By Our Correspondent
PURI/BHUBANESWAR: ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ନିର୍ମାଣକରୀ ସେବକ ବୃନ୍ଦ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ।
ଆଜିସୁଦ୍ଧା ତିନିରଥ ମୋଟ ୪୨ ଗୋଟି ଚକ ରୁ ୩୫ ଗୋଟି ଚକ ର ନିର୍ମାଣ ଶେଷ ହୋଇଛି।ଏଥିସହ ତିନି ରଥର ୧୨ ଗୋଟି ଲେଖାଏଁ ଭୂଇଁ ଚଉତା କଠରୁ ୮ ଟି ଲେଖାଏଁ ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇଛି।
ଆଜିସୁଦ୍ଧା ତିନି ରଥର ୪ ଗୋଟି ଲେଖାଏଁ ମୁହାଁଟ ଏବଂ ୪ ଗୋଟି ଲେଖାଏଁ ନୀରାଡ଼ି କାଠ ର ଚଉପଟ କାର୍ଯ୍ୟ ଶେଷ ହୋଇ ଦୁଇ ମୁଖ ବିନ୍ଧ ପାଇଁ ମାପ ଗାରିଆ ଶେଷ ହୋଇଛି।
ଆଜି ତିନିରଥ ର ଅଖ ନିର୍ମାଣ ପାଇଁ ଦ୍ୱିତୀୟ ଦଫାରେ ରଥ ଅମୀନ ତିନି ରଥ ବାହାର ଚାଳି କୁ ଦୁଇଟି ଲେଖାଏଁ ୪୦ ଫୁଟିଆ ଧଉରା କାଠ ଯୋଗାଇଛନ୍ତି ।
ଏଥିସହ ଆଜି ରଥ ଅମୀନ ତିନିରଥ ର ଯୋକା ନିର୍ମାଣ ପାଇଁ ପ୍ରତି ରଥ ଚାଳିକୁ ୪ ଗୋଟି ଲେଖାଏଁ ୧୨ ଫୁଟିଆ ଧଉରା କାଠ ଯୋଗାଇ ଥିଲେ ତାର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ମାନେ ଜାରୀ ରଖିଛନ୍ତି।
ରୂପକାର- ତିନିରଥ ରୂପକାର ସେବକ ମାନେ ସାଲ ଗୁଜରେ ରୂପ ଖୋଦେଇ ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଯାରୀରଖିଛନ୍ତି।
କମାର ଶାଳ- ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା-ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରାରେ ଠାକୁରଙ୍କ ପୂଜା ନିମନ୍ତେ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ମହାରଣା ସେବକ – ୭୭
ତିନିରଥ ଭୋଇ ସେବକ – ୭୬
ତିନିରଥ କରତୀ ସେବକ – ୪
ତିନିରଥ କମାର ସେବକ – ୨୦
ତିନିରଥ ରୂପକାର ସେବକ – ୨୦
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୨
ରଥଖଳା ସହାୟକ(ପାଣି ବାଲା) ୧
ମୋଟ – ୨୦୨ ଜଣ




























