ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଚତୁର୍ଥ ଦିବସ: ଚତୁର୍ଥ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମହାରଣା ସେବକମାନେ ମୋଟ ୨୪ ଗୋଟି ତୁମ୍ବର ଗୋଲେଇ ସହ ମଠ। କାର୍ଯ୍ୟ ଶେଷ କରିଛନ୍ତି

0
135
ଆଜି ଚତୁର୍ଥ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମହାରଣା ସେବକମାନେ ମୋଟ ୨୪ ଗୋଟି ତୁମ୍ବର ଗୋଲେଇ ସହ ମଠ। କାର୍ଯ୍ୟ ଶେଷ କରିଛନ୍ତି.

By Our Correspondent

PURI/BHUBANESWAR:   ଆଜି ରଥ ନିର୍ମାଣର ଚତୁର୍ଥ ଦିବସରେ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।  ଆଜି ମଧ୍ୟାହ୍ନ ସୁଦ୍ଧା କରତୀ ସେବକ ମାନେ ତିନିରଥ ଚାଳିକୁ  ସମସ୍ତ ୪୨ ଗୋଟି  ତୁମ୍ବଗଡ କଟିଙ୍ଗକରି ଯୋଗାଇଛନ୍ତି.

(ଗତକାଲି ସୁଦ୍ଧା  କରତୀ ସେବକ ମାନେ ୨୦ ଟି ତୁମ୍ବ କଟିଙ୍ଗ କରି ତିନି ରଥ ଚାଳି କୁ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇଥିଲେ, ଆଜି ଚତୁର୍ଥ ଦିନ ମଧ୍ୟାହ୍ନ  ସୁଦ୍ଧା ଆଉ ୨୨ ଗୋଟି ଫାସୀ କାଠ ଗଡ କୁ  କଟିଙ୍ଗ କରି ତିନିରଥ ଚାଳି  ମହାରଣା ସେବକ ମାନଙ୍କୁ ଭୋଇ ସେବକ ମାନଙ୍କ ଦ୍ଵାରା ଯୋଗାଇ ଦେଇଛନ୍ତି)

ଆଜି ଚତୁର୍ଥ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମହାରଣା ସେବକମାନେ ମୋଟ ୨୪ ଗୋଟି ତୁମ୍ବର ଗୋଲେଇ ସହ ମଠ। କାର୍ଯ୍ୟ ଶେଷ କରିଛନ୍ତି.

(ସେଥି ମଧ୍ୟରୁ ତାଳଦ୍ଵଜ ରଥର ୮ ଗୋଟି, ଦେବୀ ରଥ ର ୮ ଗୋଟି ଏବଂ ନନ୍ଦିଘୋଷ ରଥର ୮ ଗୋଟି ଏହିପରି ମୋଟ ୨୪ ଗୋଟି ତୁମ୍ବ ର ଗୋଲେଇ ସହ ମଠ। କାର୍ଯ୍ୟ  ତିନି ରଥ ମହାରଣା ସେବକ ଙ୍କ ଦ୍ଵାରା ଶେଷ ହୋଇଅଛି)

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥ ପାଇଁ ଅରକଣ୍ଟା ନିର୍ମାଣ ସହ ପନ୍ଦାରି ବଳା ନିର୍ମାଣ ଜାରୀ ରଖିଛନ୍ତି.

ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ – ୩୭

ତିନି ରଥର ଭୋଇ ସେବକ    –  ୨୨

ତିନି ରଥର କରତୀ ସେବକ   –    ୪

ତିନି ରଥର କମାର ସେବକ   –    ୯

ତୁମ୍ବ ବିନ୍ଧ କାରିଗର             –    ୧

ରଥଖଳା ସହାୟକ(ପାଣିବାଲା)-  ୧

ମୋଟ -୭୪ ଜଣ

 

 

LEAVE A REPLY

Please enter your comment!
Please enter your name here