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇ ସିଙ୍ଗଡ଼ା କଟା ପରେ ଅର ମୁଖ ସାଲ ଶେଷ ହୋଇଛି, ପଇ ବିନ୍ଧ ଶେଷ ପର୍ଯ୍ୟାୟରେ ପହଁଚିଛି, ଆସନ୍ତାକାଲି ପଇ ସଂଯୋଗ ସହ ପଇ କଳସା କାର୍ଯ୍ୟ ହେବ , ଏଥି ସହ ତିନି ରଥର ୧୨ ଗୋଟି ଲେଖାଏଁ ଭୂଇଁ
ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇଛି ବିନ୍ଧ ଅନୁକୂଳ ହୋଇ ବିନ୍ଧ କାର୍ଯ୍ୟପାଇଁ ଚଉତାରେ ମାପ ଚିହ୍ନ ଦିଆ ଶେଷ ହୋଇଛି।
ଏଥିରେ ତିନି ରଥର ଚଉଦ ନହାକା ନିର୍ମାଣ କାର୍ଯ୍ୟ ପାଇଁ ରଥ ଅମୀନ ଯୋଗାଇଥିବା ୪ ଗୋଟି ଲେଖାଏଁ ୨୦ ଫୂତିଆ କାଠ ଫାଲି ର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି ।
ରୂପକାର ସେବକ ମାନେ ତିନିରଥ ସାଲ ଗୁଜରେ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଁଚିଛି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ଓଝା ସେବକ ମାନେ ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ଆଜି ତିନିରଥ ଚାର ମାଳ ପାଇଁ ପ୍ରଥମ ଦଫାରେ ତାଳ ଗର ଆସି ରଥ ଖଳାରେ ପହଁଚିଛି।

























