ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୭ ତମ ଦିବସ: ଦର୍ପଦଳନ ରଥ ର ଦୁଇଟି ମୁହାଁଟ ରେ ଦଣ୍ଡା ବିନ୍ଧ ଅନୁକୂଳ ପୂଜା ପରେ ସମ୍ପନ୍ନ ପରେ ବିନ୍ଧ କାର୍ଯ୍ୟ ଶେଷ ହୋଇ ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ

0
112

By Our Correspondent

PURI/BHUBANESWAR:  ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ରେ ତିନି ରଥର ନିର୍ମାଣ କାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ସୁଦ୍ଧା ତିନି ରଥର ୩୫ ଗୋଟି ଚକ ଏବଂ ୨୧ ଗୋଟି ଅଖ ନିର୍ମାଣ ଶେଷ ହେବା ସହ ରଥ ତ୍ରୟ ର ବିଭିନ୍ନ ଅଂଶ  ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା. ଅନୁକୂଳ ପୂଜା ପରେ ଆଜି ତିନି ରଥ ପାଞ୍ଚ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ସହ ତିନି ରଥ ଆଗ ପଛ ମୁହାଁଟ ରେ ଦଣ୍ଡା ବିନ୍ଧ କାର୍ଯ୍ୟ ସମ୍ପନ୍ନ.

ଆଜି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ବିଶ୍ଵକର୍ମା ସେବକ ମାନେ ମୁହାଁଟ ରେ ଦଣ୍ଡା ବିନ୍ଧ ଏବଂ ପାଞ୍ଚ ଦଣ୍ଡା ଚଉପଟ ପାଇଁ ନଡ଼ିଆ ବାଡେଇ ଅନୁକୂଳ ପୂଜା ସମ୍ପନ୍ନ ପରେ ରଥ ଚାଳି ଠାରେ ଚଉପଟ ହୋଇ ରହିଥିବା ତିନି ରଥର ଦୁଇଟି ଲେଖାଏଁ ମୁହାଁଟ ରେ ଦଣ୍ଡା ବିନ୍ଧ ସମ୍ପନ୍ନ ହେବା ସହ ତିନି ରଥର ମହାରଣା ସେବକ ମାନେ ପାଞ୍ଚ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀରଖିଛନ୍ତି।

ଏଥିସହ ଆଜି ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ତିନି ରଥର ଶେଷ ତିନି ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ ଠାରେ ପରମ୍ପରା ପ୍ରକାରେ ତିନି ରଥର ଶେଷ ତିନୋଟି  ତୁମ୍ୱ ରେ ଅନୁକୂଳ ପୂଜା ସହ ସିଙ୍ଗଡ଼ା ବାଡିଆ ସମ୍ପନ୍ନ କରିଛନ୍ତି, ତିନି ରଥର ସମସ୍ତ ଚକ ତୁମ୍ବରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଶେଷ ହୋଇଥିବାରୁ ଆସନ୍ତା କାଲି ଯନ୍ତା ଗାଡ଼ ବନ୍ଦ ପାଇଁ  ମାଟି ପଡ଼ି ପଡ଼ିବ।

ତାଳଧ୍ଵଜ ରଥ ଚାଳି: ଆଜି ତାଳଧ୍ଵଜ ରଥର ୧୨ ନମ୍ୱର ଏବଂ ୧୩ ନମ୍ୱର ଚକ ନିର୍ମାଣ ଶେଷ ହୋଇ ଶେଷ ୧୪ ନମ୍ୱର ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି। ଏଥିସହ ଆଜି ତାଳଧ୍ଵଜ ରଥର ଆଗ,ପଛ ମୁହାଁଟ ରେ ଅନୁକୂଳ ପୂଜା ସହ ଦୁଇଟି ମୁହାଁଟ ରେ ପାଞ୍ଚଟି ଦଣ୍ଡା ବିନ୍ଧ ଶେଷ ହୋଇଛି, ତତ୍ ସହିତ ତାଳଧ୍ଵଜ ରଥର ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି, ଏତଦ୍ ଭିନ୍ନ ତାଳଧ୍ଵଜ ରଥର ୧୨ ଗୋଟି ଭୂଇଁ ଚଉତା ରୁ ୮ ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇଛି।

  ଦର୍ପଦଳନ ଚାଳି-ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକ ରୁ ଆଜି ସୁଦ୍ଧା ୧୧ ଗୋଟି ଚକ ର ନିର୍ମାଣ ଶେଷ ହୋଇ ଶେଷ ଚକ ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଅଛି, ଏଥିସହ ଆଜି ଦର୍ପଦଳନ ରଥ ର ଦୁଇଟି ମୁହାଁଟ ରେ ଦଣ୍ଡା ବିନ୍ଧ ଅନୁକୂଳ ପୂଜା ପରେ ସମ୍ପନ୍ନ ପରେ ବିନ୍ଧ କାର୍ଯ୍ୟ ଶେଷ ହୋଇ ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଏତତ ଭିନ୍ନ ଦର୍ପ ଦଳନ ରଥର ୧୨ ଗୋଟି ଭୂଇଁ ଚଉତା ରୁ ୮ ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇ ବାକି ୪ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି।

 ନନ୍ଦିଘୋଷ ରଥ ଚାଳିନନ୍ଦିଘୋଷ ରଥର ଆଜି ୧୫ତମ ଚକର ନିର୍ମାଣ ଶେଷ ହୋଇ ଶେଷ ୧୬ ତମ ଚକ ତୁମ୍ବ ରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି, ଏଥିସହ ଆଜି ନନ୍ଦିଘୋଷ ରଥର ଦୁଇଟି ମୁହାଁଟ ରେ ଦଣ୍ଡା ବିନ୍ଧ ଅନୁକୂଳ ଏବଂ ପାଞ୍ଚ ଦଣ୍ଡା ଚଉପଟ  ଅନୁକୂଳ ପୂଜା ପରେ ଦୁଇଟି ମୁହାଁଟ ରେ ପାଞ୍ଚୋଟି ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ ହୋଇ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି।

ଏଥିସହ ନନ୍ଦିଘୋଷ ରଥର ୧୨ ଗୋଟି ଭୂଇଁ ଚଉତା ରୁ ୯ ଗୋଟି ଭୂଇଁ ଚଉତା ଚଉପଟ ଶେଷ ହୋଇ ବାକି ତିନିଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଜାରୀ ରହିଛି, ନିର୍ମାଣ ଶେଷ ହୋଇଥିବା ୯ ଗୋଟି ଭୂଇଁ ଚଉତାରେ ବିନ୍ଧପାଇଁ ମାପ ଚିହ୍ନ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ସମ୍ପନ୍ନ କରିଛନ୍ତି।

କରତୀ ଚାଳି ତିନି ରଥର ମୁଖ୍ୟ କରତୀ ସେବକ ଶ୍ରୀ ରଞ୍ଜିତ ମହାରଣାଙ୍କ ନେତୃତ୍ବରେ   ସହୋଯୋଗି କରତୀ ସେବକ ମାନେ ତାଳଧ୍ଵଜ ରଥର ପୋଲ ଗୟକ ଚିରଟ କାର୍ଯ୍ୟ ସମ୍ପନ୍ନ ପରେ ଆଜି ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପୂର୍ବରୁ ପୋଲ ଗୟଳ ର ଉଭୟ ପାର୍ଶ୍ଵ ବାରିଶିରେ ସମତଳ କାର୍ଯ୍ୟ ଜାରୀ ରଖିଛନ୍ତି।

ରୂପକାର ଚାଳି-ତିନିରଥ ରୂପକାର ସେବକ ମାନେ କୋଣ ଗୁଜରେ ସିଂହ ବିରଳ ରୂପ ଖୋଦେଇ ସହ ରୂପ ଗୁଡ଼ିକ ରେ ଅଳଙ୍କାର ପକା କାର୍ଯ୍ୟ ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି।

 କମାର ଚାଳିଦୋଳବେଦୀ ସ୍ଥ୍ ଅସ୍ଥାୟୀ କମାର ଶାଳ ର ଓଝା ସେବକ ମାନେ ତିନି ରଥର  ଦଣ୍ଡା କଣ୍ଟା,ଶେଷ କଲାପରେ ଯୋକା କଣ୍ଟା ଏବଂ ଗୟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ -୭୮

ତିନି ରଥ ଭୋଇ ସେବକ     -୭୭

ତିନି ରଥ କରତୀ ସେବକ    –  ୪

ତିନି ରଥ କମାର ସେବକ    -୧୭

ତିନି ରଥ ରୂପକାର ସେବକ – ୨୧

ତୁମ୍ବ ବିନ୍ଧ କାରୀଗର          –   ୨

ପାହି ମହାରଣା                –   ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୨୦୨ ଜଣ

 

LEAVE A REPLY

Please enter your comment!
Please enter your name here