By Our Correspondent
PURIBHUBANESWAR: ଆଜି ରଥ ନିର୍ମାଣର ପଞ୍ଚମ ଦିନରେ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ତିନିରଥ ର ମୋଟ ୪୨ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହେବାସହ ତୁମ୍ବ ବିନ୍ଧ ପାଇଁ ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି.
ଆସନ୍ତାକାଲି ସକାଳେ ତିନିରଥ ର ତୁମ୍ବ ବିନ୍ଧ ଅନୁକୂଳ ପୂଜା ସହ ତୁମ୍ବ ଗୁଡିକର ବିନ୍ଧ କାର୍ଯ୍ୟ ଆରମ୍ଭ ହେବ ।ଏଥି ପାଇଁ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ ର ବିନ୍ଧ ଅନୁକୂଳ ପୂଜା ପାଇଁ ପୂର୍ବ ପ୍ରସ୍ତୁତି ପାଇଁ ଆଜି ରଥ ଖଳା ବେସ ଚକ ଚଞ୍ଚଳ ହୋଇ ଯାଇଛି, ତିନିରଥ ମୁଖ୍ୟ ମହାରଣା ମାନେ ନିଜ ନିଜର ସାଥୀ ମହାରଣା ସେବକ ଭାଇ ମାନଙ୍କ ସହ ମିଶି ମାପ ପ୍ରକାରେ ତୁମ୍ବ ଗୁଡ଼ିକର ସୂତା ବଡିଆ କାର୍ଯ୍ୟ ସହ କରତୀ ମହାରଣା ଙ୍କ ଦ୍ଵାରା ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ ଏବଂ ସାଥୀ ସହଯୋଗୀ ମହାରଣା ଙ୍କ ଦ୍ଵାରା ତୁମ୍ବ ର ଠେକ ତୁଲିଆ କାର୍ଯ୍ୟ ( ତୁମ୍ବ ର ବଳକା ଅଂଶ କୁ କାଟି ତୁମ୍ବ ର ମୁଖ ଭାଗକୁ ବଟାଳି ରେ ଚାଞ୍ଛି ସମତୁଲ କାରବା) ତଦାରଖ ପୂର୍ବକ ତୁମ୍ବ ବିନ୍ଧ ଅନୁକୂଳ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି।
କମାର ଶାଳ-ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର କମାର ସେବକ ମାନେ ଅର କଣ୍ଟା ପ୍ରସ୍ତୁତି ଜାରୀ ରଖିବା ସହ ତୁମ୍ବ ବଳା ପ୍ରସ୍ତୁତ ପାଇଁ ବଳା ଶାଳ ପ୍ରସ୍ତୁତ ଶେଷ କରି କରିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ମହାରଣା ସେବକ – ୫୨
ତିନିରଥ କରତୀ ସେବକ – ୪
ତିନିରଥ କମାର ସେବକ – ୯
ତିନିରଥ ଭୋଇ ସେବକ – ୨୨
ରଥଖଳା ସହାୟକ(ପାଣିବାଲା)୧
ମୋଟ – ୮୮ ଜଣ



























