By Our Correspondent
PURIBHUBANESWAR: ଆଜି ରଥ ନିର୍ମାଣର ପଞ୍ଚଦଶ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟିକା।ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେବାପରେ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ତିନି ରଥ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ଦ୍ଵାରା ସମ୍ପନ୍ନ.
ଆସନ୍ତା ସୋମବାର ତା୧୯.୫.୨୦୨୫ ରିଖ ପବିତ୍ର ଭଉଁରୀ ତିଥିରେ *ଚକା ଡେରା* ନୀତି ପାଳିତ ହେବାକୁ ଥିବାରୁ ରଥ ଖଳା ଚଳ ଚଞ୍ଚଳ ହୋଇ ଉଠିଛି । ତିନି ରଥର ବିଭିନ୍ନ ଅଂଶ ମାନ ନିର୍ମାଣ କରି ମହାରଣା ସେବକ ମାନେ ସାଇତି ରଖୁଛନ୍ତି । ଖରାର ମାତ୍ରାଧିକ ତେଜ ହେତୁ ସେଥି ପାଇଁ ଆଜି ପୂର୍ବାହ୍ନରେ ହେବାକୁ ଥିବା ତିନି ରଥର ନାହାକା ଅଖ ଅନୁକୂଳ ପୂଜା ଅପରାହ୍ନରେ ମୁଖ୍ୟ ବିଶ୍ଵକର୍ମା ସେବକ ମାନଙ୍କ ଦ୍ଵାରା ସମ୍ପନ୍ନ ହେବାପରେ ତିନିରଥ ମହାରଣା ସେବକ ମାନେ ନାହାକା ଅଖର ଦୁଇ ପାର୍ଶ୍ଵ ବାରିଶି ରେ ହାଣି ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି।
ତାଳଧ୍ଵଜ ରଥ ଚାଳି- ତାଳଧ୍ଵଜ ରଥର ମୋଟ ୧୪ ଚକ ମଧ୍ୟରୁ ଦୁଇଗୋଟି ନାହାକା ଚକ ଏବଂ ଦୁଇଗୋଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଅଛି। ଆଉ ଦୁଇଟି ପଡ଼ି ନାହାକା ଚକ ମଧ୍ୟରୁ ପଞ୍ଚମ ଚକ ର ପଇ ବିନ୍ଧ ଶେଷ ହେବାପରେ ପଞ୍ଚମ ଚକର ଅରରେ ପଇ ସଂଯୋଗ ହୋଇ ବିଲେଇ ବାଡିଆ ଶେଷ ହୋଇଛି । ଷଷ୍ଠ ଚକ ତୁମ୍ବରେ ଅର ସଂଯୋଗ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଶେଷ ହୋଇଅଛି।ଏଥିସହ ଆଜି ତାଳଧ୍ଵଜ ରଥର ୪ ଗୋଟି ୧୨ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ଦର୍ପ ଦଳନ ରଥ ଚାଳି- ଦର୍ପ ଦଳନ ରଥର ମୋଟ ୧୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ଚାରି ଗୋଟି ନାହାକା ଚକ ନିର୍ମାଣ ଶେଷ ପଞ୍ଚମ ଚକର ଆରରେ ପଇ ସଂଯୋଗ ହୋଇ ପଇ ବିନ୍ଧରେ କିଳା ବାଡିଆ ଶେଷ ହୋଇ ଅଛି। ଏଥିସହ ଦର୍ପ ଦଳନ ରଥର ୪ ଗୋଟି ୧୨ ଫୁଟିଆ ଓରା ର ଚଉପଟ କାର୍ଯ୍ୟ ଶେଷ ହୋଇଛି ।
ନନ୍ଦିଘୋଷ ରଥ ଚାଳି- ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ଆଜି ସୁଦ୍ଧା ୪ ଗୋଟି ନାହାକା ଚକର ନିର୍ମାଣ ଶେଷ ହୋଇଛି। ପଞ୍ଚମ ଏବଂ ଷଷ୍ଠ ଚକ ଅର ରେ ପଇ ପିନ୍ଧା ଶେଷ ପରେ ପଇ ବିନ୍ଧରେ କିଳା ବାଡିଆ ପରେ କିଳା କଟା ଯାଇ ପଇ କଳସା ବାକି ବାକି ରହିଛି। ଏଥିସହ ଆଜି ନନ୍ଦିଘୋଷ ରଥର ୪ ଗୋଟି ୧୨ ଫୁଟିଆ ଓରା ର ଚଉପଟ କାର୍ଯ୍ୟ ଶେଷ ହୋଇ ଦୁଇଟି ଓରାର ଉଭୟ ପାର୍ଶ୍ଵ ବିନ୍ଧ କାର୍ଯ୍ୟ ଜାରୀ ରହିଛି।
ରୂପକାର ଚାଳି- ରୂପକାର ସେବକ ମାନେ ତିନିରଥ ର ୧୧ ଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି। ରୂପ ଖୋଦେଇ ଶେଷ ହେବା ପରେ ରୂପ ଗୁଡ଼ିକର ପଲିସ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଆରମ୍ଭ ହେବ ।
ପାହି ମହାରଣା- ଦୋଳବେଦୀ ଠାରେ ଦୁଇଜଣ ପାହି ମହାରଣା ରଥ ଯାତ୍ରାରେ ମହାପ୍ରଭୁଙ୍କ ନୀତି ପାଇଁ ଆବଶ୍ୟକ କାଠ ବାଉଁଶ ନିର୍ମିତ ସାମଗ୍ରୀ ନିର୍ମାଣ କରୁଛନ୍ତି। ମହାପ୍ରଭୁଙ୍କ ଅନବସର ପଇତା ବୋଳା ପାଇଁ ୩୦ ଟି ଲେଖାଏଁ ବାଉଁଶ ନଳ ବାଉଁଶ କାଠି , ବେଶ ଘୋଡ଼ିଆ ଚାଙ୍ଗଡ଼ା ଷ୍ଟାଣ୍ଡ କାର୍ଯ୍ୟ କରୁଛନ୍ତି ଏହି କାର୍ଯ୍ୟ ଶ୍ରୀ ବସନ୍ତ ମହାରଣାଙ୍କ ତତ୍ତ୍ଵାବଧାନରେ ହେଉଅଛି।
କମାର ଶାଳ- ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ନାହାକା ଚକ ର ତୁମ୍ବ ଗୁଡ଼ିକ ପାଇଁ ଆବଶ୍ୟକ ପନ୍ଦାରି ଏବଂ ତୁମ୍ବ ବଳା ଯୋଗାଇବା ପରେ ବାକି ଚକ ଗୁଡ଼ିକ ପାଇଁ ଅର କଣ୍ଟା, ପନ୍ଦାରି , ତୁମ୍ବ ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୬
ତିନିରଥ ର ଭୋଇ ସେବକ – ୬୬
ତିନିରଥ ର କରତୀ ସେବକ – ୪
ତିନିରଥ ର ଓଝା କମାର ସେବକ – ୧୭
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୧
ରଥଖଳା ସହାୟକ (ପାଣି ବାଲା) – ୧
ମୋଟ – ୧୮୮ ଜଣ

























