ରଥଖଳା:ରଥ ନିର୍ମାଣ କାର୍ଯ୍ୟ ପ୍ରଥମ ଦିନ-ତିନି ରଥର ସୁତାର ମହାରଣା ଗଡ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ତିନି ରଥର ମହାରଣା ସେବକ ମାନେ ବାରିସି ରେ ମର୍ଦ୍ଦଳ।କାର ଭାବେ ହାଣି ଗୋଟିଏ ଗୋଟିଏ ତୁମ ନିର୍ମାଣ ଜାରୀ ରଖିଛନ୍ତି

0
315

By Our Correspondent

PURI/BHUBANESWAR:    ଗତକାଲି ତା୩୦.୪.୨୦୨୫ ରିଖ, ବୁଧବାର ପବିତ୍ର ଅକ୍ଷାୟା ରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଥିଲା.

ରଥ ନିର୍ମାଣ ଅଗ୍ରଗତି-

ରଥ ନିର୍ମାଣର ଶୁଭାନୁକୂଳ ପରେ, ରଥ ନିର୍ମାଣକାରୀ ସେବକ ମାନେ ଆଜି ସକାଳ ଘ.୮.୦୦ ଟିକା ସମୟରେ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେଇଥିଲେ, ତିନି ରଥର କରତୀ ସେବକ ମାନେ ମୁଖ୍ୟ ମହାରଣା ମାନଙ୍କ ପରାମର୍ଶ କ୍ରମେ ତିନିରଥ ପାଇଁ ଉଦ୍ଦିଷ୍ଟ  ଫାଶୀ କାଠକୁ ମାପ ପ୍ରକାରେ ଗଡ କରି ତାଳଧ୍ଵଜ ଚାଳି, ଦର୍ପଦଳନ ଚାଳି, ଏବଂ ନନ୍ଦିଘୋଷ ଚାଳି କୁ ଦୁଇଟି ଲେଖାଏଁ ତୁମ୍ୱ ଗଡକରି ଯୋଗାଇଥିଲେ, ତିନି ରଥର ସୁତାର ମହାରଣା ଗଡ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ତିନି ରଥର ମହାରଣା ସେବକ ମାନେ ବାରିସି ରେ ମର୍ଦ୍ଦଳ।କାର ଭାବେ ହାଣି ଗୋଟିଏ ଗୋଟିଏ ତୁମ ନିର୍ମାଣ ଜାରୀ ରଖିଛନ୍ତି।

ଏଥିସହ ଆଜି କମାର ସେବକ ମାନେ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର କଣ୍ଟା ପ୍ରସ୍ତୁତି ନିମନ୍ତେ ଶାଳ ପ୍ରସ୍ତୁତି ଜାରୀ ରଖିଛନ୍ତି ।

ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ -୧୦ ଜଣ

ତିନିରଥ  ଭୋଇ ସେବକ    – ୬ ଜଣ

ତିନିରଥ କରତୀ ସେବକ    – ୪ ଜଣ

ତିନି ରଥ କମାର ସେବକ   – ୩ ଜଣ

ରଥ ଖଳା ସହାୟକ(ପାଣି ବାଲା) -୧

ମୋଟ: ୨୪ ଜଣ

 

LEAVE A REPLY

Please enter your comment!
Please enter your name here