ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଏକବିଂଶ ତମ ଦିବସ= ତାଳଧ୍ଵଜ ରଥର ୧୪ ଚକ ମଧ୍ୟରୁ ୧୦ ଗୋଟି ଚକ ନିର୍ମାଣ ଶେଷ, ୧୧ ତମ ଚକର ପଇ କଳସା ବାକି ରହିଛି,୧୨ ତମ ଚକର ତୁମ୍ବରେ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ଶେଷ, ଏଥିସହ ୫ଗୋଟି ଭୂଇଁ ଚଉତା ର ଚଉପଟ ଶେଷ

0
437

By Our Correspondent

PURI/BHUBANESWAR:   ଆଜି ଏକବିଂଶ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ପରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

(ଗତକାଲି ସୁଦ୍ଧା ନିର୍ମାଣ ଶେଷ ହୋଇଥିବା ତିନି ରଥର ୨୬ ଗୋଟି ଚକ ଗୁଡ଼ିକୁ ବାହାର ରଥ ଖଳାରେ ସାଇତା ଯିବା ସହ ତିନିରଥ ର ବିଭିନ୍ନ ଅଂଶ ଯଥା : ଚଉତା, ବିରାଡ଼ି ଓ ମୁହାଁଟ ର7 ଚଉପଟ କାର୍ଯ୍ୟ ଜାରୀ ରହିଥିଲା…)

ତିନି ରଥର ଚକ ନିର୍ମାଣ ସହ ତିନିରଥ *ମୁହାଁଟ*, *ବିରାଡ଼ି* ଏବଂ *ଚଉତା* ଚଉପଟ କାର୍ଯ୍ୟ ଜାରୀ ରହିଛି। ପ୍ରତି ରଥର ଚାରି ପାର୍ଶ୍ବରେ ଗୋଟିଏ ଗୋଟିଏ ନିରଡି ଏବଂ ଗୋଟିଏ ଗୋଟିଏ ମୁହାଁଟ ଲାଗିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ଅମୀନ ତିନି ରଥ ଚାଳିକୁ ୪/୫ ଟି ଲେଖାଏଁ ଯୋଗାଇଥିବା ୨୦ ପୁଟିଆ ଧଉରା କାଠରେ ଦୁଇଟି ମୁହାଣ୍ଟ, ଦୁଇଟି ଦୁଇଟି ବିରାଡ଼ି ଚଉପଟ ଶେଷ ପର୍ଯ୍ୟାୟରେ ( ଏହି ମୁହାଣ୍ଟ ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଫିଟଙ୍ଗ ହୋଇଥାଏ,ଏହି ମୂହାଣ୍ଟ ଉପରେ ଗୁଜ ଫିଟିଙ୍ଗ କରାଯିବା ପରେ ଗୁଜ ଉପରେ ବିରାଡ଼ି ପଡ଼ି ଗୟଳ ମୋଡା ହୁଏ)

ତାଳଧ୍ଵଜ ରଥ ଚାଳି-ଆଜି ସୁଦ୍ଧା ତାଳଧ୍ଵଜ ରଥର ୧୪ ଚକ ମଧ୍ୟରୁ ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି।୧୧ ତମ ଚକର ପଇ କଳସା ବାକି ରହିଛି,୧୨ ତମ ଚକର ତୁମ୍ବରେ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ଶେଷ ହୋଇଅଛି। ଏଥିସହ ୫ଗୋଟି ଭୂଇଁ ଚଉତା ର ଚଉପଟ ଶେଷ ହୋଇ ଅଛି।

ଦର୍ପଦଳନ ରଥ ଚାଳି-ଆଜିସୁଦ୍ଧା ଦର୍ପ ଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଏହାଛଡା ଦୁଇଟି ଲେଖାଏଁ ବିରାଡ଼ି ଏବଂ ଦୁଇଟି ଲେଖାଏଁ ମୁହାଁଟ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ନନ୍ଦିଘୋଷ ରଥ ଚାଳି-ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ଆଜିସୁଦ୍ଧା ୧୨ ଗୋଟି ଚକ  ନିର୍ମାଣ ଶେଷ ହୋଇଛି। ଏଥିସହ ନନ୍ଦିଘୋଷ ରଥର ଦୁଇଟି ଲେଖାଏଁ ନିରାଡି ଚଉପଟ ଶେଷ ହୋଇ ଆଉ ଦୁଇଟି ମୁହାଁଟ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ରୂପକାର ଚାଳି-ରୂପକାର ସେବକ ମାନେ ତିନି ରଥର ସାଲ ଗୁଜରେ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇଥିବା ଖୋଦେଇ ରୂପ ଗୁଡ଼ିକର ବାଲି କାଗଜ ଦ୍ଵାରା ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।

କମାର ଶାଳ-ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଅର କଣ୍ଟା , ପନ୍ଦାରି ବଳା ନିର୍ମାଣ ଶେଷ କରି ଦଣ୍ଡା ବିଡ଼ିଆ ଅଗ ପାଟେଳୀ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରାନାସେବକ –  ୭୮

ତିନିରଥ ର ଭୋଇ ସେବକ –  ୭୭

ତିନିରଥ କରତୀ ସେବକ    –    ୪

ତିନିରଥ ଓଝା କମାର ସେବକ ୨୦

ତିନିରଥ ରୂପକାର ସେବକ   –  ୨୦

ତୁମ୍ବ ବିନ୍ଧ କାରୀଗର            –   ୨

ପାହି ମହାରଣା                   –   ୧

ରଥଖଳା ସହାୟକ(ପାଣି ବାଲା) ୧

ମୋଟ – ୨୦୩ ଜଣ

 

 

LEAVE A REPLY

Please enter your comment!
Please enter your name here