ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୭ ତମ ଦିବସ: ତିନି ରଥ ବେଦୀ ଚାରି ପାର୍ଶ୍ୱ ରେ ତାଗ ବା ବଟନ ବାଡିଆ ଶେଷ ହେବା ପରେ ତିନି ରଥ ପଛପାର୍ଶ୍ଵ ରେ ପାରୁସ ପଟା ପଡ଼ିବା ଶେଷ

0
46

By Our Correspondent

PURI/BHUBANESWAR:   ଆଜି ସକାଳ ଘ.୮.୦୦ ଟିକା ସମୟରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

(ଗତକାଲି ତିନି ରଥର ମୂଳ କଇଞ୍ଚି ଚାରି ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଥିଲା.ତିନି ଭୂଇଁ ରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ.

ଆଜି ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁ  ରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁ ରେ କଇଞ୍ଚି  ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି।( ଭୂଇଁ ଫ୍ରେମ ଗୁଡ଼ିକୁ ମଜବୁତ ପାଇଁ ଭୂଇଁ ପ୍ରେମ ର ଉଭୟ ପାର୍ଶ୍ୱରେ କଇଞ୍ଚି ସଦୃଶ କ୍ରସ କରି କାଠ ବଟନ ବାଡିଆ ଯାଇଥାଏ, ସେହିପରି ମଝି ଭୂଇଁ ଏବଂ ଅଗ ଭୂଇଁରେ ଉଭୟ ପଟରେ ଦୁଇଟି ୧୬ ଫୁଟିଆ ଫାଳୀ ବଟନ କାଠ ବା ଅନ୍ଧାରୀ ତାଗ ଭୂଇଁ ପ୍ରେମ ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ବାନ୍ଧେଣୀ ପଡ଼ିଥାଏ)

ଏଥି ସହ ଆଜି ତିନି ରଥ ବେଦୀ ଚାରି ପାର୍ଶ୍ୱ ରେ ତାଗ ବା ବଟନ ବାଡିଆ ଶେଷ ହେବା ପରେ ତିନି ରଥ ପଛପାର୍ଶ୍ଵ ରେ ପାରୁସ ପଟା ପଡ଼ିବା ଶେଷ ହୋଇଛି। ଏଥିସହ ଆଜି ତିନି ରଥର ଦୁଆର ବେଢ଼ା ପାଇଁ ୪ଟି ଲେଖାଏଁ ଚନ୍ଦ୍ରଶାଳୀ ନିର୍ମାଣ ଶେଷ ହୋଇ ରଥ ମାନଙ୍କରେ ସାଇତା ଯାଇଛି।

ତିନି ରଥର ଚାରପରିଛା ରଥ ସମ୍ମୁଖ ଭାଗ ଦଣ୍ଡା ମୁହାଁଟି ଉପର ଭାଗ ସାଲଗୁଜ ଫିଟିଙ୍ଗ କରାଯାଇଛି।(ଏହି ଚାରପରିଛା ଘୋଡ଼ା ସେଟିଙ୍ଗା ସହ ଚାର ବନ୍ଧା କାର୍ଯ୍ୟ ରେ ସହାୟକ ହୋଇଥାଏ)

ତିନି ରଥର ପାରଭାଡ଼ି ସହ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ତିନି ରଥର ରୂପକାର ସେବକ ମାନେ ନାଟ ଗୋଡ଼ରେ ରୂପ ଖୋଦେଇ ସହ ତିନି ରଥର ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ,ନର ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି।

ଚିତ୍ର କାର ସେବକ ମାନେ ରଥ ପାର୍ଶ୍ଵ ଦେବ ଦେବୀ ମାନଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ କୋଣ ଗୁଜ ,ପଟାଗୁଜ ରେ ଧଳା ପ୍ରାଇମର ଦେବା ପରେ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଦରଜୀ ସେବକ ମାନେ ତିନି ରଥର କନା କଟିଙ୍ଗ ପରେ ବତା କନାରେ ବିଳାସ ପଟି ସହ ଲେସ ପକା କାର୍ଯ୍ୟ ଜାରୀ ରହିଛି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡ଼ି ସାଲ, ଏବଂ ବାଗିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୮

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ     – ୧୭

ତିନି ରଥ ରୂପକାର ସେବକ  – ୨୧

ତିନି ରଥ ଚିତ୍ରକାର ସେବକ  – ୩୦

ତୁମ୍ବ ବିନ୍ଧ କାରିଗର            –   ୨

ପାହି ମହାରଣା                 –   ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୨୩୨ ଜଣ

. –

 

 

 

LEAVE A REPLY

Please enter your comment!
Please enter your name here