By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣର ନବମ ଦିନରେ ରଥ ନିର୍ମାଣକାରୀ ସେବକ ବୃନ୍ଦ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ମୁଖ୍ୟ ମହାରଣା ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ଗତକାଲି ତିନିରଥ ର ତୁମ୍ବ ଗୁଡ଼ିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇ, ତୁମ୍ବ ର ବିନ୍ଧ ପରଖ ସହ ତୁମ୍ବ ରେ ଆର ସଂଯୋଗ ପାଇଁ ଅଗର ବିନ୍ଧ କାର୍ଯ୍ୟ ଜାରୀ ରହିଥିଲା.
ତିନିରଥ ୪୨ ଗୋଟି ତୁମ୍ବର ବିନ୍ଧ ପରଖ ଶେଷ ହୋଇ ତୁମ୍ବ ଗୁଡ଼ିକରେ ଅଗର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ. ତିନି ରଥର ତୁମ୍ବ ଗୁଡ଼ିକରେ ପନ୍ଦାରୀ ଗାଡ କାର୍ଯ୍ୟ ଆରମ୍ଭ*
ତିନି ରଥର ମହାରଣା ସେବକ ମାନେ ତିନି ରଥର ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ଗୁଡ଼ିକର ପରଖ କାର୍ଯ୍ୟ ଶେଷ କରି(ବିନ୍ଧରେ ଅର ସଂଯୋଗ ପୂର୍ବରୁ ନିହାଣ ମରି ବିନ୍ଧ ସାଇଜ କାର୍ଯ୍ୟ) ତୁମ୍ବ ଗୁଡ଼ିକରେ ଅର କଣ୍ଟା ବାଡିଆ ପାଇଁ ଅଗର ବିନ୍ଧ ଶେଷ ପର୍ଯ୍ୟାୟରେ ପହଁଚିଛି।
ଏଥିସହ ଆଜି ତିନି ରଥର ମହାରଣା ସେବକ ମାନେ ତୁମ୍ବ ଗୁଡ଼ିକରେ ଅଖ ସଂଯୋଗ ପାଇଁ ’ପନ୍ଦାରି ଗଡ’ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।(ତୁମ୍ବ ର ଉଭୟ ପାର୍ଶ୍ଵ ମଧ୍ୟଭାଗରେ ପନ୍ଦାରି ବଳା ବସିବା ପାଇଁ ନିହାଣ ରେ ହାଣି ଗୋଲାକାର ଗାଡ଼ ନିର୍ମାଣ କରୁଛନ୍ତି ଯେପରି ବିନା ବାଧାରେ ଅଖ ଗୁଡ଼ିକ ପସି ରହିପାରିବ)
କମାର ଶାଳ-ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ର ଓଝା କମାର ସେବକ ମାନେ ତିନି ରଥର ୧. ନମ୍ୱର ଚକ ଏବଂ ୨ ନମ୍ୱର ଚକ ଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା ନିର୍ମାଣ ଶେଷ ପରି ଦୁଇ ଦୁଇଟି ଚକ ର ତୁମ୍ବ ବଳା ନିର୍ମାଣ ଶେଷ କରିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୬୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୧୨
ତିନିରଥ ର ଭୋଇ ସେବକ – ୪୮
ତୁମ୍ବ ବିନ୍ଧ କାରିଗର – ୧
ରଥଖଳା ସହାୟକ( ପାଣି ବାଲା) – ୧
ମୋଟ – ୧୩୩ ଜଣ




























