ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୦ ତମ ଦିବସ: ତିନି ରଥର ୫ଟି ଲେଖାଏଁ ଜଗତ ପୃଷ୍ଠ ସେଣି ରୁ ତିନି ରଥର ତିନିଟି ଲେଖାଏଁ ଜଗତପୃଷ୍ଠ ଶେଣୀ ର ଚଉପଟ କାର୍ଯ୍ୟ ଶେଷ ହୋଇଛି

0
64

By Our Correspondent

PURI/BHUBANESWAR:   ଆଜି ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳାଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ତିନି ରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ ଶେଷ ହେବାସହ ତିନି ରଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡ଼ାଯାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣୀ ପିଡିଥିଲା.

ତିନିରଥ ଛନ୍ଦାଗୟଳ ମୋଡା ଶେଷ. ତିନି ରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ୧୬ ଗୋଟି ପୋଲ ଗୟଳ ତିନି ରଥ ରେ ମୋଡା ଶେଷ ହୋଇଥିଲା, ବାକି ୧୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ତିନି ରଥ ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡାଜାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣି ପଡ଼ିଥିଲା।

ଆଜି ବାକି ୧୦ ଗୋଟି ଛନ୍ଦା ଗୟଳ ରୁ ତାଳଧ୍ଵଜ ରଥର ୪ଗୋଟି,ନନ୍ଦି ଘୋଷ ରଥର ୪ ଗୋଟି ଏବଂ ଦର୍ପ ଦଳନ ରଥ ର ୨ ଗୋଟି ଛନ୍ଦା ଗୟଳ ରଥ ଉଭୟ ପାର୍ଶ୍ଵରେ  ମୋଡା ଶେଷ ହୋଇ  ବାନ୍ଧେଣି ପଡ଼ି ଅଛି,ଏହା ଦୁଇପାର୍ଶ୍ଵ ନିରାଡିରେ ସଂଯୋଗ ହୋଇ ଗୟଳ ଏବଂ ନୀରାଡ଼ିରେ ଖୋଦେଇ କାପ ଶେଷ ହୋଇ କଣ୍ଟା ପଡିବା ବାକି ଅଛି।

ଆସନ୍ତାକାଲି ତିନି ରଥ ର ୪୪ ଗୋଟି ଯୋକା ଫିଟିଙ୍ଗ କରାଯିବ. ଆଜି ର ନିର୍ମାଣ କାର୍ଯ୍ୟ ଶେଷ  ହେବା ପୂର୍ବରୁ ଭୋଇ ସେବକ ମାନେ ତିନି ରଥ ର ନିର୍ମାଣ ଶେଷ ହୋଇଥିବା ଯୋକା ଗୁଡ଼ିକୁ ନେଇ ତିନି ରଥରେ ଡେରିଛନ୍ତି, ଆସନ୍ତା କାଲି  ତିନି ରଥରେ ଯୋକା ଗୁଡ଼ିକ ଫିଟିଙ୍ଗ କରାଯିବ ବୋଲି ସୂଚନା ମିଳିଛି।

ଏଥି ସହ ତିନି ରଥର ୫ଟି ଲେଖାଏଁ ଜଗତ ପୃଷ୍ଠ ସେଣି ରୁ ତିନି ରଥର ତିନିଟି ଲେଖାଏଁ ଜଗତପୃଷ୍ଠ ଶେଣୀ ର ଚଉପଟ କାର୍ଯ୍ୟ ଶେଷ ହୋଇଛି, ଏହି ଜଗତପୃଷ୍ଠ ସେଣିି  ତିନିରଥ ଶ୍ରୀବିଗ୍ରହ ମାନଙ୍କ ସିଂହାସନ ବେଦୀ ନିର୍ମାଣ ପାଇଁ ଲାଗିଥାଏ

ରୂପକାର ସେବକ ମାନେ ତିନି ରଥ ଦ୍ଵାର ବେଢ଼ାରେ ଲାଗିବା ପାଇଁ ନାଟ ଗୋଡରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡି ଛାଲ କଣ୍ଟା ଏବଂ ଅଗ ଭୂଇଁ ପାଇଁ ବୀଡ଼ିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି.

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୭

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ    – ୧୭

ତିନି ରଥ ରୂପକାର ସେବକ  – ୨୧

ତୁମ୍ବ ବିନ୍ଧ କାରୀଗର            –   ୨

ପାହି ମହାରଣା                  –   ୨

ରଥଖଳା ସହାୟକ(ପାଣିବାଲା)  ୧

ମୋଟ – ୨୦୧ ଜଣ

LEAVE A REPLY

Please enter your comment!
Please enter your name here