ରଥଖଳା:ରଥ ନିର୍ମାଣ କାର୍ଯ୍ୟ ସପ୍ତଦଶ ତମ ଦିବସ-ତିନି ରଥର ମୋଟ ୧୮ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି, ଏଥିସହ ତିନି ରଥର ୧୧ ଟି ଲେଖାଏଁ ସାଲ ଗୁଜ,୨୪ ଗୋଟି ତିଖ ଗୁଜ, ୯ ଟି ଲେଖାଏଁ ୨୭ ଟି ଜଳ ଯନ୍ତ୍ର, ୩୨ ଗୋଟି କୁଡୁକା, ୧୨ ଗୋଟି ଓରା, ଏବଂ ୪ ଗୋଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ଵୀ ନିର୍ମାଣ ଶେଷ ହୋଇଅଛି

0
262
By Our Correspondent
PURI:ଆଜି ରଥ ନିର୍ମାଣର ସପ୍ତଦଶ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗ ଦର୍ଶନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ସୁଦ୍ଧା ତିନି ରଥର ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା. ଆଜି ସପ୍ତଦଶ ଦିବସ ସୁଦ୍ଧା ତିନି ରଥର ମୋଟ ୧୮ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି।ଏଥିସହ ତିନି ରଥର ୧୧ ଟି ଲେଖାଏଁ ସାଲ ଗୁଜ,୨୪ ଗୋଟି ତିଖ ଗୁଜ, ୯ ଟି ଲେଖାଏଁ ୨୭ ଟି ଜଳ ଯନ୍ତ୍ର, ୩୨ ଗୋଟି କୁଡୁକା, ୧୨ ଗୋଟି ଓରା, ଏବଂ ୪ ଗୋଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ଵୀ ନିର୍ମାଣ ଶେଷ ହୋଇଅଛି।
ଏଥିସହ ଆଜି ଅପରାହ୍ନରେ ରଥ ଅମୀନ ତିନି ରଥର ଆଗ ଆଣି, ପଛ ଆଣି ମୁହାଁଟ ଏବଂ ଭୂଇଁ ଚଉତା ନିର୍ମାଣ ପାଇଁ  ତିନି ରଥ ଚାଳିକୁ ୪ ଗୋଟି ଲେଖାଏଁ ୨୦ ଫୁତିଆ  ଧଉରା ଏବଂ ସାହାଜ କାଠ ତିନିରଥ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେବାରେ ତିନିରଥ ମହାରଣା ସେବକ ମାନେ ଦୁଇଟି ଲେଖାଏଁ ମୁହାଁଟ ଏବଂ ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଆଜି ଭୋଇ ସେବକ ମାନେ ଯନ୍ତାଗାଡ଼ ଠାରେ ତିନି ରଥର ଗୋଟିଏ ଗୋଟିଏ ତୁମ୍ବରେ ଅର ସଂଯୋଗ ପୂର୍ବକ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରି ତିନି ରଥ ଚାଳି କୁ ଯୋଗାଇ ଦେଇଛନ୍ତି । ଆସନ୍ତାକାଲି ତିନି ରଥ ମହାରଣା ସେବକ ମାନେ ତୁମ୍ବ ସିଙ୍ଗଡ଼ା ଉପରେ  ପଇ ରଖି ମାପ  ଚିହ୍ନ ଦେବେ,ପଇ ସଂଯୋଗ ପୂର୍ବରୁ  ଅର ମୁଖ ସାଲ କାର୍ଯ୍ୟ ସହ ତୁମ୍ବରେ ଅଖ ବିନ୍ଧ ବା ଅଗର ବିନ୍ଧକାର୍ଯ୍ୟ ତୁମ୍ବ ବିନ୍ଧ କାରିଗରଙ୍କ ଦ୍ଵାରା ସମ୍ପନ୍ନ ହେବ ।
  ରୂପକାର ଚାଳି-ରୂପକାର ସେବକ ମାନେ ତିନି ରଥର ୧୧ ଗୋଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।
   କମାର ଶାଳ-ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥ ବାକି ଚକ ନିର୍ମାଣ ପାଇଁ ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଅର କଣ୍ଟା, ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ମହାରଣା ସେବକ   –  ୭୭
ତିନିରଥ ର ଭୋଇ ସେବକ   –  ୭୧
ତିନି ରଥର କରତୀ ସେବକ  –    ୪
ତିନିରଥ ଓଝା କମାର ସେବକ – ୧୭
ତିନିରଥ ର ରୂପକାର ସେବକ  – ୨୧
ତୁମ୍ବ ବିନ୍ଧ କାରୀଗର              –    ୨
ପାହି ମହାରଣା                     –    ୧
ରଥଖଳା ସହାୟକ (ପାଣି ବାଲା) – ୧
       ମୋଟ – ୧୯୪ ଜଣ

LEAVE A REPLY

Please enter your comment!
Please enter your name here