ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୫ ତମ ଦିବସ: ତିନି ରଥର ଦଣ୍ଡା ଫ୍ରେମ ବା ଚେଚିସ ନିର୍ମାଣ ଶେଷ ହୋଇ ଦଣ୍ଡା ଫ୍ରେମ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ ହୋଇ କଳସା ଗାରିଆ ହୋଇ ଖୋଲା ଯିବା ପରେ ପାଞ୍ଚ ଦଣ୍ଡାରେ ଲାଗିଥିବା ଗୁଜ,ଜଳଜନ୍ତ୍ର ଏବଂ କୁଡୁକା ଇତ୍ୟାଦିରେ କାପ, କଳସା,ବିନ୍ଧ କାର୍ଯ୍ୟ ଶେଷ ହୋଇଛି

0
58

By Our Correspondent

PURI/BHUBANESWAR:  ଆଜି ସକାଳ ଘ.୮.୦୦ ଟିକା ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି.. ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ ଶେଷ   ଏଥିସହ ତିନି ରଥର ଦଣ୍ଡାଫ୍ରେମ ସଂଯୋଗ ପରେ ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ ସହ କଳସା ଗାରୀଆ ଶେଷ.

ଆଜି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ମହାରଣା ଙ୍କ ମାର୍ଗ ଦର୍ଶନରେ ସହଯୋଗୀ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇଅଛି।

ରଥ ଯାତ୍ରା ପୂର୍ବ ଦିନ ତିନି ରଥ ଗୁଡ଼ିକ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ଵାର ଠାରେ ପହଞ୍ଚି ପାରିବ ସଦୃଷ୍ଠିରୁ ଦିଗ ନିର୍ଣ୍ଣୟ କରାଯାଇ ଚକ..ଅଖ ଗୁଡ଼ିକୁ ସେଟିଂ କରାଯାଇଅଛି।

ଏଥିସହ ରଥ ନିର୍ମାଣ ସମୟରେ ଚକ ଗୁଡ଼ିକ ନିଜ ସ୍ଥାନରୁ ନଗଡିବା ପାଇଁ ପ୍ରତ୍ୟେକ ଚକର ଉଭୟ ପାର୍ଶ୍ୱରେ ଆମ୍ବ ଗଡ ବାନ୍ଧ ଦିଆଯିବା ସହ ରଥ ଉପର ନିର୍ମାଣ କାର୍ଯ୍ୟ ଗଢି ଉଠିଲେ ଅଖ ଉପରେ ଅଧିକ ଚାପ ନପଡ଼ିବା ପାଇଁ ଅଖ କୁ ମୁଣ୍ଡାଇ ରଖିବା ପାଇଁ ଅଖ ତଳେ ଆମ୍ବ ଗଡ ବା ମେଣ୍ଢି ଖମ୍ବ ଲଗାଯାଇଛି।

ଆଜି ତିନି ରଥର ଦଣ୍ଡା ଫ୍ରେମ ବା ଚେଚିସ ନିର୍ମାଣ ଶେଷ ହୋଇ ଦଣ୍ଡା ଫ୍ରେମ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ ହୋଇ କଳସା ଗାରିଆ ହୋଇ ଖୋଲା ଯିବା ପରେ ପାଞ୍ଚ ଦଣ୍ଡାରେ ଲାଗିଥିବା ଗୁଜ,ଜଳଜନ୍ତ୍ର ଏବଂ କୁଡୁକା ଇତ୍ୟାଦିରେ କାପ, କଳସା,ବିନ୍ଧ କାର୍ଯ୍ୟ ଶେଷ ହୋଇଛି

ଆସନ୍ତାକାଲି  ଥାକ (ସେଟିଂ) ହୋଇଥିବା ଚକ..ଅଖରେ ଦଣ୍ଡା ଫ୍ରେମ ଉଠିବା କାର୍ଯ୍ୟକ୍ରମ ରହିଛି।ଅଖ ଉପରକୁ ତିନି ରଥର ଦଣ୍ଡା ଫ୍ରେମ ଉଠିଲାପରେ ଫ୍ରେମ ରେ କଣ୍ଟା ବାଡିଆ ଯାଇ ଦଣ୍ଡା ଫ୍ରିମକୁ ଗରଗର ଉଠିବ।

ତିନି ରଥର ଦୁଇଟି ଲେଖାଏଁ ଚଉପଟ ଗରଗର ରେ ବିନ୍ଧ କାର୍ଯ୍ୟ ଶେଷ।ତିନି ରଥର ୪ଗୋଟି ଲେଖାଏଁ ଚଉଦ ନାହାକା ନିର୍ମାଣ ଶେଷ ହୋଇଛି।

ରୂପକାର ସେବକ ମାନେ ତିନି ଏଥର ଦୁଆର ପାଇଁ ନାଟଗୋଡ଼ ରେ ରାହୁରୂପ ଖୋଦେଇ ସହ ସିଂହାସନ ମୁହାଁଟି ରେ ଖୋଦେଇ ଚିତ୍ର ର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଯୋକା କଣ୍ଟା, ଗୟଳ କଣ୍ଟା ଏବଂ ଚନାକ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୮

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ     – ୧୭

ତିନି ରଥ ରୂପକାର ସେବକ   – ୨୧

ତୁମ୍ବ ବିନ୍ଧ କାରୀଗର             –  ୨

ପାହି ମହାରଣା                   –  ୨

ରଥଖଳା ସହାୟକ(ପାଣିବାଲା) – ୧

ମୋଟ – ୨୦୨ ଜଣ

 

 

LEAVE A REPLY

Please enter your comment!
Please enter your name here