ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଚତୁର୍ଦ୍ଦଶ ଦିବସ- ତିନି ରଥର ପଞ୍ଚମ ଏବଂ ଷଷ୍ଠ ଚକ ନିର୍ମାଣ ପାଇଁ ଯନ୍ତା ଗାଡ଼ ଠାରେ ଭୋଇ ସେବକଙ୍କ ଦ୍ଵାରା ସିଙ୍ଗଡ଼ା ଗାଡ଼ିଆ ଶେଷ ପରେ (ତୁମ୍ବରେ ଅର ସଂଯୋଗ ହୋଇ କଣ୍ଟା ବାଡ଼ିଆ କାର୍ଯ୍ୟ) ତିନିରଥ ର ମହାରଣା ସେବକ ମାନେ ମାପ ପ୍ରକାରେ ବଳକା ପଇ କଟିଙ୍ଗ କରି ଅର ମୁଖ ର ସାଲ କାର୍ଯ୍ୟ ଶେଷ କରିଛନ୍ତି

0
493

By Our Correspondent

BHUBANESWAR:  ଆଜି ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ନିଜ ନିଜର ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଅନୁକୂଳ ସହ ନାହାକା ତୁମ୍ବରେ ପନ୍ଦାରି ବଳା ଲାଗି ଏବଂ ତୁମ୍ବରେ ପଇ ପିନ୍ଧା ଅନୁକୂଳ ହୋଇ ତିନି ରଥର ଦୁଇଟି ଲେଖାଏଁ ଚକର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା.

ଆଜି ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇ ତିନି ରଥର ତୃତୀୟ ଏବଂ ଚତୁର୍ଥ ଚକରେ ପଇ ସଂଯୋଗ ପରେ ପଇ କଳସା କାର୍ଯ୍ୟ (ପଇ, ପଇ କୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳରେ କାପ ବା ଘାଟି ନିର୍ମାଣ କାର୍ଯ୍ୟ) ଶେଷ ହୋଇ ତୁମ୍ବରେ ଅଖ ବିନ୍ଧ ଖୋଳା ବା ଠେକ ତୁଲିଆ କାର୍ଯ୍ୟ ଜାରୀ ରହିଛି।

ଏଥିସହ ତିନି ରଥର ପଞ୍ଚମ ଏବଂ ଷଷ୍ଠ ଚକ ନିର୍ମାଣ ପାଇଁ ଯନ୍ତା ଗାଡ଼ ଠାରେ ଭୋଇ ସେବକଙ୍କ ଦ୍ଵାରା ସିଙ୍ଗଡ଼ା ଗାଡ଼ିଆ ଶେଷ ପରେ (ତୁମ୍ବରେ ଅର ସଂଯୋଗ ହୋଇ କଣ୍ଟା ବାଡ଼ିଆ କାର୍ଯ୍ୟ) ତିନିରଥ ର ମହାରଣା ସେବକ ମାନେ ମାପ ପ୍ରକାରେ ବଳକା ପଇ କଟିଙ୍ଗ କରି ଅର ମୁଖ ର ସାଲ କାର୍ଯ୍ୟ ଶେଷ କରିଛନ୍ତି ।

ରୂପକାର ଚାଳି-ତିନିରଥ ର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରୀ ରଖିଛନ୍ତି।

କମାର ଶାଳ- ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ନାହାକା ଚକ ର ଆବଶ୍ୟକ ଅର କଣ୍ଟା ସହ ପନ୍ଦାରି ଏବଂ ତୁମ୍ବ ବାହ୍ୟ ବଳା ରଥ ଖଳାକୁ ଯୋଗାଇ ବାକି ଚକ ଗୁଡ଼ିକ ପାଇଁ ପନ୍ଦାରି ଏବଂ ତୁମ୍ବ ବଳା , ଆର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ –  ୭୮

ତିନିରଥ ଭୋଇ ସେବକ     –  ୬୫

ତିନିରଥ କରତୀ ସେବକ    –    ୪

ତିନିରଥ କମାର ସେବକ    –  ୧୫

ତିନିରଥ ରୂପକାର ସେବକ –  ୨୧

ତୁମ୍ବ ବିନ୍ଧ କାରିଗର           –    ୨

ରଥଖଳା ସହାୟକ(ପାଣି ବାଲା)୧

ମୋଟ – ୧୮୬ ଜଣ

LEAVE A REPLY

Please enter your comment!
Please enter your name here