ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଦଶମ ଦିବସ- ତିନି ରଥର ୪୨ ଗୋଟି ତୁମ୍ବ ର ଉଭୟ ପାର୍ଶ୍ଵ ର ମଧ୍ୟ୍ୟ ଭାଗରେ ପନ୍ଦାରି ବଳା ବସିବା ପାଇଁ ତିନି ରଥର ମହାରଣା ସେବକ ମାନେ ନିହାଣ ରେ ଗୋଲାକାର ଗାଡ଼ ଖୋଦେଇ ଜାରୀ ରଖିଛନ୍ତି

0
363

By Our Correspondent

PURI/BHUBANESWAR:          ଆଜି ରଥ ନିର୍ମାଣର ଦଶମ ଦିନରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ

(ଗତକାଲି ସୁଦ୍ଧା ମହାରଣା ସେବକ ମାନେ ତିନି ରଥର ୪୨ ଗୋଟି ତୁମ୍ବ ରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ କରି ତୁମ୍ବ ଗୁଡ଼ିକରେ ଅଗର ବିନ୍ଧ କାର୍ଯ୍ୟ ଜାରୀ ରଖିବା ସହ ତୁମ୍ବ ଗୁଡ଼ିକର ଉଭୟ ପାର୍ଶ୍ଵରେ ପନ୍ଦାରି ଗାଡ଼ ଖୋଦେଇ ଆରମ୍ଭ କରିଥିଲେ)

ତିନିରଥ ତୁମ୍ବ ଗୁଡ଼ିକର ଅଗର ବିନ୍ଧ ଶେଷ. ତିନିରଥ ତୁମ୍ବ ଗୁଡ଼ିହରେ ପନ୍ଦାରି ଗାଡ଼ ଖୋଦେଇ ଜାରୀ.

ଆଜି ସୁଦ୍ଧା ତିନି ରଥର ୪୨ ଗୋଟି ତୁମ୍ବ ର ଉଭୟ ପାର୍ଶ୍ଵ ର ମଧ୍ୟ୍ୟ ଭାଗରେ ପନ୍ଦାରି ବଳା ବସିବା ପାଇଁ ତିନି ରଥର ମହାରଣା ସେବକ ମାନେ ନିହାଣ ରେ ଗୋଲାକାର ଗାଡ଼ ଖୋଦେଇ ଜାରୀ ରଖିଛନ୍ତି ।

ଆସନ୍ତାକାଲି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଜନ୍ତାଗାଡ ପ୍ରସ୍ତୁତି ସହ, ଗୁଜ ଅନୁକୂଳ ପୂଜା ନିମନ୍ତେ ଆବଶ୍ୟକ ପରିମାଣ କାଠ ରଥ ଅମିନ ରଥ ଭୋଇ ସେବକ ଙ୍କ ସହାୟତାରେ ଖଳାକୁ ଯୋଗାଇ ଦେଇଛନ୍ତି ।

ଆସନ୍ତାକାଲି ତା୧୧.୫.୨୦୨୫ ରିଖ , ରବିବାର ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ (ପ୍ରକଟ) ତିଥିରେ *ଗୁଜ ଅନୁକୂଳ* ପୂଜା ଅନୁଷ୍ଠିତ ହେବ । ଏଥିସହ ଅର କଟା ଅନୁକୂଳ, ଅର ଭୁଞ୍ଜା ଅନୁକୂଳ ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ପୂଜା ତିନି ରଥ ର ମୁଖ୍ୟ ମୁଖ୍ୟ ମହାରଣା ସେବକଙ୍କ ଦ୍ଵାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହେବ। ସେଥିପାଇଁ ଆଜି ରଥ ଅମୀନ ଶ୍ରୀ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳି କୁ ଗୁଜ,କୁଡୁକା, ଏବଂ ଜଳଜନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୧୦ ଗୋଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ ଗୋଟା କାଠ ଯୋଗାଇ ଅଛନ୍ତି ,ଏଥିସହ ତିନି ରଥର ଦୁଇଟି ନାହାକା ଚକାର ଅର ନିର୍ମାଣ ପାଇଁ ତିନି ରଥ ଚାଳି କୁ ୧୧ ଟି ଲେଖାଏଁ ୧୨ ଫୁଟିଆ ଅର ପଟା ଯୋଗାଇ ଅଛନ୍ତି, ଏଥିସହ ପ୍ରତ୍ୟେକ ଚାଳି କୁ ୭ ଲେଖାଏଁ ଚକ ନିର୍ମାଣ ପାଇଁ ପ୍ରଥମ ଦଫାରେ ପଇ ଯୋଗାଇ ଦେଇଛନ୍ତି।

*କମାର ଶାଳ*

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ତିନି ରଥର ଚକା ଡେରା ନୀତି ପାଇଁ ଆବଶ୍ୟକ ପ୍ରକାରେ ଗୋଟିଏ ନାହାକା ତୁମ୍ବ ପାଇଁ ୪ ଟି ଲେଖାଏଁ ୧୨ ଗୋଟି ବଡ଼ ସାଇଜ ପନ୍ଦାରି ବଳା ନିର୍ମାଣ ସହ ତିନି ରଥର ଦୁଇ ଦୁଇଟି ଚକ ନିର୍ମାଣ ପାଇଁ ଆବଶ୍ୟକ ୩୨ ଯୋଡ଼ା ଲେଖାଏଁ ଅର କଣ୍ଟା ନିର୍ମାଣ ଶେଷ କରି ବାକି ତୁମ୍ବ ଗୁଡ଼ିକ ପାଇଁ ଅର କଣ୍ଟା, ପନ୍ଦାରି ବଳା ଏବଂ ତୁମ୍ବ ବଳା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ –   ୬୭

ତିନିରଥ କରତୀ ସେବକ    –      ୪

ତିନିରଥ ଓଝା କମାର ସେବକ – ୧୫

ତିନିରଥ ଭୋଇ ସେବକ         – ୫୭

ତୁମ୍ବ ବିନ୍ଧ କାରିଗର               –    ୧

ପହି ମହାରଣା                     –    ୧

ରଥଖଳା ସହାୟକ(ପାଣି ବାଲା) – ୧

ମୋଟ – ୧୪୬ ଜଣ

 

LEAVE A REPLY

Please enter your comment!
Please enter your name here