ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଷଷ୍ଠ ଦିବସ-ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ‘ ତାଳଧ୍ଵଜ ‘ ରଥର ୧୪ ଗୋଟି ତୁମ୍ବ ର ୭ ଯୋଡ଼ା,ଦେବୀ ରଥ ର ୧୨ ଗୋଟି ତୁମ୍ବ ରୁ ୬ ଯୋଡ଼ା ଏବଂ ‘ ନନ୍ଦିଘୋଷ ‘ ରଥର ୧୬ ଗୋଟି ତୁମ୍ବ ୮ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି

0
335

By Our Correspondent

PURI/BHUBANESWAR:    ଆଜି ରଥ ନିର୍ମାଣର ଷଷ୍ଠ ଦିନରେ ରଥ ନିର୍ମାଣକାରୀ ଦଳ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ତିନିରଥ  ମୁଖ୍ୟ ମହାରଣାଙ୍କ ଦ୍ଵାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ସମ୍ପନ୍ନ ପରେ ତୁମ୍ବ ବିନ୍ଧ କାର୍ଯ୍ୟ ଆରମ୍ଭ.ଆଜି ତିନି ରଥର ତୁମ୍ବ ବିନ୍ଧ ଅନୁକୂଳ ପୂଜା ପରେ ତୁମ୍ବ ଗୁଡିକରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରତି ଟି ତୁମ୍ବ ରେ ୧୬ ଯୋଡା ବିନ୍ଧ ହୋଇଥାଏ (୨ /୩ ଆୟତନର ୫ ଇଞ୍ଚ ଗଭିର) ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ‘ ତାଳଧ୍ଵଜ ‘ ରଥର ୧୪ ଗୋଟି ତୁମ୍ବ ର ୭ ଯୋଡ଼ା,ଦେବୀ ରଥ ର ୧୨ ଗୋଟି ତୁମ୍ବ ରୁ ୬ ଯୋଡ଼ା ଏବଂ ‘ ନନ୍ଦିଘୋଷ ‘ ରଥର ୧୬ ଗୋଟି ତୁମ୍ବ ୮ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

ଏଥିସହ କରତୀ ମହାରଣା ମାନେ ତିନିରଥ ୫ ଗୋଟି ତୁମ୍ବ ର ଘେର (ବଳକା ଅଂଶ) କଟା କାର୍ଯ୍ୟ ଶେଷ କରିଛନ୍ତି।କମାର ଶାଳ-ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକ ମାନେ ଅର  କଣ୍ଟା ସହ ତିନି ରଥର ତୁମ୍ବ ପାଇଁ ୪ ଗୋଟି ଲେଖାଏଁ ପନ୍ଦାରୀବଳା ‘ ନିର୍ମାଣ କରିଛନ୍ତି ।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ର ମହାରଣା ସେବକ – ୬୨

ତିନିରଥ ର କରତି ସେବକ    –   ୪

ତିନିରଥ ର କମାର ସେବକ    –   ୯

ତିନିରଥ ର ଭୋଇ ସେବକ     – ୩୦

ତୁମ୍ବ ବିନ୍ଧ କାରିଗର              –   ୧

ରଥଖଳା ସହାୟକ(ପାଣି ବାଲା) – ୧

ମୋଟ – ୧୦୭ ଜଣ

 

LEAVE A REPLY

Please enter your comment!
Please enter your name here