By Our Correspondent
BHUBANESWAR: ଆଜି ଅଷ୍ଟାଦଶ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେବାପରେ ମୁଖ୍ୟ ମହାରଣା ଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ଗତକାଲି ସୁଦ୍ଧା ତିନି ରଥର ମୋଟ ୧୮ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା. ଆଜି ତିନି ରଥର ଆଉ ତିନୋଟି ଲେଖାଏଁ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ.
ଗତକାଲି ତିନୋଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତା ଗାଡ଼ ଠାରେ ତୁମ୍ବ .. ଅର ରେ କଣ୍ଟା ଵାଡ଼ିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ମାନେ ଶେଷ କରି ଅଖ ବିନ୍ଧ ପାଇଁ ରଥ ଚାଳି କୁ ଯୋଗାଇଥିବା ସିଙ୍ଗଡ଼ା ତୁମ୍ବ ଗୁଡ଼ିକରେ ଆଜି ତୁମ୍ବ ବିନ୍ଧ କାରୀଗର ଙ୍କ ଦ୍ଵାରା ଅଖ ବିନ୍ଧ ପରେ ତିନି ରଥର ମହାରଣା ସେବକ ମାନେ ସିଙ୍ଗଡ଼ା ରେ ପଇ ରଖି ମାପ ଚିହ୍ନ ପ୍ରକାରେ ବଳକା ଅର କଟିଙ୍ଗ ତଥା ସାଲ କାର୍ଯ୍ୟ ଶେଷ କରିଥିଲେ, ମଧ୍ୟାହ୍ନ ବିରତି ପରେ ତିନି ରଥର ମହାରଣା ସେବକ ମାନେ ତିନିଟି ଚକ ପାଇଁ ୧୨ ଟି ଲେଖାଏଁ ପଇ ବିନ୍ଧ ଶେଷ କଲାପରେ ତିନି ରଥର ତିନୋଟି ଲେଖାଏଁ ସିଙ୍ଗଡ଼ା ରେ ପଇ ସଂଯୋଗ ଶେଷ ହୋଇ ପଇ ରେ କିଳା ବାଡିଆ ବା ବିଲେଇ ବାଡ଼ିଆ କାର୍ଯ୍ୟ ଶେଷ ପରେ ପଇ କଳସା ଜାରୀ ରହିଛି।
ରଥ ଖଳାରେ ସ୍ଥାନା ଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉନାହିଁ, ପରମ୍ପରା ପ୍ରକାରେ ଆସନ୍ତାକାଲି ଭଉଁରୀ ତିଥିରେ *ଚକ..ଅଖ ଡେରା ନୀତି* ପରେ ନିର୍ମାଣ ସାରିଥିବା ଚକ ଗୁଡ଼ିକୁ ବିଧି ମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ ।
ଏଥିସହ ଆଜି ସୁଦ୍ଧା ତିନି ରଥର ସମସ୍ତ ସାଲ ଗୁଜ, ତୀଖଗୁଜ, ଜଳ ଯନ୍ତ୍ର,କୁଡୁକା, ଓରା, ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ସହ ସେଥିରେ ତିନି ଥାକିଆ ରାହା କଟା ଶେଷ କରିଛନ୍ତି, ଏଥିସହ ତିନି ରଥର ଗୋଟିଏ ଗୋଟିଏ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଶେଷ ହୋଇଛି। ଏହା ଶ୍ରୀବିଗ୍ରହଙ୍କ ଆସ୍ଥାନ ପଛପର୍ଶ୍ୱରେ ଠାକୁରଙ୍କ ପ୍ରଭା ଫିଟିଂ ପାଇଁ ଲାଗିଯିବ।
ରୂପକାର ଚାଳି-ରୂପକାର ସେବକ ମାନେ ତିନି ରଥର ୧୧ ଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଥିବା ସହ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଯାରିରଖିଛନ୍ତି ।
କମାର ଶାଳ- ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଦଶ ଏଗାରଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରି ଚକା ଡେରା ନୀତି ପାଇଁ ଅନୁକୂଳ ପନ୍ଦାରି ଚାବି ନିର୍ମାଣ ଶେଷ କରିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୨
ତିନିରଥ କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୧୭
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୧
ରଥଖଳା ସହାୟକ (ପାଣି ବାଲା) – ୧
ମୋଟ – ୧୯୬ ଜଣ



























