ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୭ ତମ ଦିବସ: ତିନି ରଥର ୧୦ ଗୋଟି ଲେଖାଏଁ ଚଉଦ ନାହାକା ନିର୍ମାଣ ଶେଷ ହୋଇ , ତିନି ରଥର ଛଅ ଗୋଟି ପୋଲ ଗାୟକରୁ ଚାରି ଗୋଟି ପୋଲ ଗୟଳ ଚଉପଟ ଶେଷ ହୋଇ ଆଉ ଦୁଇଟି ଚଉପଟ କାର୍ଯ୍ୟ ଜାରୀ ରହିଛି

0
96

By Our Correspondent

PURI/BHUBANESWAR:      ଆଜି ସକାଳ ଘ.୮.୦୦ ଟିକା ସମୟରେ ତିନି ରଥର ନିର୍ମାଣକାରୀ ସେକକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଗତକାଲି ଅନୁକୂଳ ପୂଜା ପରେ ତିନି ରଥର ଅଖ ଉପରକୁ ଦଣ୍ଡା ଫ୍ରେମ ଉଠି ଦଣ୍ଡା ରେ କଣ୍ଟା ବାଡିଆ କାର୍ଯ୍ୟ ଶେଷ ହୋଇଥିଲା.. ତିନିରଥ ପାଞ୍ଚଦଣ୍ଡା ରେ ଆଗଆଣି, ପଛଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ବରେ ପୋଲ ଗୟଳ ମୋଡା ଶେଷ.

ଆଜି ପୂର୍ବାହ୍ନରେ ମୁଖ୍ୟ ମହାରଣା  ଙ୍କ ପରାମର୍ଶ କ୍ରମେ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ୱାବଧାନରେ  ଭୋଇ ସେବକ ମାନ ତିନି ରଥର ପାଞ୍ଚ ଦଣ୍ଡା ଉପରକୁ ଦୁଇଟି ଲେଖାଏଁ ଗରଗରା ଉଠାଇବା ପରେ ତିନି ରଥ ମହାରଣା ସେବକ ମାନେ ମାପ ପ୍ରକାରେ ଗରଗରା ପଛ ଭାଗକୁ ଅର୍ଦ୍ଧ ଚନ୍ଦ୍ରକାର କାପ ଖୋଦେଇ ସହ ବିନ୍ଧ କଲାପରେ ତିନି ରଥ ର ଓଝା ସେବକ ମାନେ ଗରଗରା ରେ କଣ୍ଟା ଵାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ତିନିରଥ ର ଚାରି ନାହାକା ଉଠିବା କାର୍ଯ୍ୟ କ୍ରମ ଥିବାରୁ ତାର ପୂର୍ବ ପ୍ରସ୍ତୁତି ଶେଷ ହୋଇଛି

ସେଥି ପାଇଁ ଆଜି ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇଛି ବା ମୋଡ଼ାଯଇଛି , ପୋଲ ଗୟଳ କୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଟାଣ ବା ଖାମ୍ଵୀ ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଅଛି । ତିନି ରଥ ଚାରିନାହାକା ଉଠିବା ସହଜ ହେବାପାଇଁ ଆଜି ଭୋଇ ସେବକ ମାନେ ପୋଲ ଗୟଳ ଉପରେ ଭାରା ବନ୍ଧା ପାଇଁ ଫାଳୀ ବଟନ୍ କାଠ ପକାଇଛନ୍ତି।

ଏଥି ସହ ଆଜିସୁଦ୍ଧା ତିନି ରଥର ୧୦ ଗୋଟି ଲେଖାଏଁ ଚଉଦ ନାହାକା ନିର୍ମାଣ ଶେଷ ହୋଇ , ତିନି ରଥର ଛଅ ଗୋଟି ପୋଲ ଗାୟକରୁ ଚାରି ଗୋଟି ପୋଲ ଗୟଳ ଚଉପଟ ଶେଷ ହୋଇ ଆଉ ଦୁଇଟି ଚଉପଟ କାର୍ଯ୍ୟ ଜାରୀ ରହିଛି। ପୋଲ ଗୟଳ ପ୍ରସ୍ତୁତି ସହ ତିନି ରଥର ଛଅ ଗୋଟି ଛନ୍ଦା ଗୟଳ ଚଉପଟ କାର୍ଯ୍ୟ ଆରମ୍ଭ ହେବ

ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଯାରୀରଖିଛନ୍ତି।ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପୋଟଳ ପାଇଁ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୮

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କମାର ସେବକ    – ୧୭

ତିନି ରଥ କରତୀ ସେବକ    –   ୪

ତିନି ରଥ ରୂପକାର ସେବକ  – ୨୧

ତୁମ୍ବ ବିନ୍ଧ କାରୀଗର           –   ୨

ପାହି ମହାରଣା                 –   ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୨୦୨ ଜଣ

 

 

LEAVE A REPLY

Please enter your comment!
Please enter your name here