ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଏକବିଂଶ ତମ ଦିବସ: ତିନି ରଥର ୨୮ ଗୋଟି ଚକ ନିର୍ମାଣ ଶେଷ, ‘ମୁଂହାଣ୍ଟ’ ଏବଂ ‘ନିରାଡି’ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି

0
92

By Our Correspondent

PURI/BHUBANESWAR:   ଆଜି ରଥ ନିର୍ମାଣର ଏକବିଂଶ ଦିବସ ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଗ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ।

ଗତ କାଲି ସୁଦ୍ଧା ବିଂଶତମ ଦିବସରେ ତିନି ରଥର ୨୪ ଗୋଟି ରଥ ଚକ ନିର୍ମାଣ ଶେଷ ହୋଇଥିଲା. ଆଜି ସୁଦ୍ଧା ତିନି ରଥର ୨୮ ଗୋଟି ଚକ ନିର୍ମାଣ ଶେଷ.

ତିନି ରଥର ଚକ ନିର୍ମାଣ ସହ ତିନିରଥ ‘ମୁଂହାଣ୍ଟ’ ଏବଂ ‘ନିରାଡି’ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି, ପ୍ରତି ରଥର ଚରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ  ମୁଁହାଣ୍ଟ ଲାଗିଥାଏ । ପ୍ରଥମ ପର୍ଯ୍ୟାୟରେ ରଥ ଅମିନ ତିନି ରଥ ଚାଳି ଯୋଗାଇଥିବା ଚାରୋଟି ଲେଖାଏଁ ୨୦ ଫିଟିଆ ଧଉରା କାଠ ରେ ଦୁଇଟି ମୁହାଣ୍ଟ ଏବଂ ଦୁଇଟି ବିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ (ଏହି ମୁଁହାଣ୍ଟ ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ୱରେ ଫିଟିଙ୍ଗ ହୋଇ ଥାଏ, ଏହି ମୁହାଁଟ ଉପରେ ଗୁଜ ଫିଟିଙ୍ଗ କରାଯିବା ପରେ ଗୁଜ ଉପରେ ନିରାଡ଼ି ପଡ଼ି ଗୟଳ ମୋଡା ହୁଏ)

ତଳଧ୍ଵଜ ରଥ ଚାଳି-ଆଜିସୁଦ୍ଧା ତାଳଧ୍ଵଜ ରଥର ୧୪ ଚକ ମଧ୍ୟରୁ ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୦ ମ, ଚକର ପଇ କଳସା ସହ ୧୧ ତମ ଚକ ସିଙ୍ଗଡ଼ା ରେ ପଇ ସଂଯୋଗ ସହ ନିରାଡି ଏବଂ ମୁହାଁଟ  ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ଦର୍ପଦଳନ ରଥ ଚାଳି ଆଜି ସୁଦ୍ଧା ଦର୍ପଦଳନ ରଥର ୧୨ ଗୋଟି ଚକ ମଧ୍ୟରୁ ଦେବୀ ରଥର ମହାରଣା ସେବକ ମାନେ ୯ଗୋଟି ଚକ ନିର୍ମାଣ ଶେଷ କରି ଛନ୍ତି ଏହାଛଡା ଦୁଇଟି ଲେଖାଏଁ ନୀରାଡି ଏବଂ ମୂହାଣ୍ଟ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ନନ୍ଦିଘୋଷ ରଥଚାଳି-ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ  ନନ୍ଦି ଘୋଷ ରଥର ମହାରଣା ସେବକ ମାନେ ଆଜି ସୁଦ୍ଧା ୧୦ ଗୋଟି ଚକ ନିର୍ମାଣ ଶେଷ କରିଛନ୍ତି ଏଥିସହ ୧୧ ତମ ଚକର ପଇ କଳସା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ,୧୨ତମ ଚକର ପଇ ସାଲ ଶେଷ ହୋଇ ତୁମ୍ବ ଅଖ ବିନ୍ଧ ର ଠେକ ତିଲିଆ କାର୍ଯ୍ୟ ଜାରୀ ରହିଛି। ଏଥିସହ ନନ୍ଦି ଘୋଷ ରଥର ଦୁଇଟି ଲେଖାଏଁ ନିରାଡି କାଠର ଚଉପଟ ଶେଷ ହୋଇ ଦୁଇଟି ମୁହାଁଟ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ରୂପକାର ଚାଳି- ରୂପକାର ସେବକ ମାନେ ତିନି ରଥର ସାଲଗୁଜ ବା କୋଣଗୁଜ ଗୁଡିକରେ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇଥିବା ଖୋଦେଇ ରୂପ ଗୁଡ଼ିକରେ ବାଲି କାଗଜ ଦ୍ଵାରା ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି।

କମାର ଶାଳ-ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଅର କଣ୍ଟା , ପନ୍ଦାରି,  ନିର୍ମାଣ ଶେଷ କରି ତିନି ରଥର ଯୋକା କଣ୍ଟା ନିର୍ମାଣ ଜାରୀ  ରଖିଛନ୍ତି।

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ – ୭୭

ତିନି ରଥର ଭୋଇ ସେବକ    –  ୭୭

ତିନି ରଥର କରତୀ ସେବକ   –    ୪

ତିନି ରଥର କମାର ସେବକ   –  ୧୭

ତିନି ରଥର ରୂପକାର ସେବକ –  ୨୧

ତୁମ୍ବ ବିନ୍ଧ କାରୀଗର             –    ୨

ପାହି ମହାରଣା                   –    ୨

ରଥଖଳା ସହାୟକ(ପାଣିବାଲା) –  ୧

ମୋଟ – ୨୦୧ ଜଣ

 

LEAVE A REPLY

Please enter your comment!
Please enter your name here