By Our Correspondent
PURI/BHUBANESWAR: ରଥ ନିର୍ମାଣର ଦ୍ୱିତୀୟ ଦିନରେ ତିନି ରଥର ନିର୍ମାଣ କାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ନିର୍ମାଣ କାର୍ଯ୍ୟ ରେ ଯୋଗ ଦେଇଥିଲେ)
ଆଜିସୁଦ୍ଧା ତିନିରଥ ର ୬ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି. ଗତକାଲି କରତୀ ସେବକ ମାନେ ତିନି ରଥ ଚଳି କୁ ଦୁଇଟି ଲେଖାଏଁ ତୁମ୍ବ କାଠକୁ ମାପ ପ୍ରକାରେ ଗଡ କରି ମୋଟ ୬ ଗୋଟି ତୁମ୍ବ ଗଡ ଯୋଗାଇଥିଲେ।
ଆଜି କରତୀ ସେବକ ମାନେ ଆଉ ୮ ଗୋଟି ତୁମ୍ବ ଗଡ କାଟି ତିନି ରଥ ଚଳି କୁ ଯୋଗାଇଛନ୍ତି । ତିନିରଥ ମହାରଣା ସେବକ ମାନେ ପ୍ରତି ରଥର ଦୁଇଟି ଲେଖାଏଁ ତୁମ୍ବ ର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଆଉ ଦୁଇଟି ଲେଖାଏଁ ତୁମ୍ୱ ର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚାଇଛନ୍ତି।




























