ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୯ ତମ ଦିବସ: ମହାରଣା ସେବକ ମାନେ ତିନି ରଥର ପ୍ରଭାପ୍ରେମ ପ୍ରସ୍ତୁତ ପୂର୍ବକ ଫ୍ରେମ ରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି, ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକ ରେ ପାଞ୍ଚୋ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ

0
50
ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୯ ତମ ଦିବସ: ମହାରଣା ସେବକ ମାନେ ତିନି ରଥର ପ୍ରଭାପ୍ରେମ ପ୍ରସ୍ତୁତ ପୂର୍ବକ ଫ୍ରେମ ରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି, ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକ ରେ ପାଞ୍ଚୋ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ

By Our Correspondent

PURI/BHUBANESWAR:    ଆଜି ସକାଳ ଘ.୮.୦୦ ଟିକା ସମୟରେ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ତିନି ରଥରେ ଖପୁରୀ ସମେତ ପାରାଭାଡ଼ି କୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଥିଲା.ପ୍ରଭାଫ୍ରେମ ପ୍ରସ୍ତୁତି  ଆରମ୍ଭ . ବେଦୀରେ ପଡ଼ିଲା ଜଗତପୃଷ୍ଠ ସେଣୀ.

ଆଜି ମହାରଣା ସେବକ ମାନେ  ତିନି ରଥର ପ୍ରଭାପ୍ରେମ ପ୍ରସ୍ତୁତ ପୂର୍ବକ ଫ୍ରେମ ରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି। ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ବାକି ରହିଚି।

ଆଜି ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକ ରେ ପାଞ୍ଚୋ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ ହୋଇଚି। (ବେଦୀ ଚାରି ପାର୍ଶ୍ୱରେ ପଟା ପଡ଼ିବା ଶେଷ ହେବା ପରେ, ବେଦୀ ପରିସରକୁ ବଢ଼ାଇବା ପାଇଁ ସେଣୀ ପତନ ରେ ବେଦୀ ଉଭୟ ପାର୍ଶ୍ବରେ ତିନୋଟି ଲେଖାଏଁ  ୬ ଗୋଟି ବାହୁଟ ଫାଳିଆ ପଡ଼ି  ପଟା ପକାଯାଏ ବେଦୀ ପ୍ରସ୍ତୁତ କରାଯିବ)

ଆଜି ତିନି ରଥର ଚାରି କୋଣ ମାନଙ୍କୁ ଛାଡି ବେଦୀ ଚାରି ପଟେ ପଟା ଵାଡିଆ କାର୍ଯ୍ୟ ଜାରୀ ରହିଛି, ତିନି ରଥକୁ ଦୁଆର ବେଢ଼ା ଉଠିବା ପରେ  ଖାଲି ଥିବା ଏହି କୋଣ ଗୁଡିକରେ ପଟା ପକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

ରୂପକାର ସେବକ ମାନେ ତିନି ରଥର ଶେଷ ଦୁଇଟି ଲେଖାଏଁ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି,  ଚିତ୍ରକାର ସେବକ ମାନେ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ ରୁ ଉର୍ଦ୍ଧ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ରେ ରଙ୍ଗ କାର୍ଯ୍ୟ ଶେଷ କରି, ରଥ ଚକ, କୋଣ ଗୁଜ, ପଟା ଗୁଜ ରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ୧୦ ଟି ଲେଖାଏଁ ସିଂହାସନ ଗୁଣ୍ଠି କଣ୍ଟା, ଧୂଳି ଦଣ୍ଡା କଣ୍ଟା ଏବଂ ପ୍ରଭା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଙ୍ଗି ସହ ଦୁଆର ବେଢ଼ା  ଏବଂ ଚନ୍ଦ୍ର ଶାଳୀ ରେ ଜରି ଲେସ ସହ ଫୁଲ ପକା ଷ୍ଟିଚିଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ    

ତିନି ରଥ ମହାରଣା ସେବକ – ୭୮

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ    – ୧୭

ତିନି ରଥ ରୂପକାର ସେବକ  – ୨୧

ତିନି ରଥ ଚିତ୍ରକାର ସେବକ  – ୩୫

ତୁମ୍ବ ବିନ୍ଧ କାରୀଗର           –   ୨

ପାହି ମହାରଣା                 –   ୨

ରଥଖଳା ସହାୟକ(ପାଣିବାଲା)  ୧

ମୋଟ – ୨୩୭ ଜଣ

 

LEAVE A REPLY

Please enter your comment!
Please enter your name here