ରଥଖଳା:ରଥ ନିର୍ମାଣ କାର୍ଯ୍ୟ ପଞ୍ଚଦଶ ଦିବସ: ତିନି ରଥର ପଞ୍ଚମ ଚକର ପଇବିନ୍ଧ ଶେଷ ପର୍ଯ୍ୟାୟରେ ପହଁଚିଛି

0
136
ତିନି ରଥର ମହାରଣା ସେବକ ମାନେ ମାପ ପ୍ରକାରେ ବଳକା ପଇ କଟିଙ୍ଗ କରି ଅର ମୁଖ ର ସାଲ କାର୍ଯ୍ୟ ଶେଷ କରିଛନ୍ତି, ତିନି ରଥର ପଞ୍ଚମ ଚକର ପଇବିନ୍ଧ ଶେଷ ପର୍ଯ୍ୟାୟରେ ପହଁଚିଛି।

By Our Correspondent

PURI/BHUBANESWAR:  ଆଜି ରଥ ନିର୍ମାଣର ପଞ୍ଚଦଶ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଗତକାଲି ତିନି ରଥର ନହାକା ତୁମ୍ବ ରେ ପନ୍ଦାରି ବଳା ଲାଗି ଅନୁକୂଳ ସହ ତୁମ୍ବରେ ପଇ ପିନ୍ଧା ଅନୁକୂଳ ହୋଇ ତିନି ରଥର ଦୁଇଟି ଲେଖାଏଁ ଚକର ପଇ ପିନ୍ଧା କାର୍ଯ୍ୟ ହୋଇଥିଲା.

ଆଜି ତିନି ରଥର ଦୁଇଟି ଲେଖାଏଁ ନହାକା ଚକ ନିର୍ମାଣ ଶେଷ ହୋଇ ତିନି ରଥର ତୃତୀୟ ଏବଂ ଚତୁର୍ଥ ଚକରେ ପଇ ସଂଯୋଗ ପରେ କଳସା କାର୍ଯ୍ୟ ଜାରୀ  ରହିଛି (ପଇ, ପଇ କୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ  ସ୍ଥଳ ରେ କାପ ବା ଘାଟି ପ୍ରସ୍ତୁତି)  ଏଥି ସହ ତିନି ରଥର ଆଉ ଗୋଟିଏ ଗୋଟିଏ ଚକ ନିର୍ମାଣ ପାଇଁ ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ପରେ( ଯନ୍ତା ଗାଡ଼ ଠାରେ ତୁମ୍ବରେ ଅର ସଂଯୋଗ ହୋଇ ଅର କଣ୍ଟା ବାଡିଆ କାର୍ଯ୍ୟ ) ତିନି ରଥର ମହାରଣା ସେବକ ମାନେ ମାପ ପ୍ରକାରେ ବଳକା ପଇ କଟିଙ୍ଗ କରି ଅର ମୁଖ ର ସାଲ କାର୍ଯ୍ୟ ଶେଷ କରିଛନ୍ତି, ତିନି ରଥର ପଞ୍ଚମ ଚକର ପଇବିନ୍ଧ ଶେଷ ପର୍ଯ୍ୟାୟରେ ପହଁଚିଛି।

  ତାଳଧ୍ଵଜ ରଥ ଚାଳିଆଜି ସୁଦ୍ଧା ତାଳଧ୍ଵଜ ରଥର  ଦୁଇ ନାହାକା ଚକ ର ନିର୍ମାଣ ଶେଷ ପରେ ସେଥିରେ ପଇତାପକା କାର୍ଯ୍ୟ ଶେଷ ହୋଇଛି, ଆଉ ଦୁଇ ପଡ଼ି ବାହାକା ଚକରେ ପଇ ସଂଯୋଗ ପରେ ପଇ କଳସା କାର୍ଯ୍ୟ ଜାରୀ ରହିଛି, ପଞ୍ଚମ ଚକ ପାଇଁ ତୁମ୍ବରେ ସିଙ୍ଗଡ଼ା ବାଡିଆ ହୋଇ ତୁମ୍ବ ରେ ଅଖ ବିନ୍ଧ ହୋଇ ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ ପରେ ଅର ସାଲ ଶେଷ ହୋଇଛି  ପଞ୍ଚମ ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଜରୀରହିଛି। ଏଥି ସହ ତାଳଧ୍ୱଜ ରଥର ଆଜି ସୁଦ୍ଧା ୧୧ ଟି ସାଲ ଗୁଜ, ୯ଟି ଜଳ ଯନ୍ତ୍ର,୬ଟି କୁଡୁକା ଶେଷ ହୋଇଛି।

  ଦର୍ପ ଦଳନ ରଥ ଚାଳିଦର୍ପ ଦଳନ ରଥର ଆଜି ସୁଦ୍ଧା ଦୁଇଟି ବାହାକା ଚକ ନିର୍ମାଣ ଶେଷ ହୋଇ ଅନ୍ୟ ଦୁଇ ବାହକା ଚକରେ ପଇ ପିନ୍ଧା ପରେ ପଇ କଳସା ଜାରୀ ରହିଛି। ପଡ଼ି ନାହାକା ଚକ ତୁମ୍ବରେ ଅର ସାଲ ହୋଇ କାର୍ଯ୍ୟ ଶେଷ ହୋଇଛି,ପଞ୍ଚମ ଚକ ର ପଇ ବିନ୍ଧ କାର୍ଯ୍ୟ ଦେବୀ ରଥ ମହାରଣା ସେବକ ମାନେ ଜାରୀ ରଖିଛନ୍ତି

ଏଥି ସହ ଆଜି ସୁଦ୍ଧା ଦର୍ପଦଳନ ରଥର ୧୧ ଗୋଟି ଗୁଜ, ୯ଟି ଜକଜନ୍ତ୍ର(ପାର୍ଶ୍ଵ ଦେବଦେବୀ ଙ୍କ ଆସ୍ଥାନ ପ୍ରେମ) ଏବଂ ୬ଗୋଟି କୁଡୁକା ( ପାର୍ଶ୍ଵ ଦଣ୍ଡାକୁ ବାନ୍ଧି ରଖିବା ପାଇଁ) ନର୍ମାଣ ଶେଷ ହୋଇଅଛି।

ନନ୍ଦି ଘୋଷ ରଥ ଚାଳି-ଆଜି  ନନ୍ଦିଘୋଷ ରଥର ଦୁଇଟି ନହାକା ଚକ ର ନିର୍ମାଣ ଶେଷ ପରେ ସେଥିରେ ପତିତା ପକା ଶେଷ ହୋଇ ଆଉ ଦୁଇ ନହାକା ଚକର ପଇ କଳସା ପରେ ବିଲେଇ ବାଡିଆ କାର୍ଯ୍ୟ ବାକି ରହିଛି (ଅର.. ପଇ ସଂଯୋଗ ସ୍ଥଳ ରେ କିଳା ବାଡିଆ କାର୍ଯ୍ୟ) ଏଥି ସହ ଚାରୋଟି ପଡ଼ି ବାହାକା ଚକ ମଧ୍ୟରୁ ଗୋଟିଏ ପଡ଼ି ନହାକା ଚକ ତୁମ୍ବରେ ପଇ ସାଲ ଶେଷ ହୋଇ ପଇ ପିନ୍ଧା କାର୍ଯ୍ୟ ବାକି ରହିଛି ।

ଏଥିସହ ଆଜିସୁଦ୍ଧା ତାଳଧ୍ଵଜ ରଥର ୧୧ଗୋଟି ସାଲ ଗୁଜ, ୯ ଗୋଟି ହଳଜନ୍ତ୍ର ଏବଂ ୬ ଗୋଟି କୁଡୁକା ଶେଷ ହୋଇ  ଗୋଟିଏ ଓରା ର ଚଉପଟ କାର୍ଯ୍ୟ ଶେଷ ହୋଇଛି।

 ରୂପକାର ଚାଳିତିନି ରଥର ରୂପକାର ସେବକ ମାନେ   ତିନି ରଥ କୋଣ ଗୁଜ ବା ସାଲ ଗୁଜ ରେ ରୂପ ଖୋଦେଇ ଜାରୀ ରଖିଛନ୍ତି । ଶେଷ ହୋଇଥିବା ତିନିଗୋଟି ଗୁଜର   ଖୋଦେଇ ରୂପ ରେ ପୋଲିସ କାର୍ଯ୍ୟ ରୂପକାର ସେବକ ମାନେ ଜାରୀ ରଖିଛନ୍ତି

କମାର ଶାଳ– ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ଆଜି ସୁଦ୍ଧା ତିନି ରଥ ପାଇଁ ଆବଶ୍ୟକ ଅନ୍ଦାରି ବଳା ନିର୍ମାଣ ଶେଷ କରି ତିନି ରଥର ଚାରିଗୋଟି ଲେଖାଏଁ ତୁମ୍ବ ବାହ୍ୟ ବଳା ନିର୍ମାଣ ଶେଷ କରିଛନ୍ତି ଏଥି ସହ ସତ ସାତଟି ଚକ ପାଇଁ ଅର କଣ୍ଟା ନିର୍ମାଣ ଶେଷ କରି ପନ୍ଦାରି ଚାବି, ଅର କଣ୍ଟା ଏବଂ ତୁମ୍ବ ବାହ୍ୟ ବଳା ନିର୍ମାଣ ଓଝା ସେବକ ମାନେ ଜାରୀ ରଖି ଛନ୍ତି ।

ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ – ୭୨

ତିନି ରଥର ଭୋଇ ସେବକ     – ୬୮

ତିନି ରଥର କରତୀ ସେବକ    –   ୪

ତିନି ରଥର କମାର ସେବକ    – ୧୫

ତିନି ରଥର ରୂପକାର ସେବକ  – ୨୧

ତୁମ୍ବ ବିନ୍ଧ କାରୀଗର              –   ୨

ପାହି ମହାରଣା                    –   ୧

ରଥଖଳା ସହାୟକ(ପାଣିବାଲା) –  ୧

ମୋଟ – ୧୮୪ ଜଣ

LEAVE A REPLY

Please enter your comment!
Please enter your name here