ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୫୬ ତମ ଦିବସ: ତିନି ରଥର ବିଜେ ଚକା ତ୍ରୟ ରେ ତିନି ରଥ ମହାରଣା ସେବକ ମାନେ ବିନ୍ଧ ସହ ତିନୋଟି ଲେଖାଏଁ କାଠ ଖିଲ ନିର୍ମାଣ ଶେଷ କରିଛନ୍ତି, ତିନି ରଥ ସିଂହ ଦ୍ଵାରକୁ ଯିବା ପରେ ବିଜେ ଚକା ବେଦୀ ସିଂହାସନରେ ସଂଯୋଗ ହେବ

0
90

By Our Correspondent

PURI/BHUBANESWAR:    ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ସମୟରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

(ଗତକାଲି ତିନି ରଥର ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ ହେବାସହ ଚିତ୍ରକାର ସେବକ ମାନଙ୍କ ଦ୍ଵାରା ତିନି ରଥ ପ୍ରଭା ରେ ଖୋଦେଇ ରୂପ ରେ ରଙ୍ଗ ଚିତ୍ର କାର୍ଯ୍ୟ ଆରମ୍ଭ ହେବାସହ ରଥ ବେଦୀ ଚାରି ପାର୍ଶ୍ୱରେ ଗାଈଗୋଠ ଚିତ୍ର, ଘୋଡ଼ା, ସାରଥି ଙ୍କ ରଙ୍ଗ କାର୍ଯ୍ୟ ଜାରୀରହିଥିଲା)

ତିନି ରଥର ପ୍ରଭା ରେ ରୂପକାର ସେବକ ମାନେ ଖୋଦେଇ କରିଥିବା ରାହୁ ବା କ୍ରିତି ମୁଖ ସହ ତାଳଧ୍ଵଜ ରଥ ପ୍ରଭା ମଧ୍ୟଭାଗରେ ପଦ୍ମ କଢି ଏବଂ ଶିବ, ନାରଦ ଙ୍କ ଚିତ୍ର, ଦେବୀ ରଥ ପ୍ରଭା ମଧ୍ୟ ଭାଗରେ ପଦ୍ମ କାଢି  ଏବଂ ଗଙ୍ଗା, ଯମୁନା ଙ୍କ ଚିତ୍ର, ନନ୍ଦିଘୋଷ ରଥ ପ୍ରଭା  ମଧ୍ୟ ଭାଗରେ ପଦ୍ମ କାଢି ସହ ଦୁଇ ପାର୍ଶ୍ଵରେ  ଇନ୍ଦ୍ର , ବ୍ରହ୍ମା ଙ୍କ ରଙ୍ଗ ଚିତ୍ର କାର୍ଯ୍ୟ ଚିତ୍ର କାର ସେବକ ମାନେ ଶେଷ କରିଛନ୍ତି।

ଏଥିସହ ଚିତ୍ରକାର ସେବକ ମାନେ ତିନି ରଥର ପିତଳ କଳସରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ହୋଇ ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଆଜି ମହାରଣା ସେବକ ଏବଂ ଭୋଇ ସେବକ ମାନେ ତିନି ରଥ ରେ ଥେକେରା ବାଡ ବୁଲାଇବା ସହ ସେଥିରେ ସଖୀ ଫିଟିଙ୍ଗ ଶେଷ କରିଛନ୍ତି।

ଏଥିସହ ତିନି ରଥର ବିଜେ ଚକା ତ୍ରୟ ରେ ତିନି ରଥ ମହାରଣା ସେବକ ମାନେ ବିନ୍ଧ ସହ ତିନୋଟି ଲେଖାଏଁ କାଠ ଖିଲ ନିର୍ମାଣ ଶେଷ କରିଛନ୍ତି, ତିନି ରଥ ସିଂହ ଦ୍ଵାରକୁ ଯିବା ପରେ ବିଜେ ଚକା ବେଦୀ ସିଂହାସନରେ ସଂଯୋଗ ହେବ।

ଆଜି ପିତଳ ସଜ କାରୀଗର ମାନେ ତିନି ରଥର ବେଦୀ ସିଂହାସନ ଉପର କନକ ମୁଣ୍ଡି ରେ ପିତଳ ଚଦର ଆବରଣ (ବର୍ଷା ପାଣି ପଡ଼ିବା ପାଇଁ) ଫିଟିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।

ଦରଜୀ ସେବକ ମାନେ ତିନି ରଥର ବତା କନା ଯୋଡଣି,ପୋଟଳ କନା କାର୍ଯ୍ୟ ଶେଷ କରି କୋଠ ସୁଆଁଶିଆ ସେବକ ମାନଙ୍କୁ ଯୋଗାଇବା ପରେ, ଶ୍ରୀବିଗ୍ରହ ମାନଙ୍କ ପହଣ୍ଡି ପାଇଁ ବ୍ୟବହୃତ ଲାଗି ଲୁଗା ସିଲାଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ସୁଆଁଶିଆ ସେବକ ମାନେ ତିନି ଏଥର ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ରେ ପିତଳ ସଜ ଫିଟିଙ୍ଗ ଶେଷ କରି  ତିନି ରଥର ପୋଟଳ ଏବଂ ବତା ଆବରଣ କନା ପକା କାର୍ଯ୍ୟ ଜାରୀ ରଖିଛନ୍ତି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ପ୍ରଭା ବିଡ଼ିଆ କଣ୍ଟା ଶେଷ କରି କୋଠ ଶୁଆଁ ଶିଆ ସେବକ ମାନଙ୍କ ପାଇଁ ରଥରେ କନାପକା କାର୍ଯ୍ୟ ପାଇଁ ହାତୁଡ଼ି, ଛୁରୀ ନିର୍ମାଣ କରି ଯୋଗାଇ ଦେଇଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୮

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ     – ୧୭

ତିନି ରଥ ରୂପକାର ସେବକ  – ୨୧

ତିନି ରଥ ଚିତ୍ରକାର ସେବକ  – ୪୦

ତୁମ୍ବ ବିନ୍ଧ କାରୀଗର           –   ୨

ପାହି ମହାରଣା                 –   ୨

ରଥ ଖଳା ସହାୟକ           –   ୧

ମୋଟ – ୨୪୨ ଜଣ

 

LEAVE A REPLY

Please enter your comment!
Please enter your name here