ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୮ ତମ ଦିବସ: ତିନି ରଥର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ଏବଂ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ ଗୋଟି ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ବିନ୍ଧ ପାଇଁ ମାପ ଚିହ୍ନ ପଡ଼ିଅଛି

0
95

By Our Correspondent

PURI/BHUBANESWAR: ଆଜି ସକାଳ ଘ.୮.୦୦ ଟିକା ସମୟ ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ସୁଦ୍ଧା ତିନି ରଥର ୩୯ ଗୋଟି ଚକ ନିର୍ମାଣ ଶେଷ ହେବାସହ ବାକି ତିନି ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ ଠାରେ ତିନି ତୁମ୍ବ ରେ ଅର ସଂଯୋଗ ହୋଇ କଣ୍ଟା ବାଡିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ,  ମୁହାଁଟ ବିନ୍ଧ ଏବଂ ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଆରମ୍ଭ ହୋଇଥିଲା.

ତିନି ରଥ ୩୯ ଗୋଟି ଚକ ଉଭୟ ପାର୍ଶ୍ଵ ପନ୍ଦାରି ରେ ଦୁଇଟି ଲେଖାଏଁ ପନ୍ଦାରି ଚାବି ବା ପନ୍ଦାରି ଯୋକିଆ ବାଡିଆ ଶେଷ. ଆଜି ତିନି ରଥର ବାକି ରହିଥିବା ଗୋଟିଏ ଗୋଟିଏ ଚକ ର ଅଖ ବିନ୍ଧ ତୁଲିଆ କାର୍ଯ୍ୟ ସହ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

ଏଥିସହ ଆଜି ଓଝା ସେବକ ମାନେ ତିନି ରଥର ଶେଷ ହୋଇଥିବା ୩୯ ଗୋଟି ଚକ ଉଭୟ ପାର୍ଶ୍ଵ ପନ୍ଦାରି ରେ ଦୁଇଟି ଲେଖାଏଁ ଜୋକିଆ କଣ୍ଟା ବା ପନ୍ଦାରି ଚାବି ବାଡିଆ ଶେଷ କରିଛନ୍ତି (ଚକ ଗଡିବା ବେଳେ ତୁମ୍ବ ଅଖ ବିନ୍ଧ ରୁ  ଲାଗିଥିବା

ଲହ୍ୱ ବଳା ବା ପନ୍ଦାରି ବଳା ବାହାରି ନଯିବା ପାଇଁ ଅନ୍ଦାରି କୁ ସୁରକ୍ଷା ଦେବାକୁ ଏହି  ପନ୍ଦାରି ଚାବି ବା ଜୋକିଆ କଣ୍ଟା ବାଡିଆ ଯାଇଥାଏ)

ଏଥି ସହ ଆଜି ସୁଦ୍ଧା ତିନି ରଥର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ଏବଂ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ ଗୋଟି ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ବିନ୍ଧ ପାଇଁ ମାପ ଚିହ୍ନ ପଡ଼ିଅଛି।ଏଥିସହ ତିନିରଥ ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଜାରୀ ରହିଛି।

ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ତିନି ରଥର ଗରଗରା ଏବଂ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଏଥିସହ ଆଜି କରତୀ ସେବକ ମାନେ ନନ୍ଦି ଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ୪୦ ଫୁଟିଆ ପୋଲ ଗୟଳ କାଠର ଗୋଟିଏ ପାର୍ଶ୍ଵ ବାରିସୀରେ ଚାଞ୍ଛି ସମତଳ କରିଛନ୍ତି ଅନ୍ୟ ପାର୍ଶ୍ଵ ସମତଳ କାର୍ଯ୍ୟ ଶେଷ ପରେ ଚିରଟ କାର୍ଯ୍ୟ ଆରମ୍ଭ ହେବ।

ରୂପକାର ସେବକ ମାନେ ତିନି ରଥର କୋଣ ଗୁଜରେ ରୂପ ଖୋଦେଇ ଜାରୀ ରଖିବା ସହ ଖୋଦେଇ ଶେଷ ହୋଇଥିବା  ରୂପ ଗୁଡ଼ିକର ପଲିସ କାର୍ଯ୍ୟ ଜାରୀ ରହିଛି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଦଣ୍ଡା କଣ୍ଟା, ଗରାଗରା କଣ୍ଟା ଶେଷ କଲାପରେ ଗୟଳ କଣ୍ଟା ଏବଂ ଭୂଇଁ କଣ୍ଟା ଏବଂ ଚାର ପରିଛା ବିଡିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ଆଜି ତିନି ରଥର ଭୋଇ ସେବକ ମାନେ ଯନ୍ତା ଗାଡ଼ କାର୍ଯ୍ୟ ଶେଷ ହୋଇଥିବାରୁ ଯନ୍ତା ଗାଡ଼ ରେ ମାଟି ପକାଇ ଯନ୍ତାଗାଡ ବନ୍ଦ କରିଛନ୍ତି।

  ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୭

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ    –  ୧୭

ତିନି ରଥ ରୂପକାର ସେବକ  –  ୨୧

ତୁମ୍ବ ବିନ୍ଧ କାରୀଗର           –    ୨

ପାହି ମହାରଣା                 –    ୨

ରଥଖଳା ସହାୟକ(ପାଣିବାଲା)  ୧

ମୋଟ – ୨୦୧ ଜଣ

 

 

LEAVE A REPLY

Please enter your comment!
Please enter your name here