ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୬ ତମ ଦିବସ: ତାଳଧ୍ଵଜ ରଥର ୧୧ ଗୋଟି ଚକର ନିର୍ମାଣ ଶେଷ ହୋଇ ୧୨ତମ ଏବଂ ୧୩ ଚକର ତୁମ୍ବରେ ପଇ ସଂଯୋଗ ପରେ ପଇ. ପଇ କୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳର ଘାଟି ପ୍ରସ୍ତୁତି ବା କଳଶା କାର୍ଯ୍ୟ ଜାରୀ ରହିଛି

0
101

By Our Correspondent

PURI:   ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ତିନି ରଥର ଦଣ୍ଡା  ପରଖ ସହ ସାଇତା କାର୍ଯ୍ୟ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସମ୍ପନ୍ନ ସହ ତିନି ରଥର ବିଭିନ୍ନ ଅଂଶ ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା. ତିନି ରଥର ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ.

ଆଜି ସୁଦ୍ଧା ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୫ ଗୋଟି ଚକ ନିର୍ମାଣ ଶେଷ ହେବା ସହ,ତିନି ରଥର ୨୧  ଗୋଟି ଅଖ ନିର୍ମାଣ ଶେଷ ହୋଇଅଛି।ଏଥି ସହ ତିନି ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

ଆସନ୍ତାକାଲି ତିନି ରଥର ନିର୍ମାଣ ଶେଷ ହୋଇଥିବା ଆଗ,ପଛ ଦୁଇଟି ଲେଖାଏଁ ମୁହାଁଟ ର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ ଏଥି ସହ ତିନି ରଥର ପାଞ୍ଚଦଣ୍ଡା ର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ ।

ତାଳଧ୍ଵଜ ରଥ ଚାଳି: ଆଜି ସୁଦ୍ଧା ତାଳଧ୍ଵଜ ରଥର ୧୧ ଗୋଟି ଚକର ନିର୍ମାଣ ଶେଷ ହୋଇ ୧୨ତମ ଏବଂ ୧୩ ଚକର ତୁମ୍ବରେ ପଇ ସଂଯୋଗ ପରେ ପଇ. ପଇ କୁ ବାନ୍ଧି ରଖିବା ପାଇଁ  ପଇ ସଂଯୋଗ ସ୍ଥଳର ଘାଟି ପ୍ରସ୍ତୁତି ବା କଳଶା କାର୍ଯ୍ୟ ଜାରୀ ରହିଛି।

ଏତତ୍ ବ୍ୟତୀତ ତାଳଧ୍ଵଜ ରଥର ତିନି ଭୂଇଁ ପାଇଁ ନିର୍ମାଣ ପାଇଁ ଆବଶ୍ୟକ  ୧୨ ଗୋଟି  ୧୮ ଫୁଟିଆ ଭୂଇଁ ଚଉତା ରୁ ଆଜି   ପ୍ରଥମ ଭୂଇଁର ୪ ଗୋଟି ଭୂଇଁ ଚଉତା କ୍ର ଚଉପଟ କାର୍ଯ୍ୟ ଶେଷ ହୋଇଅଛି।ଏଥି ସହ ତାଳଧ୍ଵଜ ରଥର ୭ଗୋଟି ଅଖ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି।ଏଥିସହ ତାଳଧ୍ଵଜ ରଥର ପୋଲ ଗୟଳ ର ଚିରଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ଦର୍ପଦଳନ ରଥ ଚାଳିଦର୍ପଦଳନ ରଥର  ଆଜି ସୁଦ୍ଧା ମୋଟ ୬ ଗୋଟି ଅଖ ର ନିର୍ମାଣ କାର୍ଯ୍ୟ ଶେଷ ହୋବା ସହ ୧୧ ତମ ଚକ ର ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥି ସହ ଦର୍ପଦଳନ ରଥର ଚାରି ଗୋଟି ପ୍ରଥମ ଭୂଇଁ ଚତତା ର ଚଉ ପଟ କାର୍ଯ୍ୟ ଶେଷ ହୋଇଅଛି, ଆସନ୍ତାକାଲି ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେବ।

 ନନ୍ଦିଘୋଷ ରଥ ଚାଳିନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୧୪ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା ,ଆଜି ୧୫ ତମ ଚକର ତୁମ୍ବ ସିଙ୍ଗଡାରେ ପଇ ପିନ୍ଧା ପରେ ପଇ କଳସା ଜାରୀ ରହିଛି, ଏଥିସହ ନନ୍ଦିଘୋଷ ରଥର  ଆଠ ଗୋଟି ଅଖର ନିର୍ମାଣ ଶେଷ ହୋଇ ୧୨ ଗୋଟି ଭୂଇଁ ଚଉତା ରୁ ପ୍ରଥମ ଭୂଇଁ ର ଚାରି ଗୋଟି ଭୂଇଁ ଚଉତା କାଠର ଚଉପଟ ଶେଷ ହୋଇ, ଦ୍ୱିତୀୟ ଭୂଇଁ ର ୪ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଜାରୀ ରହିଛି। ଆସନ୍ତାକାଲି ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭହେବ ।

 ରୂପକାର ଚାଳିତିନି ରଥର ରୂପକାର ସେବକ ମାନେ କୋଣ ଗୁଜା ରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଥିବା ବେଳେ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ସହ ରୁପଗୁଡ଼ିକ ରେ ଅଳଙ୍କାର ପକା କାର୍ଯ୍ୟ ଜାରୀରହିଛି।

କମାର ଶାକ-ଦୋଳ ବେଦୀ ଅସ୍ଥାୟୀ କମାର ଶଳ ରେ  ଓଝା ସେବକ ମାନେ ତିନି ରଥର ଯୋକା କଣ୍ଟା, ଦଣ୍ଡା କଣ୍ଟା, ଅଗ ପତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୭

ତିନି ରଥ ଭୋଇ ସେବକ     – ୭୭

ତିନିରଥ  କମାର ସେବକ    – ୧୭

ତିନି ରଥ କରତୀ ସେବକ    –   ୪

ତିନି ରଥ ବିନ୍ଧ କାରୀଗର     –   ୨

ତିନି ରଥ ରୂପକାର ସେବକ –  ୨୧

ପାହି ମହାରଣା                –    ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୨୦୧ ଜଣ

 

 

 

 

LEAVE A REPLY

Please enter your comment!
Please enter your name here