By Our Correspondent
PURI/BHUBANESWAR: ଆଜି ରଥ ନିର୍ମାଣର ତ୍ରୟୋଦଶ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ତିନି ରଥ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ରଥ ଖଳା ଠାରେ ତିନି ରଥର ପଇ ବିନ୍ଧ ଅନୁକୂଳ ପୂଜା ଅନୁଷ୍ଠିତ. (ଗତକାଲି ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ଗୁଜରେ ରୂପକାର ସେବକଙ୍କ ଦ୍ଵାରା ନୃସିଂହ ରୂପ ଖୋଦେଇ ଅନୁକୂଳ ପର୍ବ ଶେଷ ହୋଇଥିଲା)
ଆଜି ରଥ ନିର୍ମାଣର ତ୍ରୟୋଦଶ ଦିବସରେ ରଥ ଖଳା ଯନ୍ତା ଗାଡ଼ ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ଅନୁକୂଳ ପୂଜା ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବର ତିନି ରଥର ଭୋଇ ସେବକ ମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଅଛି ,
ଏଥି ସହ ତିନି ରଥର ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ତିନି ରଥ ମହାରଣା ସେବକ ମାନଙ୍କୁ ଯୋଗାଇଛନ୍ତି, ତିନିରଥ ମହାରଣା ସେବକ ମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ଦେବା ପରେ ବିଧି ପ୍ରକାରେ ପାଇ ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ପାରେ ସହୋଯୋଗି ମହାରଣା ସେବକ ପାଇରେ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ, ତତ୍ ପରେ ଅର ସଂଯୋଗ ତୁମ୍ବ ରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହୋଯୋଗରେ ତୁମ୍ବ ବିନ୍ଧ କରିଗର ତୁମ୍ବ ରେ ଅଖ ବିନ୍ଧ କରିଥିଲେ ।
ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ
ତିନି ରଥର ମହାରଣା ସେବକ – ୭୪
ତିନି ରଥର ଭୋଇ ସେବକ – ୬୭
ତିନି ରଥର କରତୀ ସେବକ – ୪
ତିନି ରଥର କମାର ସେବକ – ୧୫
ତିନି ରଥର ରୂପକାର ସେବକ – ୨୧
ପାହି ମହାରଣା ସେବକ – ୧
ତୁମ୍ବ ବିନ୍ଧ କାରୀଗର – ୧
ରଥଖଳା ସହାୟକ(ପାଣିବାଲା)- ୧
ମୋଟ – ୧୮୫ ଜଣ



























