
By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣର ଚଟୁର୍ଦଶ ଦିବସ ରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।ତିନିରଥର ନହାକା ତୁମ୍ୱରେ ପନ୍ଦାରି ବଳା ଲାଗି ଅନୁକୂଳ ସହ ତୁମ୍ବ ଅରରେ ପଇ ପିନ୍ଧା ଅନୁକୂଳ ସମ୍ପନ୍ନ.
ଆଜି ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ତିନି ରଥ ନାହାକା ତୁମ୍ୱ ରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକ ମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କଲାପରେ ମୁଖ୍ୟ ମହାରଣା ଙ୍କ ଦ୍ଵାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଥିଲା ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇ, ପଇ କଳସା କାର୍ଯ୍ୟ ଆରମ୍ଭ ହୋଇଅଛି।
ଏଥି ସହ ଆଜି ତିନି ରଥର ସମାନ୍ତରାଳ ଭାବେ ତିନି ରଥର ୧୧ ଟି ଗୁଜ ୯ ଗୋଟି ଯାଖନ୍ତ୍ର, ୬ଟି ତିଖ ଗୁଜ, ୪ ଗୋଟି ଲେଖାଏ କୁଡୁକା ଶେଷ ହୋଇଛି। ଏଥିସହ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।
କମାର ଶାଳ-ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ତିନି ରଥର ସମସ୍ତ ପନ୍ଦାରି ବଳା ନିର୍ମାଣ ଶେଷ କରି ପନ୍ଦାରି ଚାବି ଏବଂ ପନ୍ଦାରି ବଳା ନିର୍ମାଣ କରୁଛନ୍ତି।
ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ
ତିନି ରଥର ମହାରଣା ସେବକ – ୭୪
ତିନି ରଥର ଭୋଇ ସେବକ – ୬୭
ତିନି ରଥର କରତୀ ସେବକ – ୪
ତିନି ରଥର କମାର ସେବକ – ୧୫
ତିନି ରଥର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୧
ରଥଖଳା ସହାୟକ(ପାଣିବାଲା) – ୧
ମୋଟ – ୧୮୫ ଜଣ



























