ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୧ ତମ ଦିବସ: ତିନି ରଥର ଗୋଟିଏ ଗୋଟିଏ ଦଣ୍ଡା କାଠ ଚଉପଟ ପରେ ମଝିରେ ଗଣ୍ଠି ରହିଥିବା ପରିଲକ୍ଷିତ, ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଗୋଟିଏ ଗୋଟିଏ ଦଣ୍ଡା ପୁନଃ ନିର୍ମାଣ କରାଯାଇଛି

0
89
ତିନି ରଥର ଗୋଟିଏ ଗୋଟିଏ ଦଣ୍ଡା କାଠ ଚଉପଟ ପରେ ମଝିରେ ଗଣ୍ଠି ରହିଥିବା ପରିଲକ୍ଷିତ ହୋବାରୁ ବରିଷ୍ଠ ତତ୍ତ୍ୱାବଧାରକ, ମୁଖ୍ୟ ମହାରଣା ଏବଂ ଭୋଇ ସେବକ ମାନଙ୍କ ଉପସ୍ଥିତିରେ ଗଣ୍ଠିଥିବା ଦଣ୍ଡା ରଥର ଭାର ବହନ କରିପାରିବ କି ନାହିଁ ତାହା ଯାଞ୍ଚ ପୂର୍ବକ ନନ୍ଦିଘୋଷ ରଥ ଏବଂ ଦର୍ପ ଦଳନ ରଥ ମୁଖ୍ୟ ମହାରଣା ଭୋଇ ସେବକଙ୍କ ଦ୍ଵାରା ଗଣ୍ଠି ଥିବା ଚଉପଟ ଦଣ୍ଡା କୁ ଉପରକୁ ଟେକି ଦଣ୍ଡା ଗୁଡ଼ିକୁ ତଳକୁ ଛଡିଥିଲେ ତାହା ଗଣ୍ଠି ସ୍ଥାନରୁ ଫାଟି ଯିବାରୁ ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଗୋଟିଏ ଗୋଟିଏ ଦଣ୍ଡା ପୁନଃ ନିର୍ମାଣ କରାଯାଇଛି.

By Our Correspondent

PURI/BHUBANESWAR:     ସବୁଦିନ ପରି ଆଜି ସକାଳ ଘ.୮.୦୦  ଟିକା ସମୟରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ସୁଦ୍ଧା ତିନିରଥ ର ତିନି ଭୂଇଁ ପାଇଁ ୧୨ ଟି ଲେଖାଏଁ ୨୦ ଫୁଟିଆ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ ଏବଂ ଖମ୍ବିି ବିନ୍ଧ ଶେଷ ହେବାସହ ପାଞ୍ଚ ଦଣ୍ଡା ଚଉପଟ, ଗରଗରା ଚଉପଟ ଏବଂ ଚାରି ନଶାକା ଚଉପଟ କାର୍ଯ୍ୟ ଜାରୀ ରହିଥିଲା.

ତିନି ରଥର ପାଞ୍ଚ ଦଣ୍ଡା ଏବଂ ଦୁଇଟି ଲେଖାଏଁ ଗରଗରା ର ଚଉପଟ କାର୍ଯ୍ୟ ଶେଷ. ଆଜି ସୁଦ୍ଧା  ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ଦଣ୍ଡା ଗୁଡ଼ିକର ଉଭୟ ପାର୍ଶ୍ଵ ମୁହାଁଟ   ସଂଯୋଗ ପାଇଁ ସାଲ କାର୍ଯ୍ୟ ଶେଷ ହୋଇଅଛି।

ତିନି ରଥର ଗୋଟିଏ ଗୋଟିଏ ଦଣ୍ଡା କାଠ ଚଉପଟ ପରେ ମଝିରେ ଗଣ୍ଠି ରହିଥିବା ପରିଲକ୍ଷିତ ହୋବାରୁ ବରିଷ୍ଠ ତତ୍ତ୍ୱାବଧାରକ, ମୁଖ୍ୟ ମହାରଣା ଏବଂ ଭୋଇ ସେବକ ମାନଙ୍କ ଉପସ୍ଥିତିରେ ଗଣ୍ଠିଥିବା ଦଣ୍ଡା ରଥର ଭାର ବହନ କରିପାରିବ କି ନାହିଁ ତାହା ଯାଞ୍ଚ ପୂର୍ବକ ନନ୍ଦିଘୋଷ ରଥ ଏବଂ ଦର୍ପ ଦଳନ ରଥ ମୁଖ୍ୟ ମହାରଣା  ଭୋଇ ସେବକଙ୍କ ଦ୍ଵାରା ଗଣ୍ଠି ଥିବା ଚଉପଟ  ଦଣ୍ଡା କୁ ଉପରକୁ ଟେକି ଦଣ୍ଡା ଗୁଡ଼ିକୁ ତଳକୁ ଛଡିଥିଲେ ତାହା ଗଣ୍ଠି ସ୍ଥାନରୁ ଫାଟି ଯିବାରୁ ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ଗୋଟିଏ ଗୋଟିଏ ଦଣ୍ଡା  ପୁନଃ ନିର୍ମାଣ କରାଯାଇଛି. ଆସନ୍ତା କାଲି ତିନି ରଥର ପାଞ୍ଚ ଦଣ୍ଡାର ମୁହାଁଟି ସଂଯୋଗ ହେବ ।

ଆଜି ସୁଦ୍ଧା ତିନି ରଥର ଦୁଇଟି ଲେଖାଏଁ ଗରଗରାର ଚଉପଟ କାର୍ଯ୍ୟ ଶେଷ ହୋଇ ଗରଗରାର ଉଭୟ  ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।ତିନି ରଥର  ତିନୋଟି ଲେଖାଏଁ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇ ଅଛି ଆଉ ଗୋଟିଏ ଗୋଟିଏ ନାହାକା ର ଚଉପଟ କାର୍ଯ୍ୟ ଜାରୀ ରହିଛି, ଚଉପଟ ଶେଷ ହୋଇଥିବା ନାହାକାର ଆଠ କୋଣି ଆଁଶ ମାରା କାର୍ଯ୍ୟ ଜାରୀ ରହିଛି।

ତିନି ରଥର ୩୩ ଗୋଟି କୋଣ ଗୁଜ ରୁ ଦୁଇ ଦୁଇଟି କୋଣ ଗୁଜକୁ ଛାଡି ଦେଲେ ପ୍ରାୟ ସମସ୍ତ କୋଣ ଗୁଜ ରେ ସିଂହ ବିରଳ ରୂପ ଖୋଦେଇ ଶେଷ ହୋଇ,ପୋଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି , ଏଥି ସହ ଆଜି ତିନି ରଥର ରୂପକାର ସେବକ ମାନେ ତିନିରଥ ର ‘ବେଦୀ ସିଂହାସନ’ମୁହାଁଟି ରେ ଚିତ୍ର ଖୋଦେଇ ପାଇଁ ସେଥିରେ ପୂର୍ଣ୍ଣ କୁମ୍ଭ, କୁମ୍ଭ ଦୁଇପାର୍ଶ୍ୱରେ ମତ୍ସ୍ୟ, ମୟୂର ଏବଂ ଡାଲି ଲତା ଚିତ୍ର ଅଙ୍କନ ପରେ  ତିନି ସିଂହାସନ ମୁଂହାଟିରେ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଅଛି.

ଆଜି କରତୀ ସେବକ ମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ଶେଷ କରି ଦର୍ପ ଦଳନ ରଥର ପୋଲ ଗୟଳ ଚିରଟ ପାଇଁ ଗୟଳ କାଠର ଉଭୟ ପାର୍ଶ୍ଵ ବାରିସୀ ରେ ହାଣି ସମତଳ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଦୋଳ ବେଦୀସ୍ଥ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଶେଷ କରୀ ଜୋଖା କଣ୍ଟା ଏବଂ ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୭

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ    – ୧୭

ତିନି ରଥ ରୂପକାର ସେବକ  – ୨୧

ତୁମ୍ବ ବିନ୍ଧ କାରୀଗର           –   ୨

ପାହି ମହାରଣା                 –   ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ –  ୨୦୧ ଜଣ

 

LEAVE A REPLY

Please enter your comment!
Please enter your name here